ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ସ୍ବାମୀ ହର୍ଷ ଲିମ୍ବାଚିୟା ଡିସେମ୍ବର ୪ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ

ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା

ମୁମ୍ବାଇ: ଗଞ୍ଜେଇ ଘରେ ରଖିବା ସହ ସେବନ କରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)। ଭାରତୀ ଗଞ୍ଜେଇ ଟାଣୁଥିବା କଥା ସ୍ବୀକାର କରିବା ପରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟାଙ୍କୁ ଗିରଫ କରିଥିଲା ଏନସିବି। ଗିରଫ ପରେ ଦୁହିଁଙ୍କୁ ମୁମ୍ବାଇର କ୍ୱିଲା କୋର୍ଟରେ ହାଜର କରାଯାଇଥିବା ବେଳେ ଡିସେମ୍ବର ୪ପର୍ଯ୍ୟନ୍ତ ଦୁହିଁଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ଅଦାଲତ। ସୂଚନା ମୁତାବକ, ‘ନାର୍କୋଟିକ୍ସ୍‍ କଣ୍ଟ୍ରୋଲ୍‌ ବ୍ୟୁରୋ’ ୧୫ ଘଣ୍ଟା ଧରି ପଚରା ଉଚୁରା କରିବା ପରେ ୩୩ ବର୍ଷିୟ ଚିତ୍ରନାଟ୍ୟ ଲେଖକ, ପ୍ରଯୋଜକ ଏବଂ ଟିଭି କଳାକାର ଲିମ୍ବାଚିୟାଙ୍କୁ ହାଜତକୁ ନେଇଥଲା। ଶନିବାର ଦିନ ପତ୍ନୀ ଭାରତୀ ସିଂହଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ଦୁହିଁଙ୍କୁ ଡାକ୍ତରୀ ପରୀକ୍ଷା ନିମନ୍ତେ ନିଆଯାଇ ପରେ କୋର୍ଟରେ ହାଜର କରାଯାଇଥିଲା। ଶନିବାର ଦିନ ଅନ୍ଧେରୀସ୍ଥିତ ଏକ ଆପାର୍ଟମେଣ୍ଟ୍‌ ପରିସରରେ ଥିବା ଦମ୍ପତିଙ୍କ ବାସଭବନ ତଲାସ କରି ମାଦକଦ୍ରବ୍ୟ-ନିରୋଧୀ ଏଜେନ୍ସି ସ୍ୱଳ୍ପ ପରିମାଣର ଗଞ୍ଜେଇ (୮୬.୫ ଗ୍ରାମ୍‌) ଉଦ୍ଧାର କରିଥିଲା। ଏହାପରେ ପଚରା ଉଚୁରା ନିମନ୍ତେ ତାଙ୍କୁ ‘ଏନ୍‌ସିବି’ର ମୁମ୍ବାଇ କାର୍ଯ୍ୟାଳୟକୁ ନିଆଯାଇଥିଲା। ‘ଏନ୍‌ସିବି’ କହିବା ଅନୁସାରେ, ପଚରାଉଚୁରା ସମୟରେ ଶ୍ରୀମତୀ ସିଂହ ଏବଂ ଶ୍ରୀ ଲିମ୍ବାଚିୟା ଗଞ୍ଜେଇ ଟାଣୁଥିବା କଥା ସ୍ୱୀକାର କରିଥିଲେ।

Share Now:

Kalinga News Beuro

Next Post

ଏମ୍‌ବିବିଏସ୍ ନାମ ଲେଖାରେ ଠକେଇ: ପୂର୍ବତନ କଲେଜ୍‌ ଅଧ୍ୟକ୍ଷ ଗିରଫ

Sun Nov 22 , 2020
ଭୁବନେଶ୍ୱର : ଏମ୍‌ବିବିଏସ୍‌ରେ ଆଡମିସନ୍‌ କରାଇଦେବା ପାଇଁ ୧୦ ଲକ୍ଷ ଠକି ନେଇଥିବା ଅଭିଯୋଗ ହୋଇଛି। କଲେଜର ପୂର୍ବତନ ପ୍ରିନ୍ସିପାଲଙ୍କ ନାମରେ ଏଭଳି ସଙ୍ଗିନ ଅଭିଯୋଗ ଆସିଛି। ପୁଲିସ ସମ୍ପୃକ୍ତ ତତ୍କାଳୀନ ଅଧ୍ୟକ୍ଷଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଉଛନ୍ତି ମଞ୍ଚେଶ୍ୱର ଥାନା ଟି/୨୦ ମେଟ୍ରୋ ସିଟିରେ ରହୁଥିବା କେନ୍ଦ୍ରାପଡ଼ା ରାଜନଗର ଥାନା କେରଦାଗଡ଼ ଗ୍ରାମର ପ୍ରେମରଞ୍ଜନ ଓଝା। ରାଉରକେଲା ହାଇଟେକ୍‌ ମେଡିକାଲ କଲେଜରେ ଆଡ୍‌ମିସନ କରାଇ ଦେବାକୁ କହି ପ୍ରେମରଞ୍ଜନ […]
ପୂର୍ବତନ କଲେଜ୍‌ ଅଧ୍ୟକ୍ଷ ଗିରଫ

ଆହୁରି ପଢ଼ନ୍ତୁ