ଲୋକାର୍ପିତ ହେଲା ଓଡ଼ିଆ ଆଲବମ୍‌ ‘ମୁଁ ଓଡ଼ିଆ ଘରର ଝିଅ’

ଲୋକାର୍ପିତ ହେଲା ଓଡ଼ିଆ ଆଲବମ୍‌ ‘ମୁଁ ଓଡ଼ିଆ ଘରର ଝିଅ’

ଭୁବନେଶ୍ବର: ମ୍ୟୁଜିକ୍‌ କମ୍ପାନି ‘ସୁର ଭାଇବ୍ରେସନ୍’ ଦ୍ଵାରା ପ୍ରସ୍ତୁତ ଓଡ଼ିଆ ଆଲବମ୍ ଗୀତ ‘ମୁଁ ଓଡ଼ିଆ ଘରର ଝିଅ ଲୋ’ କୋଭିଡ୍‌ ନିୟମକୁ ପାଳନ କରି ନିରାଡ଼ମ୍ବର ଭାବେ ମୁକ୍ତିଲାଭ କରିଛି। ଏହା ଏବେ ସୁର ଭାଇବ୍ରେସନ୍‌ ମ୍ୟୁଜିକ୍‌ର ୟୁ-ଟ୍ୟୁବ୍‌ ଚ୍ୟାନେଲରେ ଉପଲବ୍ଧ ହୋଇଛି। ଓଡ଼ିଶାର ଅନେକ ଲୋକକଳା ବିଲୁପ୍ତ ହେବାକୁ ବସିଥିବା ବେଳେ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ‘କଣ୍ଢେଇ ନାଚ’ ଭଳି ଲୋକକଳା ଓ କଳାକାରଙ୍କୁ ଲୋକଲୋଚନକୁ ଆଣିବାକୁ ପ୍ରୟାସ କରିଛନ୍ତି। କାଠ କଣ୍ଢେଇମାନଙ୍କୁ ଗୀତର ତାଳେ ତାଳେ ନଚେଇ ଏକ ଭିନ୍ନ ସ୍ୱାଦର ଭିଡିଓ ପ୍ରସ୍ତୁତ କରାଯାଇଛି। ସଙ୍ଗୀତ ନିର୍ଦ୍ଦେଶକ ଚନ୍ଦ୍ରଭାନୁ କରଙ୍କ ସୁପରିଚାଳନା ଓ ବଳିଷ୍ଠ ନିର୍ଦ୍ଦେଶନାରେ କାଠ କଣ୍ଢେଇମାନଙ୍କୁ ଜୀବନ୍ତ ମଣିଷ ପରି ନାଚିବାର ଭିଡିଓରେ ଦେଖିବାକୁ ମିଳୁଛି। ଗୀତ ରଚନା କରିଛନ୍ତି ଓମ୍‌କାର ଲେଙ୍କା। ସୁର ଭାଇବ୍ରେସନ୍ ଷ୍ଟୁଡିଓରେ ଗୀତଟିର ରେକର୍ଡିଂ କରାଯାଇଛି।

Share Now:

Kalinga News Beuro

Next Post

ଗୁଜୁରାଟ ହସ୍ପିଟାଲରେ ନିଆଁ: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧୬ଗୁରୁତର କରୋନା ଆକ୍ରାନ୍ତ

Mon Apr 26 , 2021
ସୁରଟ: ପୁଣି କୋଭିଡ ହସ୍ପିଟାଲରେ ନିଆଁ। ଗୁଜୁରାଟର ସୁରଟରେ ଥିବା ଏକ କୋଭିଡ ହସ୍ପିଟାଲର ଆଇସିୟୁରେ ନିଆଁ ଲାଗିଥିବା ଜଣାପଡ଼ିଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ଆଇସିୟୁରେ ଥିବା ସମସ୍ତ ୧୬ଜଣ ଗୁରୁତର କରୋନା ଆକ୍ରାନ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ, ରବିବାର ରାତି ପ୍ରାୟ ୧୧.୪୦ ସମୟରେ ସୁରଟର ଷ୍ଟେସନ ରୋଡରେ ଥିବା କୋଠାର ପଞ୍ଚମ ମହଲାରେ ଅବସ୍ଥିତ ଆୟୁଷ […]
ଗୁଜୁରାଟ ହସ୍ପିଟାଲରେ ନିଆଁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial