ଡ୍ୟାନ୍‌ସିଂ କାର୍‌ ଭିତରେ ଆଲବମ୍‌ ଅଭିନେତ୍ରୀ

ଡ୍ୟାନ୍‌ସିଂ କାର୍‌ ଭିତରେ ଆଲବମ୍‌ ଅଭିନେତ୍ରୀ

ଚନ୍ଦ୍ରଶେଖରପୁର: ଭୋର୍ ପ୍ରାୟ ସାଢ଼େ ଚାରିଟା। ଇନ୍‌ଫୋସିଟି-ଚନ୍ଦକା ରାସ୍ତାରେ ଏକ ନାଲି ରଙ୍ଗର କାର୍‌ ସନ୍ଦେହଜନକ ଅବସ୍ଥାରେ ଥିବା ଦେଖି ପିସିଆର୍ ଭ୍ୟାନ୍‌ ଅଟକିଗଲା। ଦୋହଲୁଥିବା କାର୍‌ଟି ପୁଲିସ ଗାଡ଼ି ଦେଖି ନିଶ୍ଚଳ ହୋଇ ଯାଇଥିଲା। ପରେ କାର୍ ଭିତରୁ ବାହାରି ଆସିଥିଲେ ଜଣେ ଯୁବତୀ ଓ ଜଣେ ଯୁବକ। ସେମାନେ ଏକ ମନୋରଞ୍ଜନଧର୍ମୀ ଟିଭି ଚ୍ୟାନେଲ୍‌ରେ କାମ କରୁଛନ୍ତି ବୋଲି ପରିଚୟ ଦେଇଥିଲେ। ଯୁବତୀ ଜଣକ ବହୁ ଆଲବମ୍‌ର ନାୟିକା ବୋଲି ଜଣାପଡ଼ିଥିଲା। ସେମାନେ ରାତି ଡ୍ୟୁଟି ସାରି ଷ୍ଟୁଡିଓରୁ ଫେରୁଥିଲେ ବୋଲି କହିବା ସହ ଛାଡ଼ିଦେବା ପାଇଁ ନେହୁରା ହୋଇଥିଲେ। ତେବେ ପିସିଆର୍‌ କର୍ମଚାରୀମାନେ ସେମାନଙ୍କୁ ଥାନାକୁ ନେଇ ଯାଇଥିଲେ। କିଛି ସମୟ ପରେ ସେମାନଙ୍କ କାର୍ଯ୍ୟାଳୟରୁ ଜଣେ ବରିଷ୍ଠ ଅଧିକାରୀ ଥାନା ଅଧିକାରୀଙ୍କୁ ଫୋନ୍‌ କରି ସେମାନଙ୍କୁ ଛାଡ଼ିଦେବା ପାଇଁ ଅନୁରୋଧ କରିଥିଲେ। ତେଣୁ ପୁଲିସ ସେମାନଙ୍କୁ ତାଗିଦ୍‌ କରି ଛାଡ଼ିଥିଲା। ଘଟଣାଟି ଆଜି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Share Now:

Kalinga News Beuro

Next Post

କୃଷ୍ଣ ସାଗର ଅଞ୍ଚଳରେ ଉତ୍ତେଜନା

Wed Jun 23 , 2021
ବ୍ରିଟିଶ ଯୁଦ୍ଧ ଜାହାଜକୁ ଘେରିଲେ ଋଷୀୟ ଲଢୁଆ ବିମାନ, ଯୁଦ୍ଧ ଜାହାଜ ମସ୍କୋ : କୃଷ୍ଣ ସାଗର ଅଞ୍ଚଳରେ ଋଷିଆ ଓ ନ୍ୟାଟୋ ମଧ୍ୟରେ ଉତ୍ତେଜନା ହଠାତ ବଢିଯାଇଛି। ଆଜି ନ୍ୟାଟୋ ସଦସ୍ୟ ଦେଶ ତଥା ଆମେରିକାର ସହଯୋଗୀ ବ୍ରିଟେନର ଏକ ଯୁଦ୍ଧ ଜାହାଜ କୃଷ୍ଣ ସାଗରରେ ପ୍ରବେଶ କରି ଋଷିଆର ଜଳସୀମା ଉଲ୍ଲଙ୍ଘନ କରିବା ପରେ ଋଷିଆ ଯୁଦ୍ଧ ବିମାନରୁ ବୋମା ପକାଇ ବ୍ରିଟେନକୁ ସତର୍କ କରାଇଦେଇଛି। ଏହା […]
କୃଷ୍ଣ ସାଗର ଅଞ୍ଚଳରେ ଉତ୍ତେଜନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial