ଭାଙ୍ଗିଲା ମାଇନର୍‌ କେନାଲ ବନ୍ଧ : ଗାଁ ଦାଣ୍ଡରେ ପାଣି, ବିଲ ଶୁଖିଲା

ଭାଙ୍ଗିଲା ମାଇନର୍‌ କେନାଲ ବନ୍ଧ

ବାଲିଅନ୍ତା : ଆଜି ସକାଳେ ଗୋପ କେନାଲରୁ ବାହାରିଥିବା ମାଇନର୍‌ କେନାଲ ବନ୍ଧ ଭାଙ୍ଗିଯିବାରୁ ସ୍ଥାନୀୟ ଡିହବାଲିଅନ୍ତା ମଝିଗଡ଼ ଗାଁରେ ପାଣି ପଶି ବନ୍ୟା ପରିସ୍ଥିତି ସୃଷ୍ଟି କରିଥିଲା। ଗାଁ ଦାଣ୍ଡ ବୁଡ଼ିଯିବାରୁ ଲୋକେ ସ୍ବାଭାବିକ ଭାବେ ଯାତାୟାତ କରିପାରିନଥିଲେ। ଏଣେ ଗାଁ ଦାଣ୍ଡରେ ବନ୍ୟା ସୃଷ୍ଟି ହୋଇଥିବା ବେଳେ ତଳମୁଣ୍ଡ ଜମିକୁ ପାଣି ଯାଇପାରିନଥିଲା। ଖବର ପାଇ ଜଳସମ୍ପଦ ବିଭାଗ କର୍ମଚାରୀମାନେ ବାଲିବସ୍ତା ପକାଇ ବନ୍ଧ ମରାମତି କରିଥିଲେ ବି ଗାଁ ଦାଣ୍ଡରେ ପାଣି ଜମି ରହିଥିଲା। କେନାଲ ମରାମତି କାମରେ ବ୍ୟାପକ ଅନିୟମିତତା ହେଉଥିବା ବେଳେ ନିମ୍ନମାନର କାମ ପାଇଁ ଏଭଳି ସ୍ଥିତି ଉପୁଜୁଛି ବୋଲି ଲୋକେ ଅଭିଯୋଗ କରିଛନ୍ତି।
ବେଣୁପୁର ଦେଇ ଯାଇଥିବା ଗୋପ କେନାଲରୁ କୁସୁଗାଡ଼ିଆଠାରେ ମାଇନର କେନାଲ ବାହାରିଛି। ମାଇନର କେନାଲ ଡିହବାଲିଅନ୍ତା ପର୍ଯ୍ୟନ୍ତ ଲମ୍ବିଛି। ଆଜି ବେହେରାସାହି ନିକଟରେ ଏହି କେନାଲ ବନ୍ଧ ଭାଙ୍ଗିଯାଇଥିଲା। ଫଳରେ କେନାଲ ପାଣି ସିଧା ମଝିଗଡ଼ସାହିରେ ପଶିଥିଲା। ଗାଁ ଦାଣ୍ଡରେ ପାଣି ଲହଡ଼ି ମାରିଥିଲା। ଏନେଇ ମଝିଗଡ଼ ଗ୍ରାମବାସୀମାନେ ଜଳ ସମ୍ପଦ ବିଭାଗର ଅଧିକାରୀଙ୍କୁ ଫୋନ୍‌ କରି ଅବଗତ କରାଇଥିଲେ। ଅବଶ୍ୟ ବିଭାଗୀୟ କର୍ମଚାରୀମାନେ ବାଲିବସ୍ତା ପକାଇ ବନ୍ଧ ମରାମତି କରିଥିଲେ। କିନ୍ତୁ ଗାଁ ଦାଣ୍ଡରୁ ପାଣି ନିଷ୍କାସନ ହୋଇନଥିବାରୁ ଗ୍ରାମବାସୀମାନେ ସମସ୍ୟାରେ ଅଛନ୍ତି। ଗ୍ରାମବାସୀମାନଙ୍କ କହିବା କଥା ଗତ ସପ୍ତାହ ତଳେ ଏହି ମାଇନର କେନାଲ ସଫେଇ କରାଯାଇଥିଲା। ଚଳିତ ବର୍ଷ ବିଳମ୍ବରେ ସଫେଇ କରାଯାଇଛି ଏବଂ କାମ ବହୁ ନିମ୍ନମାନର ହୋଇଛି। ସେହିଭଳି ବନ୍ଧର ଦୁର୍ବଳ ସ୍ଥାନ ମରାମତି କରାଯାଇନଥିଲା। ପୁଣି କେନାଲ ସଫେଇ ଏମିତି ଉପରଟାଉରିଆ ଭାବେ କରାଯାଇଛି ‌ଯେ ପାଣି ତଳ ମୁଣ୍ଡକୁ ପହଞ୍ଚିପାରୁନାହିଁ। ତଳ ମୁଣ୍ଡରେ ଜମି ଶୁଖିଲା ପଡ଼ିଛି।

Share Now:

Kalinga News Beuro

Next Post

୮ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ କିଆକଟା ଥାନା ଏଏସଆଇ

Wed Jul 26 , 2023
ବୌଦ୍ଧ: ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ କିଆକଟା ଥାନା ଏଏସଆଇ ନବୀନ ଶତପଥୀ। ବୌଦ୍ଧ ସହର ବୁଟୁପଲ୍ଲୀସ୍ଥିତ ନବୀନଙ୍କ ବାସଗୃହ ଓ ଥାନାରେ ମଧ୍ୟ ଚଢ଼ଉ କରୁଛି ଭିଜିଲାନ୍ସ। ଅନୁଗୁଳ ଜିଲ୍ଲା କିଆକଟା ଥାନାରେ କାର୍ଯ୍ୟ କରୁଥିବା ଏଏସଆଇ ଶତପଥୀ ବୌଦ୍ଧ ବସଷ୍ଟାଣ୍ଡରେ ଲାଞ୍ଚ ନେଉଥିବା ସମୟରେ ମାଡ଼ି ବସିଥିଲା ବ୍ରହ୍ମପୁର ଭିଜିଲାନ୍ସ ଟିମ୍। ସୂଚନା ଅନୁସାରେ କିଆକଟା ଥାନା ବେଲାଦୁଲା […]
ଭିଜିଲାନ୍ସ ହାତରେ ଧରା ପଡ଼ିଲେ କିଆକଟା ଥାନା ଏଏସଆଇ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial