ପ୍ରଶାନ୍ତି ବିହାରରେ ନିଆରା ପ୍ରଜାତିର ବହୁରୂପୀ ଏଣ୍ଡୁଅ

ନିଆରା ପ୍ରଜାତିର ବହୁରୂପୀ ଏଣ୍ଡୁଅ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗତକାଲି (ଶୁକ୍ରବାର) ସଂଧ୍ୟାରେ ଏକ ନିଆରା ପ୍ରଜାତିର ବହୁରୂପୀ ଏଣ୍ଡୁଅ ଉଦ୍ଧାର ହୋଇଛି। ଏଣ୍ଡୁଅଟି ଅଧିକାଂଶ ସମୟ ସବୁଜ ରଙ୍ଗର ଦିଶୁଥିବା ବେଳେ କିଛି ସମୟ ବ୍ୟବଧାନରେ ଏହା ହଳଦିଆ ଏବଂ ଧୂଷର ରଙ୍ଗର ବି ଦେଖାଯାଉଛି। ଏହି ବହୁରୂପୀ ଏଣ୍ଡୁଅଟି ଉଦ୍ଧାର ହେବା ପରେ ଏହାକୁ ପାଇଥିବା ମହିଳାଙ୍କ ଘରେ ଏବେ ଲୋକ ଭିଡ଼ ଦେଖିବାକୁ ମିଳିଛି। ଗତକାଲି ସଂଧ୍ୟା ପ୍ରାୟ ୭ଟା ବେଳେ ଭୁବନେଶ୍ୱରସ୍ଥିତ ପ୍ରଶାନ୍ତି ବିହାର ଅଞ୍ଚଳରେ ଥିବା ଏକ ଓମ୍‌ଫେଡ୍‌ ଦୋକାନ ନିକଟରେ ଏଣ୍ଡୁଅଟି ଗଛରୁ ତଳକୁ ଖସି ପଡ଼ିଥିଲା। ଏଣ୍ଡୁଅଟି ତଳେ ପଡ଼ିଯିବା ପରେ ତାହାକୁ ଏକ ବାଇକ୍‌ ମାଡ଼ି ଦେଇ ଚାଲି ଯାଇଥିଲା। ଯାହାଫଳରେ ଏଣ୍ଡୁଅଟି କ୍ଷତାକ୍ତ ହୋଇଥିଲା। ବାଇକ୍‌ଟି ମାଡ଼ି ଦେବାରୁ ତାହାର ଏକ ଗୋଡ଼ ବି ଛିଣ୍ଡିଯାଇଛି।
ଏହି ସମୟରେ ସେଠାରେ ଉପସ୍ଥିତ ଥିବା ପ୍ରଶାନ୍ତି ବିହାରର ୱାର୍ଡ ନମ୍ବର ୧ର ବାସିନ୍ଦା ସବିତା ରାଉତ ତାହାକୁ ଉଦ୍ଧାର କରି ନିଜ ଘରକୁ ନେଇ ଆସିଥିଲେ। ସେ ତାଙ୍କ ଘରେ ଏଣ୍ଡୁଅଟିକୁ ସୁରକ୍ଷିତ ଭାବେ ରଖିବା ସହ ତାହାର ଉଚିତ ଯତ୍ନ ନେଇଛନ୍ତି। ଏହି ନିଆରା ପ୍ରଜାତିର ବହୁରୂପୀ ଏଣ୍ଡୁଅଟିକୁ ଦେଖିବା ପାଇଁ ସବିତାଙ୍କ ଘରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଲୋକଭିଡ଼ ଜମିଥିବା ବେଳେ ମହିଳା ଜଣକ ଏଣ୍ଡୁଅଟିକୁ ନନ୍ଦନକାନନ ପ୍ରତିନିଧିଙ୍କୁ ହସ୍ତାନ୍ତର କରିବେ ବୋଲି କହିଛନ୍ତି। ସବିତାଙ୍କ କହିବାନୁସାରେ ‌ଏବେ ସୁଦ୍ଧା ତାଙ୍କୁ ଅନେକ ଲୋକ ଏଣ୍ଡୁଅଟିକୁ କିଣିବାକୁ ମାଗିଥିଲେ ବି ସେ ବିକ୍ରି କରିବାକୁ ମନା କରି ଦେଇଛନ୍ତି।

Share Now:

Kalinga News Beuro

Next Post

ପ୍ରିୟଦର୍ଶିନୀ ମାର୍କେଟ୍‌ କମ୍ପ୍ଲେକ୍ସରେ ଡେଙ୍ଗୁର ବିପଜ୍ଜନକ ସ୍ଥିତି: ୧୦ ଦିନରେ ୨ ମୃତ, ୯ ଆକ୍ରାନ୍ତ

Sun Aug 20 , 2023
ଖଣ୍ଡଗିରି: ଡେଙ୍ଗୁ ପ୍ରଜନନ କେନ୍ଦ୍ର ପାଲଟିଛି ନୂଆପଲ୍ଲୀସ୍ଥିତ ପ୍ରିୟଦର୍ଶିନୀ ମାର୍କେଟ୍‌ କମ୍ପ୍ଲେକ୍ସ। ଏଠାରେ ମାତ୍ର ୧୦ ଦିନ ମଧ୍ୟରେ ଡେଙ୍ଗୁରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ମାର୍କେଟ୍‌ କଂପ୍ଲେକ୍ସସ୍ଥିତ ଅଣ୍ଡା ଦୋକାନ କର୍ମଚାରୀ ମନୋରଞ୍ଜନ ସାହୁ(୨୪) ଏବଂ ବ୍ୟବସାୟୀ ବିଶ୍ୱନାଥ ସାହୁଙ୍କ ଜୀବନ ନେଇଛି ଡେଙ୍ଗୁ। ଏଥିସହିତ ସଞ୍ଜୟ ପାତ୍ର, ଶୁଭେନ୍ଦୁ ସାହୁ, ଅଜୟ ସାହୁ, ପ୍ରସନ୍ନ ସାହୁ, ସନାତନ ସାହୁ, ଆକ୍କା ସ୍ୱାଇଁ, ଟିକି ନାଏକ, କାହ୍ନା ନାଏକ […]
ଡେଙ୍ଗୁର ବିପଜ୍ଜନକ ସ୍ଥିତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial