ପୂର୍ବ ବକ୍ସ ଅଫିସ ରେକର୍ଡ ଭାଙ୍ଗିବ ଚଳଚିତ୍ର ‘ଆନିମଲ’ : ପ୍ରଥମ ଦିନରେ ଆୟ କରିବ ୧୦୦କୋଟି

ମୁମ୍ବାଇ: ଆଜି ରିଲିଜ ହୋଇଛି ଫିଲ୍ମ ‘ଆନିମଲ’। ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ରଣବୀର କପୁର ଅଭିନୟ କରିଥିବା ବେଳେ ବକ୍ସ ଅଫିସରେ ଏହା ଧମାଲ ମଚାଇଛି। ରିଲିଜ୍ ପୂର୍ବରୁ ଫିଲ୍ମଟି ବକ୍ସ ଅଫିସ କିଙ୍ଗ ପାଲଟିବ ବୋଲି କୁହାଯାଉଥିଲା। ରିଲିଜ ପରେ ଏହା ସତ ହେବ ବୋଲି ଦର୍ଶକ କହିବା ଆରମ୍ଭ କରିଛନ୍ତି। ଦର୍ଶକଙ୍କଠାରୁ ଆରମ୍ଭ କରି ଫିଲ୍ମ ନିର୍ମାତାଙ୍କ ପର୍ଯ୍ୟନ୍ତ ସମସ୍ତେ ଫିଲ୍ମକୁ ପସନ୍ଦ କରିଛନ୍ତି। କୁହାଯାଉଛି ଯେ, ଫିଲ୍ମଟି ପ୍ରଥମ ଦିନରେ ହିଁ ୧୦୦କୋଟି ଆୟ କରିବ। ତେବେ କେବଳ ଭାରତରେ ନୁହେଁ, ବିଶ୍ୱ ବକ୍ସ ଅଫିସ ଆୟକୁ ମିଶାଇ ଏହି ଆକଳନ କରାଯାଇଛି। ଭାରତ‌ରେ ଫିଲ୍ମଟି ୬୦କୋଟି ଆୟ କରିବା ସହ ବିଶ୍ୱ ବକ୍ସ ଅଫିସର ଆୟ ମିଶିଲେ ଫିଲ୍ମଟି ୧୦୦କୋଟି କ୍ଲବରେ ସାମିଲ ହେବ ବୋଲି ଚର୍ଚ୍ଚା ହେଉଛି।
ଫିଲ୍ମର ପ୍ରଶଂସା କରି ଲୋକପ୍ରିୟ ନିର୍ଦ୍ଦେଶକ ଏସଏସ ରାଜାମୌଲି ଏକ୍ସରେ ପୋଷ୍ଟ କରିଛନ୍ତି, ରଣବୀର ତୁମ ଭିତରେ ଥବା ବଡ଼ ସୁପରଷ୍ଟାର ଆଜି ଫିଲ୍ମ ‘ଆନିମଲ’ ସହିତ ଜନ୍ମ ନେଇଛି। ତୁମ ପ୍ରଦର୍ଶନକୁ ଆଜୀବନ ସମ୍ମାନିତ କରାଯିବ। ରଣବୀରଙ୍କ ସହ ସେ ରଶ୍ମିକା ଓ ନିର୍ଦ୍ଦେଶକ ସନ୍ଦୀପଙ୍କ ପ୍ରଶଂସା କରିଥିବା ଦେଖାଯାଇଛି। ଉଲ୍ଲେଖଯୋଗ୍ୟ, ଏହି ଚଳଚ୍ଚିତ୍ରଟି ଆଜି ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ୍ ସମେତ ଅନେକ ଭାଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ଯେଉଁଥିରେ ରଣବୀର, ରଶ୍ମିକା ମନ୍ଦନା, ବବି ଦେଓଲ୍, ଅନିଲ କପୁର ଏବଂ ତ୍ରୁପ୍ତି ଡିମ୍ରି ପ୍ରମୁଖ ଭୂମିକାରେ ନଜର ଆସିବେ।

Share Now:

Kalinga News Beuro

Next Post

ରାଜଧାନୀରେ ସେକ୍ସ ରାକେଟ ଠାବ : ଦୁଇ ଦଲାଲଙ୍କୁ ବାନ୍ଧିଲା ପୁଲିସ

Sat Dec 2 , 2023
ଭୁବନେଶ୍ୱର: ରାଜଧାନୀରେ ସେକ୍ସ ରାକେଟ ଠାବ ଘଟଣାରେ ଆଜି ଦୁଇ ଜଣ ଦଲାଲଙ୍କୁ ଗିରଫ କରିଛି ଖାରବେଳ ନଗର ଥାନା ପୁଲିସ। ଉଭୟଙ୍କୁ ଅପରାହ୍ନ ସୁଦ୍ଧା ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ଆଗକୁ ଅନ୍ୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ଗତକାଲି ରାଜଧାନୀର ସତ୍ୟନଗର ଅଞ୍ଚଳରୁ ପୁଲିସ ଏକ ସେକ୍ସ ରାକେଟ ଠାବ କରିଥିଲା । ଏହି ଘଟଣାରେ ପୁଲିସ ୪ ଯୁବତୀଙ୍କ ସହ ୨ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial