ଦାନ୍ତେଓ୍ବାଡ଼ା ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ମାଓବାଦୀଙ୍କ ଦରଭା ଡିଭିଜନ୍

ଦାନ୍ତେଓ୍ବାଡ଼ା ଆକ୍ରମଣ

ଭୁବନେଶ୍ବର : ବୁଧବାରଦିନ ଛତିଶଗଡ଼ର ଦାନ୍ତେଓ୍ବାଡ଼ାରେ ସୁରକ୍ଷାକର୍ମୀଙ୍କ ଉପରେ ହୋଇଥିବା ମର୍ମନ୍ତୁଦ ଆକ୍ରମଣ ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ)ର ଦରଭା ଡିଭିଜନ ନିଜକୁ ଦାୟୀ କରିଛି। ବ୍ରାହ୍ମଣବାଦୀ ହିନ୍ଦୁତ୍ବ ଓ ଫାସିବାଦୀ କେନ୍ଦ୍ର ସରକାର ଓ ଜନବିରୋଧୀ ରାଜ୍ୟ ସରକାର ସାଧାରଣ ଲୋକଙ୍କ ଉପରେ କରୁଥିବା ଅତ୍ଯାଚାର ଜବାବରେ ଏହି ଆକ୍ରମଣ କରାଯାଇଛି ବୋଲି ଦରଭା ଡିଭିଜନ କମିଟିର ସଚିବ ସାଇନାଥ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛନ୍ତି।
ଏହି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ନକ୍ସଲମାନଙ୍କୁ ନିର୍ମୂଳ କରିବାକୁ ଘୋଷଣା କରି ସାଧାରଣ ଜନତାଙ୍କ ଉପରେ ଅତ୍ୟାଚାର ଚଳାଇଛନ୍ତି। ଏଥିପାଇଁ ବସ୍ତର ଅଂଚଳକୁ ଏକରକମ ଏକ ସୈନ୍ୟ ଛାଉଣୀରେ ପରିରଣ କରାଯାଇଛି। ବିଦେଶୀ ଶତ୍ରୁଙ୍କ ପରି ନିଜ ଦେଶର ଲୋକମାନଙ୍କ ଉପରେ ଆକାଶମାର୍ଗରୁ ହମଲା କରୁଛନ୍ତି। ଏପରିସ୍ଥିତିରେ ଏହାର ପ୍ରତିରୋଧ କରିବାଛଡ଼ା ଜନତାଙ୍କ ପାଖରେ ଆଉ କୌଣସି ଚାରା ନାହିଁ। ସେହିପରି ପୁଲିସମାନଙ୍କୁ ଏହି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ସେମାନେ ସରକାରଙ୍କ ଏହି ଜନବିରୋଧୀ କାର୍ଯ୍ୟାନୁଷ୍ଠାନରେ ଭାଗନିଅନ୍ତୁ ନାହିଁ। ମାଓବାଦୀଙ୍କ ଲଢେଇ ପୁଲିସ କର୍ମୀଙ୍କ ବିରୋଧରେ ନୁହେଁ, ବରଂ ସାମନ୍ତବାଦୀ ଓ ପୁଞ୍ଜିପତି ସରକାର ଓ ଅମଲାତନ୍ତ୍ର ବିରୋଧରେ ବୋଲି ଏଥିରେ ସ୍ପଷ୍ଟ କରାଯାଇଛି।

Share Now:

Kalinga News Beuro

Next Post

ମା’ଙ୍କ ଅନ୍ତୋଦୟ କାର୍ଡ ପାଇଁ ପୁଅ ଠାରୁ ଲାଞ୍ଚ : ପୂର୍ବତନ ସରପଞ୍ଚଙ୍କୁ ୨ ବର୍ଷ ଜେଲ୍

Thu Apr 27 , 2023
ସୁନ୍ଦରଗଡ଼: ମା’ ନାମରେ ଅନ୍ତୋଦୟ କାର୍ଡ କରାଇଦେବାକୁ ପୁଅ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକ୍ କୁଲବା ପଞ୍ଚାୟତ ପୂର୍ବତନ ସରପଞ୍ଚ ଜୟନ୍ତୀ ପ୍ରଧାନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୨୭ ତାରିଖ ଗୁରୁବାର ତାଙ୍କୁ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ୨ ବର୍ଷ ଜେଲ୍ ଦଣ୍ତ ସହ ୨ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦାୟରେ ଜେଲ ଦଣ୍ଡ […]
ଅନ୍ତୋଦୟ କାର୍ଡ ପାଇଁ ପୁଅ ଠାରୁ ଲାଞ୍ଚ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial