ପୋଖରୀରେ ବୁଡ଼ି ଅଷ୍ଟମ ଶ୍ରେଣୀ ଛାତ୍ର ମୃତ

ପୋଖରୀରେ ବୁଡ଼ି ପ୍ରାଣ ହରାଇଲେ ଅଷ୍ଟମ ଶ୍ରେଣୀ ଛାତ୍ର

ଭୁବନେଶ୍ୱର : ବରମୁଣ୍ଡା ଗାଁ ନୀଳକଣ୍ଠେଶ୍ଵର ମନ୍ଦିର ପୋଖରୀରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତକ ବରମୁଣ୍ଡା ମୁନିସିପାଲ କର୍ପୋରେସନ ହାଇସ୍କୁଲର ଛାତ୍ର ଓମ୍ ପ୍ରକାଶ ପ୍ରଧାନ ବୋଲି ଜଣାଯାଇଛି। ସୂଚନା ଅନୁଯାୟୀ, ବଳିଆ ବାବା ଆଶ୍ରମରେ ରହି ଓମ ଅଷ୍ଟମ ଶ୍ରେଣୀରେ ପଢନ୍ତି। ଆଜି ଓମ ତାଙ୍କ ୩ଜଣ ସାଙ୍ଗଙ୍କ ସହ ମିଶି ସ୍କୁଲ ନଯାଇ, ଗାଧୋଇବା ପାଇଁ ବରମୁଣ୍ଡା ନୀଳକଣ୍ଠେଶ୍ୱର ମନ୍ଦିରକୁ ଯାଇଥିଲେ। ହଠାତ ଗୋଡ଼ ଖସି ଯିବାରୁ ସେ ପାଣିରେ ବୁଡ଼ି ଯାଇଥିଲେ। ଆଜି ସ୍କୁଲରେ ଗାନ୍ଧୀ ଜୟନ୍ତୀ ନେଇ ଆୟୋଜନ କରାଯାଇଥିଲା। ହେଲେ ଓମ ଓ ତାଙ୍କ ସାଙ୍ଗମାନେ ସ୍କୁଲ ନଯାଇ ପୋଖରୀରେ ଗାଧୋଇବାକୁ ଯାଇଥିଲା ବେଳେ ଏହି ଅଘଟଣ ଘଟିଛି।

Share Now:

Kalinga News Beuro

Next Post

ନବୀନଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ ନେତା ଜୟନାରାୟଣ

Mon Oct 2 , 2023
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନବିରୋଧୀ ବୟାନକୁ ନେଇ ବିରୋଧୀ ଦଳ ନେତା ନବୀନଙ୍କୁ ଟାର୍ଗେଟ କରିଛନ୍ତି। ଜୟନାରାୟଣ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ବିଧାନସଭା ଭିତରେ ବିରୋଧୀଙ୍କୁ ଜନବିରୋଧୀ କହିଛନ୍ତି ଏବଂ ବିଧାନସଭା ଆସିପାରିବ ନାହିଁ ବୋଲି ଧମକ ଦେଇଥିଲେ। ଏଥିରେ କିଛି ନୂତନତ୍ବ ନାହିଁ। ଓଡିଶାରେ ନବୀନ ପଟ୍ଟନାୟକଙ୍କଠାରୁ ବେଶୀ ଜନବିରୋଧୀ କିଏ ? ନବୀନ ଓଡିଶାରେ ସବୁଠୁ ଅଧିକ ଜନ ବିରୋଧୀ। ତାଙ୍କ ୨୩ ବର୍ଷ ଶାସନ […]
ନବୀନଙ୍କୁ ଟାର୍ଗେଟ କଲେ ଜୟନାରାୟଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial