ଖେଳୁଥିବା ବେଳେ ପୋଖରୀରେ ପଡ଼ି ଶିଶୁକନ୍ୟାର ମୃତ୍ୟୁ

ସୋର: ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ପାଖର ପଞ୍ଚାୟତ ବେଲପୁର ଗ୍ରାମର ଜଣେ ଶିଶୁକନ୍ୟା ଖେଳୁଥିବା ବେଳେ ପୋଖରୀରେ ପଡ଼ି ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ପାଖର ପଞ୍ଚାୟତ ମଲ୍ଲିପୁର ଗ୍ରାମର ସ୍ବର୍ଗତ ନରବୀର ରଣାଙ୍କ ସ୍ତ୍ରୀ ଓ ଝିଅ ତାଙ୍କ ମାମୁଁ ଘର ବେଲପୁରରେ ରହୁଥିଲେ। ଆଜି ସକାଳେ ଝିଅ ବଦ୍ରି ଖେଳୁଥିବା ବେଳେ ନିକଟସ୍ଥ ଗଡ଼ିଆରେ ପଡିଯାଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ପରିବାର ଲୋକେ ବଦ୍ରିକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଉକ୍ତ ପୋଖରୀରୁ ଭାସୁଥିବା ଅବସ୍ଥାରେ ଉଦ୍ଧାର କରି ଅନନ୍ତପୁର ଥାନାକୁ ଖବର ଦେଇଥିଲେ।
ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶିଶୁକନ୍ୟାକୁ ଉଦ୍ଧାର କରି ସୋର ଡାକ୍ତରଖାନା ନେଇଥିବା ବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏ ବାବଦରେ ପୁଲିସ ଏକ ମାମଲା ରୁଜୁ କର ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

Share Now:

Kalinga News Beuro

Next Post

ଧାରୁଆ ଅସ୍ତ୍ରରେ ମା’ର ବେକ କାଟିଲା ଯୁବକ : ରସି ଲଗାଇ ନିଜେ ଝୁଲିପଡ଼ିଲା ପୁଅ

Sat Mar 30 , 2024
ନାଲକୋନଗର: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର ଭାଲୁଧରି ସାହିରେ ପାରିବାରିକ କଲହରୁ ଧାରୁଆ ଅସ୍ତ୍ରରେ ମା’ର ବେକ କାଟିଛି ନିଜ ଜନ୍ମ କଲା ପୁଅ। ପରେ ପୁଅ ନିଜ ବେକରେ ରସି ଲଗେଇ ଆତ୍ମହତ୍ୟା କରିବା ଘଟଣା ଶନିବାର ଠାରୁ ଚର୍ଚ୍ଚାର ବିଷୟ ପାଲଟିଛି। ମୃତକ ହେଲେ ଦ୍ରୌପଦୀ ସାହୁ (୭୦) ଓ ତାଙ୍କର ପୁଅ ରଂଜିତ (୩୧)। ପୁଲିସ ସୂତ୍ରରୁ ପ୍ରକାଶ ବଅଁରପାଳ ବ୍ଲକ […]

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial