ଆର ପାରିରେ ‘ମହାଭାରତ’ର ଶକୁନି ଗୁଫୀ ପେଣ୍ଟଲ୍‌

‘ମହାଭାରତ’ରେ ଶକୁନି

ମୁମ୍ବାଇ: ଟେଲିଭିନ୍‌ ଧାରାବାହିକ ‘ମହାଭାରତ’ରେ ଶକୁନି ମାମୁ ଚରିତ୍ରରେ ଅଭିନୟ କରିଥିବା ଲୋକପ୍ରିୟ ଅଭିନେତା ସରବ୍‌ଜୀତ୍‌ ଗୁଫୀ ପେଣ୍ଟଲ୍‌ ଆଜି ଦୁନିଆକୁ ଅଲବିଦା କହିଛନ୍ତି। ବାର୍ଦ୍ଧକ୍ୟଜନିତ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଅଭିନେତାଙ୍କର ୭୯ ବର୍ଷରେ ମୃତ୍ୟୁ ହୋଇଛି ବୋଲି ତାଙ୍କ ପରିବାର ସୂତ୍ରରୁ ପ୍ରକାଶ। ଗୁଫୀ ଉଭୟ ଟେଲିଭିଜନ ଧାରାବାହିକ ଓ ଚଳଚ୍ଚିତ୍ରରେ ଅଭିନୟ କରି ଅନେକ ସମ୍ପତ୍ତିର ମାଲିକ ହୋଇଥିଲେ। ପ୍ରକାଶିତ ରିପୋର୍ଟ ମୁତାବକ, ଶୁକନି ମାମୁଙ୍କ ନେଟ ୱାର୍ଥ ପାଖାପାଖି ୩୩କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ଗୁଫୀ ଧାରାବାହିକରେ ଗୋଟିଏ ଅଧ୍ୟାୟ ପାଇଁ ୪୦ହଜାର ଟଙ୍କା ଦାବି କରୁଥିଲେ। ଏଥିସହିତ ତାଙ୍କର ମାସିକ ପାରିଶ୍ରମିକ ୮ଲକ୍ଷ ଟଙ୍କା ଥିବା ବେଳେ ବର୍ଷକୁ ‌ସେ ୯୬ଲକ୍ଷ ଟଙ୍କା ରୋଜଗାର କରି ଥାଆନ୍ତି।
ଗୁଫୀ ‘ବାହାଦୁର୍‌ ଶାହ ଜାଫର୍‌’, ‘ମହାଭାରତ’, ‘କାନୁନ୍‌’, ‘ଓଁ ନମଃ ଶିବାୟ’, ‘ସିଆଇଡି’, ‘ସସ୍‌ କୋଇ ହୈ’, ‘ଦ୍ଵାରକାଧୀଶ ଭଗବାନ ଶ୍ରୀକୃଷ୍ଣ’, ‘ରାଧାକୃଷ୍ଣ’ ଏବଂ ‘ଜୟ କନିୟା ଲାଲ୍‌ କି’ ଆଦି ଅନେକ ଟେଲିଭିଜନ ଧାରାବାହିକରେ ଅଭିନୟ କରିଛନ୍ତି। ‌‌ଶେଷଥର ପାଇଁ ଗୁଫୀଙ୍କୁ ‘ଜୟ କନିୟା ଲାଲ୍‌ କି’ରେ ଦେଖିବାକୁ ମିଳିଥିଲା। ୧୯୭୫ ମସିହାରେ ହିନ୍ଦୀ ଚଳଚ୍ଚିତ୍ର ‘ରଫୁ ଚକ୍କର୍‌’ରେ ଗୁଫୀ ସର୍ବପ୍ରଥମେ ଅଭିନୟ କରିଥିଲେ। ଏହାପରେ ‘ଦିଲ୍ଲଗି’, ‘ଦେଶ ପର୍‌ଦେଶ’ ଏବଂ ‘ସୁହାଗ’ ଆଦି ଚଳଚ୍ଚିତ୍ରରେ ସେ ଅଭିନୟ କରି ଚଳଚ୍ଚିତ୍ର ଦୁନିଆରେ ନିଜର ଅନନ୍ୟ ପରିଚୟ ସୃଷ୍ଟି କରିଥିଲେ। ଚଳଚ୍ଚିତ୍ର ଓ ଧାରାବାହିକ ବ୍ୟତୀତ ସେ ଅନେକ ବିଜ୍ଞାପନରେ ବି କାମ କରିଛନ୍ତି।

Share Now:

Kalinga News Beuro

Next Post

ଟ୍ରାଇଡେଣ୍ଟ ଗାଲାକ୍ସି ବାସିନ୍ଦାଙ୍କ ଦୁଃଖ : କହିବେ କାହାକୁ, ଶୁଣିବ କିଏ

Mon Jun 5 , 2023
ସ୍ୱପ୍ନ ଦେଖାଇ ଠକିଦେଲା ବିଲ୍‌ଡର୍‌ ସଂସ୍ଥା ଖଣ୍ଡଗିରି: ବିଳାସପୂର୍ଣ୍ଣ ଘର ସାଙ୍ଗକୁ ହାତପାଆନ୍ତାରେ ମିଳିବ ସବୁ ଅତ୍ୟାଧୁନିକ ସେବା। ଟେନିସ୍‌ କୋର୍ଟ, ସୁପର ମାର୍କେଟ୍‌, ମିନି ମଲ୍‌, ଅଲିମ୍ପିକ୍‌ ସାଇଜ୍‌ ସୁଇମିଙ୍ଗପୁଲ୍‌, ହାଇସ୍ପିଡ୍‌ ଏଲିଭେଟର୍‌, ୨୪ ଘଣ୍ଟା ସିସିଟିଭି, ଇଣ୍ଟର୍‌କମ୍‌ ଓ ଗ୍ୟାସ୍‌ ଲିକ୍ ଡିଟେକ୍ଟର୍‌, ପାଇପ୍‌ ଗ୍ୟାସ୍‌, ୨୪ ଘଣ୍ଟା ସୁରକ୍ଷା ବ୍ୟବସ୍ଥା‌, ୬୭% ସବୁଜିମା‌, ସମ୍ପୂର୍ଣ୍ଣ ବିଦ୍ୟୁତ୍‌ ବ୍ୟବସ୍ଥା, ବିଳାସପୂର୍ଣ୍ଣ କ୍ଲବ୍‌ ହାଉସ୍‌, ଯୋଗରୁମ୍‌, ସ୍ୱାସ୍ଥ୍ୟ କ୍ଲବ୍‌, […]
ଟ୍ରାଇଡେଣ୍ଟ ଗାଲାକ୍ସି ବାସିନ୍ଦାଙ୍କ ଦୁଃଖ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial