ବୀମା କମ୍ପାନି ନାଁ କହି ଲକ୍ଷାଧିକ ଟଙ୍କା ଠକେଇ : ୨ ଗିରଫ

ବୀମା କମ୍ପାନି ନାଁ କହି ଲକ୍ଷାଧିକ ଟଙ୍କା ଠକେଇ

ଲକ୍ଷାଧିକ ଟଙ୍କା, ମୋବାଇଲ୍‌ ଓ ଗାଡ଼ି ଜବତ

ମହାନଦୀବିହାର: ଫିଲ୍ମ ଦେଖି ହୋଇଥିଲା ଲୁଟ୍‌ର ମାଷ୍ଟର୍‌ପ୍ଲାନ୍‌। କିଛିଦିନ ପୂର୍ବରୁ ଅନ୍‌ଲାଇନ୍‌ ଠକେଇ ଉପରେ ଆସିଥିବା ଫିଲ୍ମ ଜମ୍‌ତରା ଫିଲ୍ମ ଦେଖି ଲୋକଙ୍କୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଠକିଥିବା ଓ ବୀମା କମ୍ପାନି, ବ୍ୟାଙ୍କ କର୍ମଚାରୀ ପରିଚୟ ଦେଇ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ନେଇଥିଲେ ସାଇବର୍ ଠକ। ଏଭଳି ଠକଙ୍କୁ ଗିରଫ କରିଛି କଟକ ଚାଉଳିଆଗଞ୍ଜ ଥାନା ପୁଲିସ୍। ସେମାନଙ୍କଠାରୁ ନଗଦ ଟଙ୍କା, ମୋବାଇଲ୍‌ ଓ ବାଇକ୍‌ ଜବତ କରାଯାଇଛି। ସୂଚନା ମୁତାବକ, ନୂଆବଜାର ଶ୍ରୀମାବିହାର ଅଞ୍ଚଳର ରବିନାରାୟଣ ମହାପାତ୍ରଙ୍କୁ ଗତ ୩ ତାରିଖ ସଂଧ୍ୟା ୫ଟା ସମୟରେ ୭୮୭୩୯୦୨୦୫୮ ନମ୍ବରରୁ ଏକ କଲ୍ ଆସିଥିଲା।କଲ୍‌ କରିଥିବା ବ୍ୟକ୍ତି ନିଜକୁ ଏସ୍‌ବିଆଇ ମ୍ୟାନେଜର୍‌ ଭାବେ ପରିଚୟ ଦେଇ ଏକ ପଲିସିର ମାଚ୍ୟୁରିଟି ହୋଇଯାଇଛି ବୋଲି କହିଥିଲେ। ଚେକ୍ କ୍ଲିଅରାନ୍ସ କଲେ ଅନ୍‌ଲାଇନ୍‌ରେ ଟଙ୍କା ମିଳିଯିବ ବୋଲି ସେମାନେ କହିଥିଲେ। ସେମାନଙ୍କ କହିବା ମୁତାବକ, ଶ୍ରୀ ମହାପାତ୍ର ଫୋନ୍ ପେ’ ମାଧ୍ୟମରେ ଦୁଇଟି ଆକାଉଣ୍ଟରେ ମୋଟ୍ ୪୫ ହଜାର ଟଙ୍କା ପଠାଇଥିଲେ। ହେଲେ ମାଚ୍ୟୁରିଟି ଟଙ୍କାର କୌଣସି ତଥ୍ୟ ହସ୍ତଗତ ହୋଇ ନ ଥିବାରୁ ଠକେଇର ଶିକାର ହୋଇଛନ୍ତି ବୋଲି ଜାଣି ପାରିଲେ ଶ୍ରୀ ମହାପାତ୍ର। ଏ ବାବଦରେ ସେ ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକାରୀ ସାଇବର୍ ଠକେଇର ଶିକାର ହୋଇଥିବା ପୁଲିସ୍ ତଦନ୍ତରୁ ଜଣାପଡ଼ିଥିଲା। ଏ ନେଇ ଚାଉଳିଆଗଞ୍ଜ ଥାନା ଏସିପି ତାପସ ଚନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ଏସ‌ଆଇ ମନେଶ୍ୱର ପ୍ରଧାନ, ଥାନା ସ୍କ୍ୱାଡ଼ ବିଶ୍ୱଜିତ ସାମନ୍ତରାୟ, ନିଲୁ ନାୟକ ପ୍ରମୁଖ ପୁରୀ ଓ ଜଗତସିଂହପୁର ଜିଲ୍ଲା ବିରିଡ଼ି ଅଞ୍ଚଳରେ ଚଢ଼ଉ କରିବା ସହ ସାଇବର ସେଲ୍‌ର ସହାୟତା ନେଇ ତଦନ୍ତକୁ ଜୋରଦାର କରିଥିଲେ। ଶେଷରେ ପୁରୀ ସତ୍ୟବାଦୀ ହିରନପଦ ଗ୍ରାମର ସୁପ୍ରଭାତ ମହାପାତ୍ର ଏବଂ ଜଗତସିଂହପୁର ବିରିଡ଼ି ମଙ୍ଗୁଳି ଅଞ୍ଚଳର ତନ୍ମୟ କୁମାର ବେହେରା ଏହି କାରାବାର କରିଥିବା ପୁଲିସ୍ ତଦନ୍ତରୁ ଜାଣିବା ପରେ ଦୁଇଜଣ ଠକଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଦୁଇ ଠକଙ୍କ ନିକଟରୁ ପୁଲିସ ୧ଲକ୍ଷ ୯ ହଜାର ଟଙ୍କା, ୩ ଟି ମୋବାଇଲ ଫୋନ୍, ୪ ଟି ବିଭିନ୍ନ କମ୍ପାନିର ସିମ୍ କାର୍ଡ୍, ଗୋଟିଏ ହିରୋ ମାଷ୍ଟ୍ରିଓ ବାଇକ୍‌ ଜବତ କରିଛି। ଅଭିଯୁକ୍ତଙ୍କ ନାଁରେ କଟକ ସମେତ ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର, ମାଲକାନଗିରି, ଯାଜପୁର, ଅନୁଗୁଳ ଆଦି ଜିଲ୍ଲାର ବିଭିନ୍ନ ଥାନାରେ ପ୍ରାୟ ୧୫ରୁ ଅଧିକ ମାମଲା ରହିଛି। ଗିରଫ ଦୁଇ ଠକଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ସେମାନଙ୍କୁ ରିମାଣ୍ଡ୍‌ରେ ଅଣାଯାଇ ଅଧିକ ଜେରା କରାଯିବ ବୋଲି ପୁଲିସ ସୂଚନା ଦେଇଛି।

Share Now:

Kalinga News Beuro

Next Post

ଜମାଟୋ ଡେଲିଭରି ଗାର୍ଲ ସାଜିଲେ ମେଧାବୀ ଛାତ୍ରୀ

Tue Jun 8 , 2021
ପରିବାରର ଭରଣପୋଷଣ ପାଇଁ ସଂଘର୍ଷ କଟକ: କଟକର ପ୍ରଥମ ଅନଲାଇନ୍ ଖାଦ୍ୟ ଡେଲିଭରି ଗାର୍ଲ ବିଷ୍ଣୁପ୍ରିୟା ସ୍ୱାଇଁ। ଏହି ମେଧାବୀ ଛାତ୍ରୀ ଏବେ କରୋନା କାଳରେ ପାଲଟିଛନ୍ତି ଡେଲିଭରି ଗାର୍ଲ। ଅନେକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। କରୋନା ଯୋଗୁଁ ବାପାଙ୍କ କାମ ବନ୍ଦ ହୋଇଯିବାରୁ ବାପାଙ୍କୁ ସହାୟତା କରିବା ସହ ପରିବାର ପୋଷିବା ପାଇଁ ଆଗେଇ ଆସିଛନ୍ତି ସେ। ପାଠ ପଢା ବୟସରେ ନିଜ ବାପାଙ୍କ ବାଇକ ଧରି […]
ଜମାଟୋ ଡେଲିଭରି ଗାର୍ଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial