ବିପଦପୂର୍ଣ୍ଣ ଭାବରେ ଚିଲିକାରେ ଯାତ୍ରୀ ପରିବହନ: ପ୍ରଶାସନ ପାଲଟିଛି ଅନ୍ଧ

ଚିଲିକାରେ ବିନା ସୁରକ୍ଷାରେ ଯାତ୍ରୀ ପରିବହନ

ଦୁଇଟି ଭସାପୋଲ ଚାଲିବା ପରେ ବି ଦେଶୀ ଡଙ୍ଗାରେ ଭିଡ଼,ସାମାଜିକ ଦୂରତାକୁ ଫୁ

ବ୍ରହ୍ମଗିରି : ଚିଲିକାରେ ଯାତ୍ରୀବାହୀ ଡଙ୍ଗା ଦୁର୍ଘଟଣାର ଅନେକ ନଜୀର ରହିଛି। ଅନେକ ଜୀବନ ଯାଇଛି। ସେଥିପାଇଁ ସରକାର ଚିଲିକାରେ ଯାତ୍ରୀ ପରିବହନ ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରତ୍ୟେକ ଯାତ୍ରୀବାହୀ ଡଙ୍ଗା ଏସ୍‌ଓପି ମାନି ଯାତ୍ରୀ ପରିବହନ କରିବେ। ଡଙ୍ଗା ସବୁ ପଞ୍ଜୀକରଣ କରାଯିବ। ଡଙ୍ଗାର ବୀମା କରାଯିବ। ଲାଇଫ ଜ୍ୟାକେଟ୍‌ ବାଧ୍ୟତାମୂଳକ ଭାବରେ ରହିବ। ଡଙ୍ଗାର କ୍ଷମତା ଅନୁଯାୟୀ ଯାତ୍ରୀ ପରିବହନ ହେବ। ଏମିତି କେତେ କଣ ନିର୍ଦ୍ଦେଶନାମା ଜାରି କରାଯାଇଛି। କିନ୍ତୁ ଚିଲିକାରେ ଏହି ସବୁ ନିର୍ଦ୍ଦେଶକୁ ଫୁ କରି ଉଡ଼ାଇ ଦିଆଯାଇଛି। ଚିଲିକାର ସାତପଡ଼ା ଘାଟରୁ ଜହ୍ନିକୁଦା ଘାଟକୁ ପ୍ରତି ଦିନ ଯାତ୍ରୀ ପରିବହନ ହୋଇଥାଏ। କୃଷ୍ଣପ୍ରସାଦ ବ୍ଲକ୍‌କୁ ଚିଲିକାର ଏହି ଘାଟରେ ଦୀର୍ଘ ୫ କିଲୋମିଟର ଜଳପଥରେ ଯାତ୍ରୀ ପ୍ରତି ଦିନ ଯାତାୟାତ କରିଥାନ୍ତି। ସେଥିପାଇଁ ସରକାରଙ୍କର ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ପକ୍ଷରୁ ଗୋଟିଏ ଭସାପୋଲ ଯାତ୍ରୀ ପରିବହନ କରୁଛି। ନିକଟରେ ଯାତ୍ରୀମାନଙ୍କ ସୁବିଧା ପାଇଁ ସିଡିଏ ପକ୍ଷରୁ ଆଉ ଗୋଟିଏ ଭସାପୋଲ ଚାଲିଛି। ଦୁଇଟି ଭସାପୋଲ ଚିଲିକାରେ ଯାତ୍ରୀ ପରିବହନ କରୁଛି। ଏହା ସହିତ ସ୍ଥାନୀୟ ପ୍ରଶାସନ ଯାତ୍ରୀମାନଙ୍କ ସୁବିଧା ପାଇଁ ଦୁଇଟି ଘାଟ ଡଙ୍ଗା ଦ୍ବାରା ଯାତ୍ରୀ ପରିବହନ କରୁଛି। ଏହା ବ୍ୟତୀତ ଚିଲିକାରେ ଘରୋଇ ଭାବରେ ଡଙ୍ଗା ଯାତ୍ରୀ ପରିବହନ କରୁଛି। ଘରୋଇ ଭାବରେ ଚିଲିକାରେ ଅନେକ ଯାତ୍ରୀବାହୀ ଡଙ୍ଗା ପ୍ରତି ଦିନ ସାତପଡା ଘାଟରୁ ଜହ୍ନିକୁଦା ପୁଣି ଜହ୍ନିକୁଦାରୁ ସାତପଡା ଘାଟକୁ ଅତ୍ୟନ୍ତ ବିପଦସଙ୍କୁଳ ଭାବରେ ଯାତ୍ରୀ ପରିବହନ କରୁଛି। ଘରୋଇ ଡଙ୍ଗା ଗୁଡିକରେ ନା ଅଛି ଲାଇଫ୍‌ ଜ୍ୟାକେଟ ନା ଅଛି କୌଣସି ସୁରକ୍ଷା ବ୍ୟବସ୍ଥା। ଯାତ୍ରୀ ପରିବହନ କ୍ଷମତା ଠାରୁ ଅଧିକ ଯାତ୍ରୀ ପରିବହନ ଚାଲିଛି। ଏମିତିକି ୫୦ରୁ ଅଧିକ ଯାତ୍ରୀଙ୍କ ସହିତ ବାଇକ୍‌ ନେଇ ଯାତ୍ରୀ ପରିବହନ ଚାଲିଛି। ଏବେ କରୋନା କଟକଣା ସମୟରେ ସାମାଜିକ ଦୂରତା ସହିତ ମାସ୍କ ପିନ୍ଧିବାକୁ ଗୁରୁତ୍ବ ଦିଆ ଯାଉଛି। କିନ୍ତୁ ଚିଲିକାରେ ଲଦାଲଦି ଯାତ୍ରୀ ପରିବହନ ଚାଲିଥିବା ଜଣାପଡିଛି। ଏହି ଘାଟରେ ଅନେକ ଥର ଯାତ୍ରୀବାହୀ ଡଙ୍ଗା ଦୁର୍ଘଟଣାର ଶିକାର ହୋଇଥିବା ପ୍ରଶାସନ ପାଖରେ ନଜୀର ରହିଛି। କିନ୍ତୁ ଏଥିପ୍ରତି ପ୍ରଶାସନ ନିଘା ନ ଥିବା କୁହାଯାଉଛି। ଅନେକ ଘରୋଇ ଯାତ୍ରୀବାହୀ ଡଙ୍ଗାର ନା ହୋଇଛି ପଞ୍ଜୀକରଣ ନା ଅଛି ବୀମା। ଯାତ୍ରୀମାନଙ୍କ ଧନଜୀବନ ଆଶା ଓ ଆଶଙ୍କାରେ ରହିଥିବା ବିଚାର କରାଯାଉଛି।

Share Now:

Kalinga News Beuro

Next Post

୧୦ ଥର ମାଉଣ୍ଟ ଏଭରେଷ୍ଟ ଆରୋହଣକାରୀ 'ସ୍ନୋ ଲିଓପାର୍ଡ'ଙ୍କ ପରଲୋକ

Thu Sep 24 , 2020
ନେପାଳ: ମାଉଣ୍ଟ ଏଭରେଷ୍ଟ ଉପରକୁ ଏକାଧିକବାର ଚଢ଼ି ରେକର୍ଡ କରିଥିବା ନେପାଳୀ ପର୍ବତାରୋହୀ ଅଙ୍ଗ୍‌ ରୀତା ଶେରପାଙ୍କର ପରଲୋକ ହୋଇଯାଇଛି। ସେ ତାଙ୍କ ଜୀବନକାଳ ମଧ୍ୟରେ ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢ଼ିଛନ୍ତି। ଏତେଥର ମାଉଣ୍ଟ ଏଭରେଷ୍ଟ ଚଢିଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ଅଙ୍ଗ୍‌ ରୀତା ଶେରପା। ତାଙ୍କର ଏହି ସଫଳତା ପାଇଁ ୨୦୧୭ରେ ସେ ଗିନିଜ ବୁକ୍‌ ଅଫ ରେକର୍ଡ ଜିତିଥିଲେ। ତାଙ୍କ ପରିବାର ପକ୍ଷରୁ କୁହାଯାଇଛି, ଦୀର୍ଘ […]
ଅଙ୍ଗ୍‌ ରୀତା ଶେରପା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial