ତିହିଡି ବ୍ଲକରେ ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୋୖଶଲ୍ୟ ଶିବିର ଅନୁଷ୍ଠିତ

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଓରମାସ ପକ୍ଷରୁ ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୋୖଶଲ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ବିଲଣା, ବାରୋ ଓ ବୋଡ଼କ ପଞ୍ଚାୟତକୁ ନେଇ ଗତକାଲି ବିଲନା ମହିଳା ମହାସଂଘ କାର୍ଯ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ଏପିଡ଼ି ରୂପାଲି ମହାପାତ୍ର ଯୋଗଦେଇ ଏହି ଯୋଜନା ମାଧ୍ୟମରେ ବେକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତିର ସୁଯୋଗ ଦେଉଛି। ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତ ଲତା ନାୟକ ଯୋଗଦେଇ ସରକାରଙ୍କ ଏହି ଯୋଜନା ବେକାର ଯୁବକ ଯୁବତୀମାନଙ୍କୁ ଆତ୍ମନିର୍ଭର କରିବାରେ ସହାୟକ ହେଉଛି ବୋଲି କହିଥିଲେ। ବିଡ଼ିଓ ବସନ୍ତ କୁମାର ସାହାଣୀ ଯୋଗଦେଇ ବେକାର ଯୁବକ-ଯୁବତୀମାନେ ଏହି ଯୋଜନା ମାଧ୍ୟମରେ ଦକ୍ଷତା ଅର୍ଜ୍ଜନ କରିବା ସହିତ ନିଯୁକ୍ତି ପାଇ ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିବେ ବୋଲି କହିଥିଲେ। ଜିଲ୍ଲା ସଂଯୋଜକ ସୁନୀଲ କୁମାର ନାୟକ, ସ୍ଥାନୀୟ ସରପଞ୍ଚ ଭାଗିରଥି ମଲ୍ଲିକ ,ବ୍ଲକ ଜୀବିକା ମିଶନ ପ୍ରକଳ୍ପ ପରିଚାଳିକା ରଶ୍ମିତା ନାୟକ,ଏସଡିସି ପ୍ରଫୁଲ୍ଲ ମଲ୍ଲିକ ,ବିଏଲସି ସ୍ନିଗ୍ଧା ନାୟକ ଓ ନନ୍ଦିନୀ ନାୟକ ପ୍ରମୁଖ ଯୋଗଦେଇ ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୋୖଶଲ୍ୟଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଶିବିରରେ ୯୧ ଜଣ ୧୮ରୁ ୩୫ ବର୍ଷ ମଧ୍ୟରେ ପୁରୁଷ ଓ ମହିଳା ପଞ୍ଜିକୃତ ହୋଇଥିବାବେଳେ ୬୧ଜଣ ପୁରୁଷ ଓ ମହିଳାଙ୍କୁ ବିଭିନ୍ନ ଟ୍ରେଡ଼ରେ ତାଲିମ ନେବାକୁ ମନୋନୀତ କରାଯାଇଥିଲା।ଯାଜପୁରର ସାଇ ଏକ୍ସପୋର୍ଟ ୨୩ଜଣ ଓ ଖୋର୍ଦ୍ଧାର ଗ୍ରାମ-ତରଙ୍ଗ ୩୮ଜଣଙ୍କୁ ତାଲିମ ପାଇଁ ମନୋନୀତ କରିଥିଲେ।

Share Now:

Kalinga News Beuro

Next Post

ସିଏମସି ଅଭିଯୋଗ ପ୍ରକୋଷ୍ଠରେ ତାଲା: ସବୁ ଆଡ଼େ ଖୋଲାମେଲା

Wed Dec 16 , 2020
ଟୁଇଟର ଓ ଫୋନ୍‌ରେ ଆସୁଛି କାଁଭାଁ ଅଭିଯୋଗ କଟକ: ମହାନଗର ନିଗମ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁ ଥିବା ବେଳେ ଏବେ ନିଗମ ପକ୍ଷରୁ ପାର୍କ, ହୋଟେଲ, ଜିମ୍‌ ଆଦିକୁ ଖୋଲି ଦିଆଯାଇଛି। ମାତ୍ର ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବାକୁ ଥିବା ସିଏମସିର ଅଭିଯୋଗ ପ୍ରକୋଷ୍ଠ ଆଜି ଯାଏ ଖୋଲିଲା ନାହିଁ। ସହରରେ ସବୁ କାର୍ଯ୍ୟାଳୟ ଗୁଡିକୁ ସାଧାରଣ ଲୋକଙ୍କ ପାଇଁ ଖୋଲି ଦିଆଯାଇ ଥିବା ବେଳେ ସିଏମସି […]
ସିଏମସି ଅଭିଯୋଗ ପ୍ରକୋଷ୍ଠରେ ତାଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial