ନକଲି ଜନ୍ମ ପ୍ରମାଣପତ୍ର ଦେଇ ଜେଲ ଗଲେ ଆଜମ ଖାନ୍‌ଙ୍କ ସମେତ ପତ୍ନୀ ଓ ପୁଅ

ଆଜମ ଖାନ୍‌ଙ୍କ ସମେତ ପତ୍ନୀ ଓ ପୁଅକୁ ୭ ବର୍ଷ ଜେଲ

ଲକ୍ଷ୍ନୌ: ୨୦୧୯ ନକଲି ଜନ୍ମ ପ୍ରମାଣପତ୍ର ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌, ତାଙ୍କ ପତ୍ନୀ ତାଜିନ ଫାତିମା ଓ ପୁଅ ଅବଦୁଲ୍ଲା ଆଜମଙ୍କୁ ଦୋଷୀ ସାବ୍ୟସ୍ତ କରି ରାମପୁରର ଏକ ଅଦାଲତ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମାମଲାରେ ଅଦାଲତରେ ପ୍ରତିନିଧିତ୍ୱ କରୁଥିବା ପୂର୍ବତନ ଜିଲ୍ଲା ସରକାରୀ ଓକିଲ ଅରୁଣ ପ୍ରକାଶ ସାକ୍ସେନା କହିଛନ୍ତି, କୋର୍ଟଙ୍କ ରାୟ ପରେ ତିନି ଜଣଙ୍କୁ ନ୍ୟାୟିକ ହେପାଜତକୁ ନିଆଯାଇଛି ଏବଂ କୋର୍ଟରୁ ହିଁ ସେମାନଙ୍କୁ ଜେଲକୁ ପଠାଯିବ। ସାଂସଦ-ବିଧାୟକ କୋର୍ଟ ମାଜିଷ୍ଟ୍ରେଟ ସୋଭିତ ବଂଶଲ ତିନି ଦୋଷୀଙ୍କୁ ସର୍ବାଧିକ ୭ ବର୍ଷ ପାଇଁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ଏହି ମାମଲାରେ ବିଜେପି ବିଧାୟକ ଆକାଶ ସାକ୍ସେନା ୨୦୧୯ ଜାନୁଆରି ୩ ତାରିଖରେ ରାମପୁରର ଗଞ୍ଜ ଥାନାରେ ଏକ ଏତଲା ଦେଇଥିଲେ। ଆଜମ ଖାନ ଏବଂ ତାଙ୍କ ପତ୍ନୀ ମିଳିତ ଭାବେ ତାଙ୍କ ପୁଅକୁ ଦୁଇଟି ନକଲି ଜନ୍ମ ତାରିଖ ପ୍ରମାଣପତ୍ର ହାସଲ କରିବାରେ ସାହାଯ୍ୟ କରିଥିଲେ, ଗୋଟିଏ ଲକ୍ଷ୍ନୌରୁ ଏବଂ ଅନ୍ୟଟି ରାମପୁରରୁ ହାସଲ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ମାମଲାର ତଦନ୍ତ ପରେ ଅଦାଲତରେ ଦାଖଲ ହୋଇଥିବା ଚାର୍ଜସିଟ୍‌ ଅନୁଯାୟୀ, ରାମପୁର ମ୍ୟୁନିସିପାଲିଟି ଦ୍ୱାରା ଜାରି କରାଯାଇଥିବା ସାର୍ଟିଫିକେଟରେ ଅବଦୁଲ୍ଲା ଆଜମଙ୍କ ଜନ୍ମ ତାରିଖ ୧ ଜାନୁଆରି ୧୯୯୩ ବୋଲି ଉଲ୍ଲେଖ କରାଯାଇଥିଲା। ଅନ୍ୟ ସାର୍ଟିଫିକେଟ ଅନୁଯାୟୀ ସେ ୧୯୯୦ ମସିହା ସେପ୍ଟେମ୍ବର ୩୦ ତାରିଖରେ ଲକ୍ଷ୍ନୌରେ ଜନ୍ମଗ୍ରହଣ କରିଥିଲେ।

Share Now:

Kalinga News Beuro

Next Post

ନେତାନ୍ୟାହୁଙ୍କୁ‌ ଭେଟିଲେ ବାଇଡେନ : ଗାଜା ଡାକ୍ତରଖାନା ବିସ୍ଫୋରଣର ମାଷ୍ଟରମାଇଣ୍ଡ କିଏ ଦେଲେ ସୂଚନା

Wed Oct 18 , 2023
ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାକୁ ଲାଗିଥିବା ବେଳେ ମଙ୍ଗଳବାର ଗାଜା ଡାକ୍ତରଖାନା ଉପରେ ରକେଟ୍ ଆକ୍ରମଣ କରାଯାଇଥିଲା। ଏୟାର ଷ୍ଟ୍ରାଇକ୍ ପରେ ଡାକ୍ତରଖାନାରେ ଥିବା ୫୦୦ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ତେବେ ଏହି ଆକ୍ରମଣ ଇସ୍ରାଏଲ କରିଥିବା ନେଇ ଅଭିଯୋଗ କରାଯାଉଥିବା ବେଳେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଇସ୍ରାଏଲ ନୁହେଁ ବୋଲି କହିଛନ୍ତି। ଆଜି ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ […]
ନେତାନ୍ୟାହୁଙ୍କୁ‌ ଭେଟିଲେ ବାଇଡେନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial