ଓଡ଼ିଆ ଝିଅ ସଂଧ୍ୟା ଦଳେଇ ହେଲେ ମିସେସ୍‌ ଏସିଆ ୱାର୍ଲଡ-୨୦୨୩

ମିସେସ୍‌ ଏସିଆ ୱାର୍ଲଡ-୨୦୨୩

ରାୟଗଡ଼ା: ରାୟଗଡାର ଝିଅ ଡ.ସଂଧ୍ୟା ଦଳେଇ ଥାଇଲାଣ୍ଡର ବ୍ୟାଙ୍ଗକକ୍‌ରେ ଅନୁଷ୍ଠିତ ମିସେସ ଏସିଆ ୱାର୍ଲଡ-୨୦୨୩ ପ୍ରତିଯୋଗିତାରେ ବିଜୟିନୀ ହୋଇଛନ୍ତି। ଏହି କାର୍ଯ୍ୟକ୍ରମକୁ ମୁମ୍ବାଇ ଗ୍ଲୋବାଲ ଇଣ୍ଟରନେସନାଲ ବ୍ୟୁଟି ପେଜିଏଣ୍ଟ ତରଫରୁ ଆୟୋଜନ କରାଯାଇଥିଲା। ଡ.ସଂଧ୍ୟା ଦିଲ୍ଲୀରେ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ସାମିଲ ହୋଇ ଭାରତରୁ ୬ ଜଣଙ୍କ ମଧ୍ୟରୁ ଜଣେ ସାମିଲ ହୋଇଥିଲେ। ଗତ ୧୨ ତାରିଖରେ ବ୍ୟାଙ୍ଗକକ୍‌ ଠାରେ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୩୦ଟି ଦେଶରୁ ୬୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। କଡ଼ା ପ୍ରତିଯୋଗିତାରେ ରାୟଗଡାର ସଂଧ୍ୟା ସମସ୍ତଙ୍କୁ ପଛରେ ପକାଇ ଏହି ଟାଇଟଲକୁ ହାସଲ କରିଥିଲେ।
ପ୍ରକାଶ ଥାଉକି ସେ ୨୦୨୦ରେ ମିସେସ ଇଣ୍ଡିଆ ମଧ୍ୟ ରହିଛନ୍ତି। ସେହି ବର୍ଷ ହିଁ ମିସେସ ଇଣ୍ଡିଆ ୟୁନିଭର୍ସ କ୍ବାରାଣ୍ଟାଇନ କ୍ବିନ-୨୦୨୦ ଟାଇଟଲ ମଧ୍ୟ ହାସଲ କରିଛନ୍ତି। ଏଥିସହ ବହୁ ସ୍ଥାନରେ ସେ ବିଜୟୀ ହେବା ସହ ବହୁ ବ୍ରାଣ୍ଡର ଆମ୍ବାସାଡାର ରହିଛନ୍ତି। ଏହି ବିଜୟୀ ପଛରେ ରାୟଗଡାର ମହାବୀର ଜିମ ଏବଂ ମିଥୁନ ଦଳେଇଙ୍କୁ ସମସ୍ତ ଶ୍ରେୟ ପ୍ରଦାନ କରିଛନ୍ତି।

Share Now:

Kalinga News Beuro

Next Post

ନକଲି ଜନ୍ମ ପ୍ରମାଣପତ୍ର ଦେଇ ଜେଲ ଗଲେ ଆଜମ ଖାନ୍‌ଙ୍କ ସମେତ ପତ୍ନୀ ଓ ପୁଅ

Wed Oct 18 , 2023
ଲକ୍ଷ୍ନୌ: ୨୦୧୯ ନକଲି ଜନ୍ମ ପ୍ରମାଣପତ୍ର ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌, ତାଙ୍କ ପତ୍ନୀ ତାଜିନ ଫାତିମା ଓ ପୁଅ ଅବଦୁଲ୍ଲା ଆଜମଙ୍କୁ ଦୋଷୀ ସାବ୍ୟସ୍ତ କରି ରାମପୁରର ଏକ ଅଦାଲତ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମାମଲାରେ ଅଦାଲତରେ ପ୍ରତିନିଧିତ୍ୱ କରୁଥିବା ପୂର୍ବତନ ଜିଲ୍ଲା ସରକାରୀ ଓକିଲ ଅରୁଣ ପ୍ରକାଶ ସାକ୍ସେନା କହିଛନ୍ତି, କୋର୍ଟଙ୍କ ରାୟ ପରେ ତିନି ଜଣଙ୍କୁ ନ୍ୟାୟିକ ହେପାଜତକୁ […]
ଆଜମ ଖାନ୍‌ଙ୍କ ସମେତ ପତ୍ନୀ ଓ ପୁଅକୁ ୭ ବର୍ଷ ଜେଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial