ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା : ୬ ଜିଲ୍ଲାକୁ ‌ଅରେଞ୍ଜ ୱାର୍ଣ୍ଣିଂ

ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର : ରାଜ୍ୟରେ ଏବେ କା‌ଳବୈଶାଖୀ ବର୍ଷାର ପ୍ରଭାବ ଜାରି ରହିଛି। ଆଜି(ଶୁକ୍ରବାର) ୬ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଜିଲ୍ଲାଗୁଡ଼ିକ ହେଲା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମ। ଏହି ସବୁ ଜିଲ୍ଲାର କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇପାରେ। ଏହାବ୍ୟତୀତ ମାଲକାନଗିରି, କୋରାପୁଟ, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨ ତାରିଖ ଯାଏ ରାଜ୍ୟରେ ଏହିଭଳି କାଳବୈଶାଖୀ ବର୍ଷା ଜାରି ରହିବା ସହ ତାପମାତ୍ରା ବି ‌ବିଶେଷ ବଢ଼ିବାର ସମ୍ଭାବନା ନାହିଁ ବୋଲି ପାଣିପାଗ କେନ୍ଦ୍ର କହିଛି। ଆଜି ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଦିନର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରି ମଧ୍ୟରେ ରହିବ।

Share Now:

Kalinga News Beuro

Next Post

ବାଇଜୁ ପ୍ରତିଷ୍ଠାତାଙ୍କ ଘର ଓ ଅଫିସ ଉପରେ ଇଡି ଚଢଉ

Sat Apr 29 , 2023
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର କହିଛି ଯେ ବେଙ୍ଗାଲୁରୁସ୍ଥିତ ଶିକ୍ଷା ପ୍ରଯୁକ୍ତି ବିଦ୍ୟା କମ୍ପାନୀ ବାଇଜୁର ସିଇଓ ରବୀନ୍ଦ୍ରନ ବାଇଜୁଙ୍କ କାର୍ଯ୍ୟାଳୟ ଏବଂ ଘର ଉପରେ ଚଢଉ କରାଯାଇ କେତେକ ଆପତ୍ତିଜନକ ଦସ୍ତାବିଜ ଓ ତଥ୍ୟ ଜବତ କରାଯାଇଛି। ବୈଦେଶିକ ମୁଦ୍ରା ପରିଚାଳନା ଆଇନ (ଫେମା) ଉଲ୍ଲଙ୍ଘନ ଅଭିଯୋଗ ଆସିବା ପରେ ଏହି ଚଢଉ କରାଯାଇଥିଲା। ବେଙ୍ଗାଲୁରୁ ସହରରେ ମୋଟ ୨ଟି ଅଫିସ ଓ ଗୋଟିଏ ଘର ଉପରେ […]
ବାଇଜୁ ପ୍ରତିଷ୍ଠାତାଙ୍କ ଘର ଅଫିସ ଉପରେ ଇଡି ଚଢଉ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial