ପୁଣି ଚଳଚଞ୍ଚଳ ହେବ ଚନ୍ଦକା ହସ୍ତୀ ଅଭୟାରଣ୍ୟ

ଚନ୍ଦକା ହସ୍ତୀ ଅଭୟାରଣ୍ୟ

ଅକ୍ଟୋବର ୨ ତାରିଖରୁ କରୋନା କଟକଣା ନିୟମରେ ଖୋଲିବ

ବାରଙ୍ଗ/ମେଣ୍ଢାଶାଳ: ମହାମାରୀ କରୋନା କଟକଣା ପାଇଁ ମାର୍ଚ୍ଚ ୨୭ ତାରିଖରୁ ଦର୍ଶକଙ୍କ ପାଇଁ ବନ୍ଦ ରହିଥିବା ଚନ୍ଦକା‌-ଡମପଡ଼ା ହସ୍ତୀ ଅଭୟାରଣ୍ୟ ଆସନ୍ତା ଅକ୍ଟୋବର ୨ ତାରିଖରେ ପୁଣି ଖୋଲିବ। ଗାନ୍ଧୀ ଜୟନ୍ତୀ ଅବସରରେ କରୋନା କଟକଣା ନିୟମାନୁସାରେ ଏହି ଅଭୟାରଣ୍ୟ ଦର୍ଶକମାନଙ୍କ ପାଇଁ ଖୋଲା ରହିବ। ତେଣୁ ଚନ୍ଦକା ଗୋଡ଼ିବାରୀ ମୁଖ୍ୟ ଫାଟକ ଦେଇ ଦର୍ଶକମାନେ ଅଭୟାରଣ୍ୟ ଭିତରକୁ ଯାଇ ପୁଣି ପ୍ରାକୃତିକ ଜଙ୍ଗଲର ମନୋରମ ଦୃଶ୍ୟ ଦେଖିବାର ସୁଯୋଗ ଲାଭ କରିବେ।
ଚନ୍ଦକା ଡିଏଫ୍ଓ କେଦାରନାଥ ସ୍ବାଇଁଙ୍କ ସୂଚନାନୁସାରେ ଦର୍ଶକମାନେ କୋଭିଡ୍‌ କଟକଣାରେ ଅଭୟାରଣ୍ୟ ଭିତରକୁ ଯିବେ। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ। ଏଥିପାଇଁ ସୁରକ୍ଷାକର୍ମୀମାନେ ଜଗି ରହିବେ ବୋଲି ସେ ସୂଚନା ଦେଇଛନ୍ତି। ଦର୍ଶକମାନଙ୍କ ପାଇଁ ରହଣିଠାରୁ ଆରମ୍ଭ କରି ଖାଦ୍ୟ ପାନୀୟ ଯୋଗାଇବାର ବ୍ୟବସ୍ଥା ରହିଛି ବୋଲି ଡିଏଫ୍ଓ କହିଛନ୍ତି। ସୂଚନାଯୋଗ୍ୟ, ଏହି ଅଭୟାରଣ୍ୟରେ ବନ୍ୟପ୍ରାଣୀଙ୍କୁ ଦେଖିବା ପାଇଁ ୱାଚ୍‌ ଟାୱାର ରହିଛି। ଭରତପୁର, ଅମ୍ବିଲ, କୁମାରଖୁଣ୍ଟି ଓ ମାଣ୍ଟୁ ଭଳି ସ୍ଥାନରେ ନିର୍ମାଣ ହୋଇଥିବା ୱାଚ୍‌ ଟାୱାର, ବାଉଁଶବେରଣାର ଜଳଭଣ୍ଡାର, ଐତିହାସିକ ଚୂଡ଼ଙ୍ଗଗଡ଼ ଦୁର୍ଗ ଓ ବୁଆଳିଗଡ଼ର ଭଗ୍ନ ଦୁର୍ଗ, ଆମ୍ବଖଳି ଠାକୁରାଣୀ, ଡେରାସର ବାଉଁଶ ଘର ଆଦି ଦେଖିବାକୁ ମିଳିବ। ସେହିପରି ପିତାଗାଡ଼ିଆ, ନଅରଥଳି, କୁମାରଖୁଣ୍ଟି, ଚୂଡ଼ଙ୍ଗଗଡ, ଶାଳବାରି, ପିଠାଖିଆ, ମାଣ୍ଟୁ, ଡାହାଣୀଗାଡ଼ିଆ, ବେହେଣ୍ଟାସାହି, ନୂଆକୂଅ, ଢୋ‌ଲକାଠ, ସୁଳାଖଣି, ଝୁମୁକା, ଡେରାସ, ଝଲରା, ଅମ୍ବିଲୋ ଓ ମାଡ଼ୁଆ ଭଳି ପର୍ଯ୍ୟଟନସ୍ଥଳୀ ରହିଛି।

Share Now:

Kalinga News Beuro

Next Post

ଶୈଳଶ୍ରୀବିହାର ସାଇ ମନ୍ଦିର ଜବରଦଖଲ ପ୍ରସଙ୍ଗ: ବନ୍ଦ ହେଲା କାମ ,ଭାଙ୍ଗିବେ କେବେ..?

Wed Sep 30 , 2020
ଅକ୍ଟୋବର ମାସରେ ଭାଙ୍ଗିବାକୁ ନିଷ୍ପତ୍ତି, ନିଷ୍ପତ୍ତିର କାର୍ଯ୍ୟକାରିତା ନେଇ ସନ୍ଦେହ ଚନ୍ଦ୍ରଶେଖରପୁର: ସରକାରୀ ଜମିରେ ଛିଡ଼ା ହୋଇଛି ପାଚେରି। ତା’ପରେ ବି ଭାଙ୍ଗିବାକୁ ସରକାରୀ ବାବୁଙ୍କ ସାହସ ପାଉନି। ଏନେଇ ଦୁଇ ମାସ ହେଲା ଗଣମାଧ୍ୟମରେ ଲଗାତାର ଭାବେ ଖବର ପ୍ରକାଶ ପରେ ଏବେ ଅଧା ପାଚେରି ଭଙ୍ଗାଯାଇଛି। ତେବେ ମେନ୍‌ ଗେଟ୍‌ ସହ ବାକି ଅଧା ପାଚେରିକୁ ସୁରକ୍ଷା ଦିଆଯାଇ ଡ୍ରେନ୍‌ ଦିଗ ବଦଳାଇ ରବିବାର ନିର୍ମାଣ କାମ […]
ଶୈଳଶ୍ରୀବିହାର ସାଇ ମନ୍ଦିର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial