ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ଜମା କଲେ ଏମ୍ସର ଡାକ୍ତରୀ ଟିମ

ସୁଶାନ୍ତ ସିଂ ରାଜପୁତ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ପାଖାପାଖି ୪ ମାସ ହୋଇଗଲାଣି। ତେବେ ତାଙ୍କ ମୃତ୍ୟୁ ବାସ୍ତବରେ ଏକ ଆତ୍ମହତ୍ୟା କି ହତ୍ୟା ତାହା ଉପରୁ ଏଯାଏ ବି ପରଦା ଉଠି ପାରିନାହିଁ। ଏମ୍‌ସର ଏକ ଡାକ୍ତରୀ ପ୍ୟାନେଲ୍‌ ସୁଶାନ୍ତଙ୍କ ବ୍ୟବଚ୍ଛେଦ ଓ ଭିସେରା ନମୁନାକୁ ନେଇ ଏହା ହତ୍ୟା କି ଆତ୍ମହତ୍ୟା ବୋଲି ଜାଣିବାକୁ ଯାଞ୍ଚ୍‌ ଜାରି ରଖିଥିଲେ। ଜାଣିବାକୁ ମିଳିଛି ଯେ ଏମ୍ସର ଡାକ୍ତରୀ ଟିମ୍‌ ତଦନ୍ତ ରିପୋର୍ଟ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ସିବିଆଇକୁ ହସ୍ତାନ୍ତର କରାଇଛନ୍ତି। ଆପଣ ଜାଣିଥିବେ ନିଶ୍ଚୟ ଯେ ଉପଲବ୍ଧ ଥିବା ସୁଶାନ୍ତଙ୍କ ୨୦ ପ୍ରତିଶତ ଭିସେରା ନମୁନାକୁ ନେଇ ଏମ୍ସ ତଦନ୍ତ ପୁଣି ଥରେ ଯାଞ୍ଚ୍‌ ଆରମ୍ଭ କରିଥିଲା। ଯାଞ୍ଚ୍‌ କରି ସୋମବାର ସଂଧ୍ୟାରେ ଏମ୍ସର ଡାକ୍ତରୀ ଦଳ ଏହି ରିପୋର୍ଟକୁ ସିବିଆଇ ନିକଟରେ ଜମା କରିଥିବା ସୂଚନା ରହିଛି। ସୁଶାନ୍ତଙ୍କର ହତ୍ୟା କରାଯାଇଛି ନା ଏହା ଏକ ଆତ୍ମହତ୍ୟା ବୋଲି ଜାଣିବା ପାଇଁ ସିବିଆଇ କରୁଥିବା ଭିନ୍ନ ତଦନ୍ତ ସହ ଏହି ରିପୋର୍ଟକୁ ମଧ୍ୟ ବିଶ୍ଳେଷଣ କରାଯାଉଛି। ଏହି ସବୁ ରିପୋର୍ଟକୁ ବିଶ୍ଳେଷଣ କରିବା ପରେ ସିବିଆଉ ଚୂଡ଼ାନ୍ତ ତଥ୍ୟ ପ୍ରଦାନ କରିବ। ଉଲ୍ଲେଖଯେ‌ାଗ୍ୟ, ପୂର୍ବରୁ ସୁଶାନ୍ତଙ୍କ ପରିବାରର ଓକିଲ ବିକାଶ ସିଂ ଦାବି କରିଥିଲେ ଯେ ସୁଶାନ୍ତଙ୍କୁ ଗଳା ଚିପି ହତ୍ୟା କରାଯାଇଛି ଓ ଏହା ୨୦୦ ପ୍ରତଶତ ସତ। ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ, ହତ୍ୟା ବୋଲି ଏମ୍‌ସ ଡାକ୍ତର ସ୍ପଷ୍ଟ କରିଛନ୍ତି ବୋଲି କହି ଓକିଲ ସିଂହ ଏହି ଦାବି କରିଥିଲେ।

Share Now:

Kalinga News Beuro

Next Post

କରୋନା ରୋଗୀଙ୍କୁ ଭଲ କରି ପାରିବ ଆୟୁର୍ବେଦିକ ଔଷଧ: କ୍ଲିନିକାଲ ପରୀକ୍ଷଣରୁ ସାମ୍ନାକୁ ଆସିଲା ତଥ୍ୟ

Tue Sep 29 , 2020
ନୂଆଦିଲ୍ଲୀ: ତିନୋଟି ଡାକ୍ତରଖାନାରେ ଚାଲିଥିବା କ୍ଲିନିକାଲ୍ ପରୀକ୍ଷଣ ଉପରେ ଏକ ଚମକପ୍ରଦ ରିପୋର୍ଟ ସାମ୍ନାକୁ ଆସିଛି। ଏଥିରେ ଦର୍ଶାଯାଇଛି ଯେ ପାରମ୍ପରିକ ଔଷଧ ତୁଳନାରେ ପ୍ରାକୃତିକ ଚିକିତ୍ସା ଦ୍ୱାରା ଅଧିକାଂଶ କୋଭିଡ୍ -୧୯ରୋଗୀ ସୁସ୍ଥ ହୋଇପାରୁଛନ୍ତି। କୋରିଭାଲ୍ ଲାଇଫ୍ ସାଇନ୍ସେସ୍ ଦ୍ୱାରା ଇମ୍ୟୁନୋଫ୍ରି ନାମକ ଏକ ଆୟୁର୍ବେଦିକ ପ୍ରତିକାର ଓ ବା‌ୟୋଗେଟିକା ଦ୍ବାରା ରେଜିନମ୍ୟୁ ନାମକ ଏକ ନ୍ୟୁଟ୍ରାସ୍ୟୁଟିକାଲ୍ ସମ୍ପ୍ରତି କରୋନା ଚିକିତ୍ସା ପାଇଁ ଥିବା ପାରମ୍ପରିକ ଔଷଧ ଠାରୁ […]
ଆୟୁର୍ବେଦିକ ଔଷଧ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial