ବାଇଜୁ ପ୍ରତିଷ୍ଠାତାଙ୍କ ଘର ଓ ଅଫିସ ଉପରେ ଇଡି ଚଢଉ

ବାଇଜୁ ପ୍ରତିଷ୍ଠାତାଙ୍କ ଘର ଅଫିସ ଉପରେ ଇଡି ଚଢଉ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର କହିଛି ଯେ ବେଙ୍ଗାଲୁରୁସ୍ଥିତ ଶିକ୍ଷା ପ୍ରଯୁକ୍ତି ବିଦ୍ୟା କମ୍ପାନୀ ବାଇଜୁର ସିଇଓ ରବୀନ୍ଦ୍ରନ ବାଇଜୁଙ୍କ କାର୍ଯ୍ୟାଳୟ ଏବଂ ଘର ଉପରେ ଚଢଉ କରାଯାଇ କେତେକ ଆପତ୍ତିଜନକ ଦସ୍ତାବିଜ ଓ ତଥ୍ୟ ଜବତ କରାଯାଇଛି। ବୈଦେଶିକ ମୁଦ୍ରା ପରିଚାଳନା ଆଇନ (ଫେମା) ଉଲ୍ଲଙ୍ଘନ ଅଭିଯୋଗ ଆସିବା ପରେ ଏହି ଚଢଉ କରାଯାଇଥିଲା। ବେଙ୍ଗାଲୁରୁ ସହରରେ ମୋଟ ୨ଟି ଅଫିସ ଓ ଗୋଟିଏ ଘର ଉପରେ ଏହି ଚଢଉ କରାଯାଇଥିଲା।
ତଦନ୍ତକାରୀ ଏଜେନ୍ସି ଅଭିଯୋଗ କରିଛି ଯେ ବାଇଜୁଙ୍କୁ ଏକାଧିକ ସମନ ପଠାଯାଇଥିଲା, କିନ୍ତୁ ସେ ସମନକୁ ଏଡ଼ାଇ ଯାଇଥିଲେ ଏବଂ ଇଡି ନିକଟରେ ହାଜର ହୋଇନଥିଲେ। ଚଢ଼ାଉ ସମୟରେ ଜଣାପଡିଥିଲା ଯେ ରବୀନ୍ଦ୍ରନ ବାଇଜୁଙ୍କ କମ୍ପାନୀ ଥିଙ୍କ ଆଣ୍ଡ ଲର୍ଣ୍ଣ ପ୍ରାଇଭେଟ୍ ଲିମିଟେଡ୍ ୨୦୧୧ରୁ ୨୦୨୩ ମଧ୍ୟରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ବାବଦରେ ପ୍ରାୟ ୨୮,୦୦୦ କୋଟି ଟଙ୍କା ପାଇଛି। ଏହି ସମୟ ମଧ୍ୟରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ନାଁରେ କମ୍ପାନୀ ବିଭିନ୍ନ ବିଦେଶୀ ସଂସ୍ଥାଙ୍କୁ ପ୍ରାୟ ୯,୭୫୪ କୋଟି ଟଙ୍କା ପଠାଇଛି। ସେପଟେ ଇଡିର ଏହି ଚଢ଼ାଉକୁ ନେଇ ବାଇଜୁ ଏକ ବୟାନ ଜାରି କରିଛି। କମ୍ପାନିର କାରବାର ସଂପୂର୍ଣ୍ଣ ସ୍ୱଚ୍ଛ ରହିଛି ଓ ତଦନ୍ତକାରୀ ଅଧିକାରୀମାନଙ୍କ ସହ ସଂପୂର୍ଣ୍ଣ ସହଯୋଗ କରାଯାଉଛି।

Share Now:

Kalinga News Beuro

Next Post

ଅପହରଣ ଓ ହତ୍ୟା ମାମଲାରେ ମୁଖତାର୍ ଅନସାରୀକୁ ମିଳିଲା ୧୦ବର୍ଷ ଜେଲଦଣ୍ଡ

Sat Apr 29 , 2023
ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର୍ ଅନସାରୀକୁ ମିଳିଲା ୧୦ବର୍ଷ ଜେଲ ଦଣ୍ଡ। ଶନିବାର ଗାଜିପୁରର ଏକ କୋର୍ଟ ଗ୍ୟାଙ୍ଗଷ୍ଟର-ରାଜନେତା ମୁଖତାର୍ ଅନସାରୀକୁ ଅପହରଣ ଓ ହତ୍ୟା ମାମଲାରେ ୧୦ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।ଗ୍ୟାଙ୍ଗଷ୍ଟର ଅଧିନିୟମ ଅନୁଯାୟୀ ଏମପି-ଏମଏଲଏ କୋର୍ଟ ମୁଖତାର୍ ଅନସାରୀ ବିରୋଧରେ ଏହି ରାୟ ଶୁଣାଇଛନ୍ତି ଏବଂ ତାକୁ ୫ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖତାର୍ ଅନସାରୀ ଏବଂ ତା’ ବଡ଼ ଭାଇ ତଥା […]
ମୁଖତାର୍ ଅନସାରୀକୁ ମିଳିଲା ୧୦ବର୍ଷ ଜେଲଦଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial