ପ୍ରଥମ ଓଡ଼ିଆ ମହିଳା ସିନେ ଗୀତିକାର ବିନୋଦିନୀ ଦେବୀଙ୍କ ପରଲୋକ

ଗୀତିକାର ବିନୋଦିନୀ ଦେବୀ

ଭୁବନେଶ୍ୱର: ରାଜ୍ୟ ସଙ୍ଗୀତ ଜଗତରୁ ଆସିଛି ଏକ ଦୁଃଖ ଖବର। ରାଜ୍ୟର ପ୍ରଥମ ଓଡ଼ିଆ ମହିଳା ସିନେ ଗୀତିକାର ବିନୋଦିନୀ ଦେବୀ ଆଉ ନାହାନ୍ତି। ଓଡ଼ିଆ ସିନେମା ଜଗତରେ ଅନେକ ମନଛୁଆଁ ସଙ୍ଗୀତ ସୃଷ୍ଟି କ୍ଷେତ୍ରରେ ନିଜକୁ ଉତ୍ସର୍ଗ କରିଦେଇଥିବା ବିନୋଦିନୀ କଟକ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର ଥିଲେ। ମୃତ୍ୟୁ ବେଳକୁ ବିନୋଦିନୀଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ୧୯୩୭ ମସିହାରେ କଟକ ଜିଲ୍ଲା ତିଗିରିଆରେ ବିନୋଦିନୀ ଜନ୍ମଗ୍ରହଣ କରିଥିଲେ। ସେ ୧୯୬୫ରେ ପ୍ରଥମ ଥର ପାଇଁ ମଲାଜହ୍ନ ଚଳଚ୍ଚିତ୍ର ପାଇଁ ଗୀତ ଲେଖିଥିଲେ। ଓଡ଼ିଆ ଚଳଚ୍ଚିତ୍ର ପ୍ରତି ତାଙ୍କର ଅନେକ ଅବଦାନ ରହିଥିଲା। ‘ତଅପୋଇ’, ‘ଅସ୍ତରାଗ’, ‘ମୁଁ ତୁମେ ଓ ସେ’, ‘ଶ୍ରୀ ଜଗନ୍ନାଥ ଓ ଜୟ ଜଗନ୍ନାଥ’ ପାଇଁ ସେ ଗୀତ ରଚନା କରିଥିଲେ। ତାଙ୍କର ମୃତ୍ୟୁରେ ରାଜ୍ୟ ଚଳଚ୍ଚିତ୍ର, ସଙ୍ଗୀତ ଜଗତର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ପ୍ରଶଂସକମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।
ମସ୍ତିଷ୍କାଘାତ ସମସ୍ୟା କାରଣରୁ ଦୀର୍ଘ ଦିନ ଧରି ବିନୋଦିନୀ ଶଯ୍ୟାଶାୟୀ ରହିଥିଲେ। ସେ ଅନୁଗୁଳରେ ସାନପୁଅଙ୍କ ନିକଟରେ ରହି ଚିକିତ୍ସିତ ହେଉଥିଲେ। ଆଜି ସକାଳେ ତାଙ୍କର ବିୟୋଗ ଘଟିଥିଲା। ସେ କଟକର ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର ଥିଲେ। ତାଙ୍କ ରଚିତ ସିନେମା ଗୀତ ମଧ୍ୟରେ ରକତ ଟଳମଳ ଖଇର ପାଞ୍ଚପଳ, କାଳିଆ ଆସିଲା ଭାଇ କାଳିଆ ଆସିଲା, ସେ ତ ଭକତ ଭାବରେ ବନ୍ଧା, ନିରିମାଖୀ କୁଆଁରୀ ମୁଁ, ନଟ ହେ ମଞ୍ଜି ପୋତିଲ ବେଶ୍ ଲୋକପ୍ରିୟ ଥିଲା। ଓଡ଼ିଆ ସଙ୍ଗୀତ ଜଗତର ବେତାଜ ବାଦଶାହ ଅକ୍ଷୟ ମହାନ୍ତି ତାଙ୍କୁ ପ୍ରଥମେ ମଲାଜହ୍ନ ଫିଲ୍ମରେ ଓ ପରବର୍ତ୍ତୀ ସମୟରେ ଅନ୍ୟ ସିନେମାରେ ଗୀତ ଲେଖିବାର ସୁଯୋଗ ଦେଇଥିଲେ। ବିନୋଦିନୀ ଜଣେ ଉଚ୍ଚକୋଟିର ସାହିତ୍ୟିକା ମଧ୍ୟ ଥିଲେ।

Share Now:

Kalinga News Beuro

Next Post

ଅକ୍ଟୋବର ୨୧ ତାରିଖରେ ‘ଗଗନଯାନ ମିଶନ୍’ର ପ୍ରଥମ ଫ୍ଲାଇଟ ଟେଷ୍ଟ : ଇସ୍ରୋ

Mon Oct 16 , 2023
ନୂଆଦିଲ୍ଲୀ: ଭାରତର ସ୍ପେସ ରିସର୍ଚ୍ଚ ସଂସ୍ଥା ବା ଇସ୍ରୋ ତରଫରୁ ଏକ ବଡ଼ ଘୋଷଣା ହୋଇଛି। ଚନ୍ଦ୍ରଯାନ ଏବଂ ଆଦିତ୍ୟ ଏଲ-୧ ପରେ ନୂଆ ପ୍ରୋଜେକ୍ଟ ‘ଗଗନଯାନ ମିଶନ୍’କୁ ନେଇ ଏକ ଖୁସି ଖବର ଦେଇଛି ଇସ୍ରୋ। ଆସନ୍ତା ଅକ୍ଟୋବର ୨୧ ତାରିଖ ସଂସ୍ଥା ପାଇଁ ଏବଂ ସାରା ଭାରତ ପାଇଁ ବିଜ୍ଞାନ କ୍ଷେତ୍ରରେ ଆଉ ଏକ ମହତ୍ତ୍ୱପୂର୍ଣ୍ଣ ଦିନ ହେବାକୁ ଯାଉଛି। କାରଣ ୨୧ ତାରିଖରେ ଗଗନଯାନର ପ୍ରଥମ […]
‘ଗଗନଯାନ ମିଶନ୍’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial