ପରଲୋକରେ ଖ୍ୟାତନାମା ଚଳଚ୍ଚିତ୍ର ସମ୍ପାଦକ ଦେବେନ ମିଶ୍ର

Deven Mishra

ଭୁବନେଶ୍ୱର: ଓଡିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ସମ୍ପାଦକ ଦେବେନ ମିଶ୍ର ଆଉ ନାହାନ୍ତି। ଗତକାଲି ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୬ଟା ସମୟରେ ସେ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ। ସେ ପ୍ରାୟ ସାଢେ ୮ଟା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କର ଅନ୍ତିମ ସଂସ୍କାର ଆଜି ସକାଳେ ସତ୍ୟ ନଗରରେ ପରିବାର ଏବଂ ଘନିଷ୍ଠ ବନ୍ଧୁମାନଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି। ଦେବେନ୍ ମିଶ୍ର ୮୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରର ସମ୍ପାଦନା କରିଥିଲେ। ସେ ଅମୀୟ ପଟ୍ଟନାୟକଙ୍କ ପ୍ରଯୋଜିତ ତଥା ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ‘ପୁଅ ମୋର କଳାଠାକୁର’ ଚଳଚ୍ଚିତ୍ରରୁ ସମ୍ପାଦକ ଭାବେ କାମ ଆରମ୍ଭ କରିଥିଲେ। ତାଙ୍କୁ ‘ପରଦେଶୀ ଚଢେଇ’ ଓ ‘କାଶିଆ କପିଳା’ ଚଳଚ୍ଚିତ୍ର ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ଦେବେନ୍ ମିଶ୍ରଙ୍କ ଆକସ୍ମିକ ଦେହାନ୍ତରେ ଓଡିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।

Share Now:

Kalinga News Beuro

Next Post

ବାଜପେୟୀଙ୍କ ରେକର୍ଡ ଭାଙ୍ଗିଲେ ମୋଦୀ: ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ସବୁଠୁ ଅଧିକ ଦିନ

Sun Aug 16 , 2020
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଉ ଏକ ରେକର୍ଡ କରିଛନ୍ତି। ଦେଶର ପ୍ରଥମ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଶାସନ କରିବାର ସୁଯୋଗ ‌୬୭ ବର୍ଷୀୟ ମୋଦୀ ହାସଲ କରିଛନ୍ତି। ପୂର୍ବରୁ ଅଟଳ ବିହାରୀ ବାଜପେୟୀ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ୨୨୬୮ ଦିନ ଶାସନ କରିବାର ସୋଭାଗ୍ୟ ହାସଲ କରିଥିଲେ। ମୋଦୀ ଆଜି ସେହି ରେକର୍ଡକୁ ଭାଙ୍ଗିଛନ୍ତି ବୋଲି ବିଜେପିର ଆଇଟି ଶାଖା ପକ୍ଷରୁ ଟ୍ବିଟ୍ […]
ବାଜପେୟୀଙ୍କ ରେକର୍ଡ ଭାଙ୍ଗିଲେ ମୋଦୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial