ଲକଡାଉନରେ ପ୍ରେମ : ମାଇଁ ମଥାରେ ସିନ୍ଦୁର ଦେଲା ଭଣଜା

ଭଣଜା ପ୍ରେମରେ ମାଇଁ ଅନ୍ଧ

ପାଟନା: କୁହାଯାଏ ଯେ ପ୍ରେମ ଅନ୍ଧ ଏବଂ ପ୍ରେମରେ ପଡିଥିବା ବ୍ୟକ୍ତି ସମ୍ପର୍କ କିମ୍ବା ସମାଜ ବିଷୟରେ ଚିନ୍ତା କରେ ନାହିଁ। ବିହାରର ଜାମୁଇରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବିବାହିତା ମହିଳା ନିଜ ଭଣଜାଙ୍କୁ ପ୍ରେମ କରି ତାଙ୍କୁ ବିବାହ କରିଛନ୍ତି। ବର୍ତ୍ତମାନ ଏହି ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ ଭଣଜା ଜଣକ ତାଙ୍କ ମାଇଁଙ୍କ ମଥାରେ ସିନ୍ଦୁର ଦେଉଛନ୍ତି। ଏହା ପରେ ମାଇଁ ଭଣଜାଙ୍କ ପାଦ ଛୁଇଁ ଆଶୀର୍ବାଦ ଲୋଡିଛନ୍ତି।
ସୂଚନା ଥାଉ କି ଯେ ଜାମୁଇ ଜିଲ୍ଲାର ରତନପୁରର ବାସିନ୍ଦା ୨୨ ବର୍ଷୀୟ ଚନ୍ଦନ କୁମାର ମୁମ୍ବାଇରେ ଅଟୋ ଚଳାନ୍ତି ଏବଂ ତାଙ୍କ ମାମୁଁ ମଧ୍ୟ ସେଠାରେ ରହୁଥିଲେ। ମୁମ୍ବାଇରେ ଲକଡାଉନ ହେବା ପରେ ଉଭୟ ମାମୁଁ-ଭଣଜା ନିଜ ଘରକୁ ଫେରିଥିଲେ। ଆଉ କିଛି ଦିନ ପୂର୍ବେ ଭଣଜା ନିଜ ଘରୁ ଆସି ମାମୁଁ ଘରେ ରହିବାକୁ ଲାଗିଲେ। ତେବେ ଏଥିରେ ଉଭୟ ଭଣଜା ଓ ମାଇଁ ପରସ୍ପରର ପ୍ରେମରେ ପଡ଼ିଥିଲେ। ଆଉ ୧୦ ଦିନ ତଳେ ମାମୁଁଙ୍କୁ କୌଣସି କାମରେ ମୁମ୍ବାଇ ଯିବାକୁ ପଡିଲା। ଆଉ ମୁମ୍ବାଇରୁ ଫେରିବା ପରେ ଉଭୟ ଭଣଜା ଓ ମାଇଁ ଫେରାର ହୋଇଯାଇଥିଲେ। ଉଭୟ ମୁମ୍ବାଇ ଯାଇ ସେଠାରେ ବିବାହ କରିଥିବାବେଳେ ନିଜର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏବେ ମାମୁଁ ଉଭୟଙ୍କ ନାମରେ ପୁଲିସରେ ଅଭିଯୋଗ କରିଛନ୍ତି।

Share Now:

Kalinga News Beuro

Next Post

ରାଜଧାନୀରେ ଡେଙ୍ଗୁ:୧୦ ଦିନରେ ୧୭ ଆକ୍ରାନ୍ତ

Mon Jul 5 , 2021
ବିଏମସି ଅତିରିକ୍ତ କମିସନରଙ୍କ ସ୍ଥିତି ସମୀକ୍ଷା ଭୁବନେଶ୍ବର : କରୋନା କବଳରୁ ମୁକୁଳି ନଥିବା ବେଳେ ଏବେ ଡେଙ୍ଗୁ ରାଜଧାନୀରେ ଲୋକଙ୍କୁ କଲବଲ କଲାଣି। ମାତ୍ର ୧୦ଦିନ ମଧ୍ୟରେ ଭୁବନେଶ୍ବରରୁ ୧୭ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏଥିମଧ୍ୟରୁ ୧୨ଜଣ କେବଳ ନୀଳାଦ୍ରିବିହାର, ଶୈଳଶ୍ରୀବିହାର, ଚନ୍ଦ୍ରଶେଖରପୁରର ସେକ୍ଟର-୩ ଅଞ୍ଚଳର ହୋଇଥିବା ବେଳେ ବିଡିଏ କଲୋନିରୁ ୨ଜଣ ଆକ୍ରାନ୍ତ ଥିବା ଜଣାଯାଇଛି। ସେହିପରି ନୀଳାଦ୍ରୀବିହାର, ଚନ୍ଦ୍ରଶେଖରପୁରସ୍ଥିତ ସୀତାନାଥ ନଗର, ହରେକୃଷ୍ଣନଗର ବସ୍ତିର […]
ରାଜଧାନୀରେ ଡେଙ୍ଗୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial