ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ହତ୍ୟା ଅଭିଯୋଗ

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର: ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ହତ୍ୟା ଅଭିଯୋଗ। ଭୁବନେଶ୍ୱରର କୋଲାଥିଆରେ ଥିବା ନିଷ୍ଠା ନିଶା ନିବାରଣ କେନ୍ଦ୍ର ନାମରେ ଏଭଳି ସଂଗୀନ ଅଭିଯୋଗ ଆସିଛି। ଅଭିଯୋଗ ମୁତାବକ ମୃତ ଯୁବକଙ୍କ ନାମ ରାଜୀବ ଶ୍ରୀ ଚନ୍ଦନ ହୋଇଥିବାବେଳେ ସେ ଜଣେ ସରକାରୀ କର୍ମଚାରୀ ଥିଲେ। ନିଶାନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ମାରିଦେଇଥିବାର ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ରାଜୀବଙ୍କ ସମ୍ପର୍କୀୟମାନେ କହିଛନ୍ତି ଯେ ନିଶା ନିବାରଣ କେନ୍ଦ୍ରରେ ଏକ ସପ୍ତାହ ତଳେ ତାଙ୍କୁ ଭର୍ତ୍ତି କରାଯାଇଥିଲା।
ନିଶା ନିବାରଣ କେନ୍ଦ୍ର ନିକଟରେ ଏମ୍ସ ଥିଲେ ବି କାହିଁକି ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ରାଜୀବଙ୍କ ସମ୍ପର୍କୀୟ କହିଛନ୍ତି ଯେ ମେଡିକାଲକୁ ଆମ୍ବୁଲାନ୍ସରେ ନ ନେଇ ଏକ ପ୍ରାଇଭେଟ୍ ଅଟୋରେ କାହିଁକି ନେଲେ। ହତ୍ୟା ଅଭିଯୋଗ ନେଇ ସ୍ଥାନୀୟ ବାସିନ୍ଦା ଓ ସାଙ୍ଗ ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ନିଷ୍ଠା ନିଶା ନିବାରଣ କେନ୍ଦ୍ରର ସମସ୍ତ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ନିଷ୍ଠା ନିଶା ନିବାରଣ କେନ୍ଦ୍ରର ପରିଚାଳକଙ୍କୁ ଗିରଫ ପାଇଁ ଦାବି କରାଯାଇଛି।

Share Now:

Kalinga News Beuro

Next Post

ସରିଲା ବାଲିଯାତ୍ରା ପଡିଆରେ ଲେଜର ଲାଇଟ ‌ଟ୍ରାଏଲ ସୋ : ଥ୍ରୀଡ଼ି ଆନିମେସନ୍ ଓ ମାହାତ୍ମାଗାନ୍ଧୀଙ୍କ କଟକ ଗସ୍ତ ପ୍ରଦର୍ଶନ

Tue Nov 1 , 2022
କଟକ: ବାଲିଯାତ୍ରାକୁ ଚଳିତବର୍ଷ ଏକ ଭିନ୍ନ ଢଙ୍ଗରେ, ଭିନ୍ନ ରୂପରେ ଦର୍ଶକଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ଲେଜର ଲାଇଟ ସୋ ବ୍ୟବସ୍ଥା କରାଯାଇଛି। ଲେଜର ଲାଇଟ ସୋରେ ଲାଇଟ ଆଣ୍ଡ ସାଉଣ୍ଡ ବ୍ୟବହାର କରି କଟକର ଐତିହସ୍ଥାନ ଓ ମହାନ ବ୍ୟକ୍ତିତ୍ୱଙ୍କ ଜୀବନୀକୁ ନେଇ ଏହା ପ୍ରଦର୍ଶନ କରାଯିବ। ଏନେଇ ଆଜି ବାଲିଯାତ୍ରା ପଡିଆଠାରେ ଲେଜର ଲାଇଟ ସୋ ଟ୍ରାଏଲ କରାଯାଇଛି। ଟ୍ରାଏଲରେ ପ୍ରଥମେ ଥ୍ରୀଡି ଆନିମେସନ […]
ଲେଜର ଲାଇଟ ‌ଟ୍ରାଏଲ ସୋ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial