ବାଲିଅନ୍ତା ଅଞ୍ଚଳରୁ ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ବାଲିଅନ୍ତା ଅଞ୍ଚଳରୁ ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ବର: ନିଶା ବିରୋଧୀ ଅଭିଯାନରେ ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଞ୍ଚଳରୁ ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି। ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ସମସ୍ତେ ବାଲେଶ୍ଵର ଅଞ୍ଚଳର ବୋଲି ଜଣାଯାଇଛି। ଏହି ୩ ଅଭିଯୁକ୍ତ ୧୪୦୦ ଗ୍ରାମ ବ୍ରାଉନସୁଗାର ଜଳେଶ୍ଵର ଦେଇ ଭୁବନେଶ୍ୱର ଆସିବେ ବୋଲି ପୁଲିସ ପାଖରେ ଖବର ରହିଥିଲା। ପାର୍ବଣରେ ଡ୍ରଗ୍ସ କାରବାର ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ସେଇଥିପାଇଁ ଆରମ୍ଭ ହୋଇଛି ଅପରେସନ ହ୍ୱାଇଟ ସ୍ପାଇଡ଼ର। ପୂଜା ପାର୍ବଣକୁ ଆଖି ଆଗରେ ରଖି – ସ୍ପେସାଲ ଡ୍ରାଇଭ ଚାଲିଛି। ପରିବାରରେ ଯଦି ନିଜ ଛୁଆମାନେ ନିଶା ଖାଉଛନ୍ତି, ତେବେ ପୁଲିସକୁ ଖବର ଦେବାକୁ ଲୋକଙ୍କୁ ପୁଲିସ କମିସନରଙ୍କ ପକ୍ଷରୁ ନିବେଦନ କରାଯାଇଛି।

Share Now:

Kalinga News Beuro

Next Post

ଲାଞ୍ଚ ନେଉଥିବା ବେଳେ ବିଡିଓଙ୍କୁ ମାଡ଼ିବସିଲା ଭିଜିଲାନ୍ସ

Mon Sep 26 , 2022
ଗୁଡ଼ଭେଲା: ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବିଡ଼ିଓ ବିନୋଦ ନାଏକ ୧ଲକ୍ଷ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିବା ଜଣାପଡିଛି। ଲାଞ୍ଚ ନେଉଥିବା ବେଳେ ବିଡ଼ିଓଙ୍କୁ କାବୁ କରିଛି ବଲାଙ୍ଗୀର ଭିଜିଲାନ୍ସ ଟିମ। ସୂଚନା ଅନୁସାରେ, ସୋମବାର ଅପରାହ୍ନରେ ବ୍ଳକ ଭିତରେ ଲାଞ୍ଚ ନେଉଥିବା ବେଳେ ଚଢ଼ାଉ କରିଥିଲେ ଭିଜିଲାନ୍ସ ଟିମ। ବ୍ଲକରେ ନିର୍ମାଣ ହୋଇଥିବା ଏକ ଗାର୍ଡୱାଲ୍ ଓ କଂକ୍ରିଟ ରାସ୍ତାର ବିଲ କରିବା […]
ଲାଞ୍ଚ ନେଉଥିବା ବେଳେ ବିଡିଓଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial