ଓଲିଉଡ କଳି ପାଇଁ ପଶ୍ଚିମ ଓଡ଼ିଶାରେ ଓଡ଼ିଆ ଯାତ୍ରା ପ୍ରଦର୍ଶନ ବନ୍ଦ

ଓଲିଉଡ କଳି

ଡୁଡୁକା: ଓଲିଉଡ କଳାକାର ଓ ପ୍ରଯୋଜକ ସଂଘର ବିବାଦର ପ୍ରଭାବ ଯଲିଉଡ(ଯାତ୍ରାଜଗତ) ଉପରେ ପଡ଼ିଥିବାର ଦେଖିବାକୁ ମିଳିଛି। ବଲାଙ୍ଗୀର ଜିଲ୍ଲା ଆଗରପଡ଼ା(ଡୁଡୁକା) ବ୍ଲକର ସାଲେଭଟା ଗାଁରେ ରାଜଧାନୀ ଅପେରାର ଯାତ୍ରାକୁ ବନ୍ଦ କରି ଦେଇଛନ୍ତି କୋଶଲ ସେନାର କର୍ମକର୍ତ୍ତା। ପୂର୍ବ ଓଡ଼ିଶାର ସିନେ ପ୍ରଯୋଜକମାନେ ପଶ୍ଚିମ ଓଡ଼ିଶାର ସ୍ବନାମଧନ୍ୟ କଳାକାର ମନୋଜ ମିଶ୍ରଙ୍କୁ ବ୍ୟାନ କରିଥିବାରୁ ସେମାନେ ପଶ୍ଚିମ ଓଡ଼ିଶାରେ ଓଡ଼ିଆ ଯାତ୍ରା ପାର୍ଟିକୁ ଯାତ୍ରା କରିବାକୁ ଦେବେ ନାହିଁ ବୋଲି ନାରା ଦେଇ ପ୍ରତିବାଦ କରିଥିଲେ।
ବିରୋଧ ଓ ନାରାବାଜି ଯୋଗୁଁ ଯାତ୍ରା ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି ଆୟୋଜକ। ସମାନ ଭାବରେ ଖପ୍ରାଖୋଲ ବ୍ଲକ ଟଙ୍କପାଣି ଗାଁରେ ପଡ଼ିବାକୁ ଥିବା ଅପେରାକୁ ବାତିଲ କରିଛନ୍ତି ପୂଜା କମିଟି କର୍ମକର୍ତ୍ତା। ଏଠି ପ୍ରଶ୍ନ ଉଠୁଛି, ମନୋଜ ମିଶ୍ର ଓ ଅନ୍ୟ ଅଭିନେତାଙ୍କ କଳିକୁ ନେଇ ଅନ୍ୟମାନେ କାହିଁକି ପ୍ରଭାବିତ ହେବେ। ଯାତ୍ରାଜଗତ ଏକ ଭିନ୍ନ ମନୋରଞ୍ଜନର ମାଧ୍ୟମ ହୋଇଥିବା ଜାଣି ମଧ୍ୟ ଏପରି ବିରୋଧ କରାଯିବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠିଛି।

Share Now:

Kalinga News Beuro

Next Post

ଜାନୁଆରି ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା

Fri Nov 3 , 2023
ପୁରୀ: ଆଗାମୀ ଜାନୁଆରି ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ହେବ। ଏହି ପ୍ରକଳ୍ପକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ। ସେ କହିଛନ୍ତି, ଜାନୁଆରି ୧୨ ତାରିଖରୁ ହୋମଯଜ୍ଞ ଆରମ୍ଭ ହେବ। ୫ ଦିନ ହୋମଯଜ୍ଞ ହେବା ପରେ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା କରାଯିବ। ୫ ଦିନ ଧରି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯିବ।ଶ୍ରୀମନ୍ଦିର […]
ଜାନୁଆରି ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial