ସର୍ପ ଦଂଶନରେ ନକଲି ଶିବଙ୍କ ମୃତ୍ୟୁ

ସର୍ପ ଦଂଶନରେ ନକଲି ଶିବଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିହାରର ମଧେପୁରା ଜିଲ୍ଲା ମୁରଲିଗଞ୍ଜ ଦୁର୍ଗା ମନ୍ଦିର ପରିସରରେ ଗତ ବୁଧବାର ଚାଲିଥିବା ଅଷ୍ଟପ୍ରହରୀ ସମୟରେ ଜଣେ ଭକ୍ତ ଭଗବାନ ଶିବଙ୍କ ବେଶରେ ନିଜକୁ ସଜେଇଥିଲେ। ନକଲି ଶିବ ହୋଇଥିବା ବେଳେ ଗଳାରେ ଏକ ଅସଲି ବିଷଧର ସାପକୁ ଗୁଡ଼ାଇ ହୋଇଥିଲେ। ଦୁଃଖର ବିଷୟ‌ ଯେଉଁ ସାପକୁ ସେ ଲୋକଙ୍କ ମନୋରଞ୍ଜନ ପାଇଁ ଗୁଡ଼ାଇ ହୋଇଥିଲେ ତାହାର ଦଂଶନରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତକଙ୍କ ନାମ ମୁକେଶ କୁମାର ଓ ବୟସ ମାତ୍ର ୩୦ବର୍ଷ ହୋଇଥିବା କୁହାଯାଉଛି। ନକଲି ଶିବଙ୍କ ଏଭଳି ମୃତ୍ୟୁକୁ ନେଇ ଗ୍ରାମରେ ଶୋକରଛାୟା ଖେଳି ଯାଇଛି। ମନ୍ଦିର ପରିସରରେ ଅଷ୍ଟପ୍ରହରୀ ସହିତ ନାଚଗୀତ ବି ଚାଲିଥିଲା। ଏତିକି ବେଳେ କେହିଜଣେ ବିନ ଗୀତ ବଜାଇ ଦେଇଥିଲେ। ଶିବଙ୍କ ବେଶରେ ସଜେଇ ହୋଇ ଲୋକଙ୍କ ମନୋରଞ୍ଜନ ପାଇଁ ମୁକେଶ ଗଳାରେ ଗୁଡ଼ାଇ ହୋଇଥିବା ଅସଲି ସାପ ବିନ ଶବ୍ଦ ଶୁଣି ଫଣା ଟେକି ଗର୍ଜନ କରି ଉଠିଥିଲା। ମୁକେଶ ସାପକୁ ଯେତେ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ବି ସେ ତାଙ୍କୁ ଦଂଶନ କରିଥିଲା।
ଭଞ୍ଜନ ମଣ୍ଡଳୀ ମୁକେଶଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ହସ୍ପିଟାଲ ନେବା ବଦଳରେ ଝଡ଼ାଫୁଙ୍କା କରିଥିଲେ। ଏଥିରେ ମୁକେଶଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ। ଡାକ୍ତର ସେଠାରେ ମୁକେଶଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଭଜନ ମଣ୍ଡଳୀ ମୁକେଶଙ୍କ ମୃତଦେହକୁ ସେମିତି ଡାକ୍ତରଖାନାରେ ଛାଡ଼ି ଫେରାର ହୋଇଯାଇଥିଲେ। ପରେ ଡାକ୍ତର ମୁକେଶଙ୍କ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୁକେଶଙ୍କ ପରିବାରଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲା।

Share Now:

Kalinga News Beuro

Next Post

ଭାରତକୁ ‘ଷ୍ଟ୍ରାଇକର୍’ ଏବଂ ଏମ୍ ୭୭୭ ତୋପ ବିକିବ ଆମେରିକା

Thu Jun 22 , 2023
ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଆମେରିକା ଗସ୍ତରେ ଅଛନ୍ତି। ମୋଦୀଙ୍କ ଏହି ଗସ୍ତ ଓ ଦୁଇ ଦେଶ ମଧ୍ୟରେ ବଢୁଥିବା ଘନିଷ୍ଠତା ଉପରେ ସାରା ବିଶ୍ୱର ନଜର ରହିଛି। ଏହି ଗସ୍ତ ସମୟରେ ଆମେରିକା ଭାରତକୁ ଆଠ ଚକିଆ ଯୁଦ୍ଧ ଯାନ ‘ଷ୍ଟ୍ରାଇକର’ ଏବଂ ଏମ୍ ୭୭୭ ତୋପ ଦେବାକୁ ପ୍ରସ୍ତାବ ଦେଇଛି। ନୂଆଦିଲ୍ଲୀ ଏବଂ ୱାଶିଂଟନର ଅଧିକାରୀଙ୍କ ବୟାନ ଦେଇ ହିନ୍ଦୁସ୍ତାନ ଖବରକାଗଜ ରିପୋର୍ଟ କରିଛି ଯେ […]
‘ଷ୍ଟ୍ରାଇକର୍’ ବିକିବ ଆମେରିକା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial