ଭରତପୁର ପୁଲିସ ଜାଲରେ ବାଇକ ଲୁଟେରା

ଭରତପୁର ପୁଲିସ ଜାଲରେ ବାଇକ ଲୁଟେରା

ଭୁବନେଶ୍ବର: ଭରତପୁର ପୁଲିସ ଜାଲରେ ଏଭଳି ଏକ ବାଇକ ଲୁଟେରା ପଡ଼ିଛି। ତାର ନାଁ ଶଙ୍କର ବେହେରା। ଘର ଗଞ୍ଜାମ ଜିଲ୍ଲାର ବଡଗଡ଼। ଶଙ୍କରର ସୈତାନ ବୁଦ୍ଧି। ଦିନରେ ପାଗଳ ଭଳି ରେକି କରୁଥିଲା, ଆଉ ରାତିରେ ଗେଟ ବାହାରୁ ତାଲା ଭାଙ୍ଗି ଚୋରି କରି ନେଉଥିଲା ଗାଡ଼ି। ବରମୁଣ୍ଡା ରୁଚିକା ମାର୍କେଟରେ ସେ ପାଗଳ ଭଳି ଏଣେ ତେଣେ ବୁଲାବୁଲି କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି।
ଅଭିଯୁକ୍ତଠାରୁ ୭ ଟି ଗାଡ଼ି ଜବତ କରାଯାଇଛି। ମାଷ୍ଟର କି’ ସହାୟତାରେ ଯେକୌଣସି ଗାଡ଼ିକୁ ଖୋଲି ଛୁ ମାରୁଥିଲା ଶଙ୍କର। ଗାଡ଼ିଗୁଡ଼ିକୁ ଚୋରି ପରେ ସେ ତାର ଇଞ୍ଜିନକୁ ଚିଲିକାରେ ବିକ୍ରି କରୁଥିଲା। ତେବେ କେବଳ ୭ ଟି ନା ଆଉ ଅଧିକ ଗାଡି ଚୋରି କେସରେ ତାର ସମ୍ପୃକ୍ତି ଅଛି ସେ ନେଇ ଖୋଳତାଡ଼ ଚାଲିଥିବା କହିଛନ୍ତି ଭରତପୁର ଥାନା ଅଧିକାରୀ ବିଭୁଦତ୍ତ ରାଉତରାୟ।

Share Now:

Kalinga News Beuro

Next Post

ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା : ୬ ଜିଲ୍ଲାକୁ ‌ଅରେଞ୍ଜ ୱାର୍ଣ୍ଣିଂ

Fri Apr 28 , 2023
ଭୁବନେଶ୍ବର : ରାଜ୍ୟରେ ଏବେ କା‌ଳବୈଶାଖୀ ବର୍ଷାର ପ୍ରଭାବ ଜାରି ରହିଛି। ଆଜି(ଶୁକ୍ରବାର) ୬ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଜିଲ୍ଲାଗୁଡ଼ିକ ହେଲା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମ। ଏହି ସବୁ ଜିଲ୍ଲାର କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇପାରେ। ଏହାବ୍ୟତୀତ ମାଲକାନଗିରି, କୋରାପୁଟ, ନୂଆପଡ଼ା, ବଲାଙ୍ଗୀର, […]
ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଆହୁରି ପଢ଼ନ୍ତୁ