ବିଶିଷ୍ଟ ସଙ୍ଗୀତଜ୍ଞ ସୁନୀଲ ଶତପଥୀଙ୍କ ପରଲୋକ

ବିଶିଷ୍ଟ ସଙ୍ଗୀତଜ୍ଞ ସୁନୀଲ ଶତପଥୀଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ସଙ୍ଗୀତଜ୍ଞ ସୁନୀଲ ଶତପଥୀଙ୍କ ପରଲୋକ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ବିଶିଷ୍ଟ ଗାୟିକା ଗିରିଜା ଦେବୀଙ୍କ ସେ ଆସୋସିଏଟ ଥିଲେ। ଆକାଶବାଣୀ କଟକର କାର୍ଯ୍ୟକାରୀ ନିର୍ଦ୍ଦେଶକ ଥିବାବେଳେ ସେ ଅନେକ ଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଆକାଶବାଣୀରେ ପ୍ରସାରିତ ମୀରାବାଈ ତାଙ୍କର ଏକ ପ୍ରମୁଖ କାର୍ଯ୍ୟକ୍ରମ ଥିଲା। ଦେଶର କିଛି ପ୍ରମୁଖ ଗାୟକଙ୍କ ସହ ବି ସୁନୀଲ ଶତପଥୀ କାମ କରିଥିଲେ। ପ୍ରସିଦ୍ଧ ଗାୟକ ମାନ୍ନା ଦେଙ୍କ ଗୀତଗୋବିନ୍ଦଙ୍କୁ ସେ ରେକର୍ଡ କରିଥିଲେ। ଆଦିବାସୀ ସଙ୍ଗୀତରେ ବି ତାଙ୍କର ଗଭୀର ଦକ୍ଷତା ଥିଲା।

Share Now:

Kalinga News Beuro

Next Post

ରାଜଧାନୀରେ ଅସଲି ବ୍ରାଣ୍ଡରେ ନକଲି ଟିଭି : ମାଷ୍ଟରମାଇଣ୍ଡ ସମେତ ୪ ଗିରଫ

Wed Jun 2 , 2021
ସୋ’ ରୁମ୍ ଖୋଲି ଅଧା ଦାମ୍‌ରେ ବିକୁଥିଲେ, ରାକେଟର ପର୍ଦ୍ଦାଫାସ୍ କଲା ସ୍ପେସାଲ ସ୍କ୍ବାଡ୍ ଭୁବନେଶ୍ବର: ସୋନି ବ୍ରାଣ୍ଡର ୩୨ଇଞ୍ଚ ଏଲଇଡି ଟିଭିର ଦାମ୍ ମାତ୍ର ୧୫ ହଜାର। ଆଉ ୪୮ଇଞ୍ଚ ଟିଭିର ଦାମ୍ ମାତ୍ର ୧୯ ହଜାର। ଏହି ବ୍ରାଣ୍ଡର ପ୍ରକୃତ ମୂଲ୍ୟଠାରୁ କାହିଁ କେତେ ଗୁଣା କମ୍। ଖୋଳ, ଲୋଗୋ ସବୁ ଅସଲି ଭଳି ଦେଖାଯାଉଥିବା ଟିଭି କିନ୍ତୁ ନକଲି। ଅସଲି ବ୍ରାଣ୍ଡ ନାଁରେ ନକଲି ଟିଭି […]
ରାଜଧାନୀରେ ଅସଲି ବ୍ରାଣ୍ଡରେ ନକଲି ଟିଭି

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial