କୋଟିଆ ଉ‌ପରେ ଆନ୍ଧ୍ରର ନଜର : ଲଗାଇଲା ସ୍ୱାସ୍ଥ୍ୟ ଶିବିର, ଚିକିତ୍ସିତ ହେଲେ ୪୦୦ ରୋଗୀ

କୋରାପୁଟ: ଓଡ଼ିଶାର କୋଟିଆ ଉପରୁ ଆନ୍ଧ୍ରପ୍ରଦେଶର ଲୟ ହଟୁ ନାହିଁ। କୋଟିଆକୁ ନେଇ ବିବାଦ ଜାରି ରହିଥିବା ବେଳେ ଆନ୍ଧ୍ରପ୍ରଦେଶର ପ୍ରଶାସନ ଏଠାକୁ ଆସି ଜନସାଧାରଣଙ୍କୁ ବିଭିନ୍ନ ଯୋଜନା ଓ ସେବା ଆଳରେ ଆକର୍ଷିତ କରୁଛନ୍ତି। ଆନ୍ଧ୍ର ପୁଲିସ କୋଟିଆରେ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଛି। କୋଟିଆର ନେରେଡିଭାଲସାରେ ସ୍ୱାସ୍ଥ୍ୟ ଶିବିର ଲଗାଇ ୪୦୦ ରୋଗୀଙ୍କ ଚିକିତ୍ସା କରିଛି। ପାର୍ବତୀପୁରମ ମାନ୍ୟମ ଜିଲ୍ଲା ଅତିରିକ୍ତ ପୁଲିସ ଅଧୀକ୍ଷକ ସୁନୀଲ ଶାରୋନ୍‌ଙ୍କ ନେତୃତ୍ବରେ ଏହି ଚିକିତ୍ସା କରାଯାଇଛି। ଶିବିରରେ ସାଲୁର ସିଆଇ ବାଳକୃଷ୍ଣ, କୋଟିଆ ସିଆଇ ରୋହିଣୀପାଠୀ, ସାଲୁର (ଗ୍ରାମାଞ୍ଚଳ) ଏସ୍‌ଆଇ ଭେଙ୍କଟ ରମଣା ପ୍ରମୁଖ ଉପସ୍ଥିତ ଥିଲେ।
କୋଟିଆ ଉପରେ ଆନ୍ଧ୍ର ସରକାର ନଜର ପକାଇବା ନୂଆ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଏଭଳି କାମ କରିଥିଲା। ଗତ ଡିସେମ୍ବର ମାସରେ ଆନ୍ଧ୍ର ପ୍ରଶାସନ ମନରେଗା ଫଳକ ପୋତିଥିଲା। କେଉଁ ଉଦ୍ଦେଶ୍ୟରେ ଫଳକ ଆନ୍ଧ୍ର ପ୍ରଶାସନ ସ୍ଥାପନ କଲା ସ୍ଥାନୀୟ ଲୋକ ମଧ୍ୟ ଆଦୌ ଜାଣିପାରି ନଥିଲେ। କୋରାପୁଟ ପ୍ରଶାସନ ଏହି ଫଳକ ସଂପର୍କରେ ବିଳମ୍ବରେ ଅବଗତ ହୋଇଥିଲା।

Share Now:

Kalinga News Beuro

Next Post

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କଲେ ବିଲ୍ ଗେଟ୍ସ

Wed Feb 28 , 2024
ଭୁବନେଶ୍ୱର: ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଭୁବନେଶ୍ୱର ଗସ୍ତରେ ଥିବା ଶ୍ରୀ ଗେଟ୍ସ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରିଛନ୍ତି। ଉଭୟଙ୍କ ମଧ୍ୟରେ ଆଲୋଚନାରେ ଓଡିଶାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ, କୃଷି ଓ କୃଷକଙ୍କ ବିକାଶ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବସ୍ତି ପରିଚାଳନା ଓ ବିଭିନ୍ନ କ୍ଷେତ୍ରରେ ରୂପାନ୍ତରଣ ପ୍ରସଙ୍ଗ ସ୍ଥାନ ପାଇଥିଲା। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial