ପୁଣି ବୁଡ଼ାଇଲା ବ୍ଲାକରୋଜ: ୪ ମତ୍ସ୍ୟଜୀବୀ ନିଖୋଜ

ବ୍ଲାକରୋଜରେ ପିଟି ହୋଇ ଓଲଟିଲା ଟ୍ରଲର

ଜଗତସିଂହପୁର: ସମୁଦ୍ରରେ ବୁଡ଼ି ରହିଥିବା ବ୍ଲାକରୋଜ ଜାହାଜ ଯୋଗୁଁ ଆଜି ଏକ ବଡ଼ ଦୁର୍ଘଟଣା ଘଟିଛି। ସକାଳୁ ପାରଦୀପ ମାଛ ଧରା ବନ୍ଦରରୁ ମା’ ମିନି ନାମକ ଏକ ମାଛ ଧରା ଟ୍ରଲର ମାଛ ଧରିବା ପାଇଁ ଯାଇଥିଲା। ଏହି ସମୟରେ ଟ୍ରଲର ଚାଳକ ଜଣକ ଦିଗ ଜାଣି ନ ପାରିବାରୁ ବ୍ଲାକରୋଜରେ ପିଟି ହୋଇଯାଇଥିଲା। ଫଳରେ ଟ୍ରଲରରେ ଥିବା ୯ ଜଣ ନିଖୋଜ ହୋଇଯାଇଥିଲେ। ନିଖୋଜ ୯ଜଣଙ୍କ ମଧ୍ୟରୁ ଏବେ ସୁଦ୍ଧା ୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଆଉ ୪ ଜଣ ନିଖୋଜ ଥିବାରୁ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୂର୍ବରୁ ମଧ୍ୟ ୨୦୧୯ ନଭେମ୍ବର ମାସରେ ଏକ ମାଛଧରା ଡଙ୍ଗା ଏହି ଜାହାଜରେ ମାଡ ହୋଇ ବୁଡିଯାଇଥିଲା। ଏଥିରେ ଥିବା ୬ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିଲା। ନେହରୁ ବଙ୍ଗଳା ମାଛଧରା ବନ୍ଦରକୁ ଫେରୁଥିବା ବେଳେ ‘ବ୍ଲାକରୋଜ’ ଜାହାଜକୁ ମାଛଧରା ଡଙ୍ଗା ଶକ୍ତ ଧକ୍କା ଦେବାରୁ ଡଙ୍ଗା ବୁଡ଼ିଯାଇଛି। ୨୦୦୯ ମସିହା ୯ ସେପ୍ଟେମ୍ବରରେ ବ୍ଲାକରୋଜ ନାମକ ବିଦେଶୀ ଜାହାଜ ପାରାଦୀପ ବନ୍ଦର ନିକଟରେ ସମୁଦ୍ରରେ ବୁଡିଯାଇଥିଲା। ୨୦୦୯ ମସିହାରେ ଏହାକୁ ନେଇ ବଡ଼ ଧରଣର ତୁମ୍ଭିତୋଫାନ୍ ହୋଇଥିଲା। ଏହାକୁ ନେଇ ରାଜନୈତିକ ସ୍ତରରେ ମଧ୍ୟ ବେଶ ଚର୍ଚ୍ଚା ହୋଇଥିଲା।

Share Now:

Kalinga News Beuro

Next Post

ଦିଲୀପ ରାୟଙ୍କୁ ବଡ଼ ଆଶ୍ବସ୍ତି: ସିବିଆଇ ଅଦାଲତରୁ ମିଳିଲା ଜାମିନ

Mon Oct 26 , 2020
ନୂଆଦିଲ୍ଲୀ: କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ଅଭିଯୋଗରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବାର କିଛି ସମୟ ପରେ ତାଙ୍କୁ ଜାମିନ ମିଳିଛି। ଦିଲୀପ ରାୟଙ୍କ ସହ ଅନ୍ୟ ଦୁଇ ଅଧିକାରୀଙ୍କୁ ମଧ୍ୟ ଜାମିନ ମିଳିଥିବା ଜଣାଯାଇଛି। ଜଣେ ଜାମିନଦାର ଓ ୧ ଲକ୍ଷ ଟଙ୍କାର ବେଲବଣ୍ଡରେ ଦିଲୀପ ରାୟଙ୍କୁ ଜାମିନ ମିଳିଥିବା ଜଣାଯାଇଛି। ୧୯୯୯ ମସିହାରେ ଝାଡଖଣ୍ଡର […]
ଦିଲୀପ ରାୟଙ୍କୁ ବଡ଼ ଆଶ୍ବସ୍ତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial