ସାମ୍ବାଦିକତା ନାମରେ କଳଙ୍କ : ଖବର ପ୍ରସାରଣର ଭୟ ଦେଖାଇ ବ୍ୟବସାୟୀଙ୍କଠାରୁ ଦେଢ ଲକ୍ଷ ଟଙ୍କା ଆଦାୟ

ସାମ୍ବାଦିକତା ନାମରେ କଳଙ୍କ-1

ଅଭିଯୋଗ ପରେ ୬ ଜଣଙ୍କୁ ଗିରଫ କଲା କମିସନରେଟ ପୁଲିସ

ଭୁବନେଶ୍ୱର: ଖବର ପ୍ରସାରଣ କରିଦେବାର ଧମକ ଦେଇ ଚାନ୍ଦା ଆଦାୟ କରୁଥିବା ୬ ଜଣଙ୍କୁ ଗିରଫ୍ କରିଛି କମିସନରେଟ ପୁଲିସ। ଏକ ଘିଅ କମ୍ପାନିର ମାଲିକଙ୍କୁ ଧମକ ଦେଇ ତାଙ୍କ ଠାରୁ ୨ଟି କିସ୍ତିରେ ୧ ଲକ୍ଷ ୬୪ ହଜାର ଟଙ୍କା ନେଇଥିବା ଘିଅ କମ୍ପାନିର ମାଲିକ ଅଭିଯୋଗ କରିବା ପରେ କମିସନରେଟ୍ ପୁଲିସ ଭୁବନେଶ୍ୱରରୁ ୫ ଜଣ ୱେବଚାନେଲ ପ୍ରତିନିଧି ବୋଲାଉଥିବା ବ୍ୟକ୍ତି ଓ ଜଣେ ଡ୍ରାଇଭରକୁ ଗିରଫ୍ କରିଛି। ପୁଲିସ ସେମାନଙ୍କ ଠାରୁ ନଗଦ ୩୧ ହଜାର ଟଙ୍କା ଜବତ୍ କରିଛି। ଭୁବନେଶ୍ୱର ଡିସିପି ଉମାଶଂକର ଦାଶ କହିଛନ୍ତି କି ଏହି ୬ ଜଣ ଯାକ ବିଭିନ୍ନ ୱେବ ଚ୍ୟାନେଲ ପାଇଁ ସାମ୍ବାଦିକତା କରୁଥିଲେ ବୋଲି କହୁଥିଲେ। ଜଣେ ଘିଅ କମ୍ପାନିର ମାଲିକଙ୍କ ବିରୋଧରେ ଖବର ପ୍ରସାରଣ କରିଦେବାର ଧମକ ଚମକ୍ ଦେଇ ତାଙ୍କ ଠାରୁ ୨ଟି କିସ୍ତିରେ ୧ ଲକ୍ଷ ୬୪ ହଜାର ଟଙ୍କା ଆଦାୟ କରିଛନ୍ତି। ଏ ନେଇ ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ୍ କରାଯାଇଛି। ଏହା ସହ ୨ ଟି ଗାଡି ବି ଜବତ୍ କରାଯାଇଛି। ସେପଟେ ସେମାନେ କାମ କରୁଥିବା ଚ୍ୟାନେଲର କାର୍ଯ୍ୟାଳୟ ଉପରେ ବି ଚଢାଉ ଜାରି ରହିଛି। ଭୁବନେଶ୍ୱର ଡିସିପି କହିଛନ୍ତି କି, ଏ ନେଇ ବିଧିବଦ୍ଧ ଭାବେ ତଦନ୍ତ କରାଯାଉଛି। ଏହା ପରେ ଅଣ-ପଞ୍ଜିକୃତ ୱେବ ଚ୍ୟାନେଲମାନଙ୍କର ଏକ ଡାଟା ପ୍ରସ୍ତୁତ କରିବା ସହ ଆଉ ୧୫ ଜଣ ୱେବ ଦଲାଲଙ୍କ ତାଲିକା ତିଆରି କରିଛି ପୁଲିସ।

Share Now:

Kalinga News Beuro

Next Post

ପୁଣି ବୁଡ଼ାଇଲା ବ୍ଲାକରୋଜ: ୪ ମତ୍ସ୍ୟଜୀବୀ ନିଖୋଜ

Mon Oct 26 , 2020
ଜଗତସିଂହପୁର: ସମୁଦ୍ରରେ ବୁଡ଼ି ରହିଥିବା ବ୍ଲାକରୋଜ ଜାହାଜ ଯୋଗୁଁ ଆଜି ଏକ ବଡ଼ ଦୁର୍ଘଟଣା ଘଟିଛି। ସକାଳୁ ପାରଦୀପ ମାଛ ଧରା ବନ୍ଦରରୁ ମା’ ମିନି ନାମକ ଏକ ମାଛ ଧରା ଟ୍ରଲର ମାଛ ଧରିବା ପାଇଁ ଯାଇଥିଲା। ଏହି ସମୟରେ ଟ୍ରଲର ଚାଳକ ଜଣକ ଦିଗ ଜାଣି ନ ପାରିବାରୁ ବ୍ଲାକରୋଜରେ ପିଟି ହୋଇଯାଇଥିଲା। ଫଳରେ ଟ୍ରଲରରେ ଥିବା ୯ ଜଣ ନିଖୋଜ ହୋଇଯାଇଥିଲେ। ନିଖୋଜ ୯ଜଣଙ୍କ ମଧ୍ୟରୁ […]
ବ୍ଲାକରୋଜରେ ପିଟି ହୋଇ ଓଲଟିଲା ଟ୍ରଲର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial