ବସନ୍ତରେ ଗ୍ରୀଷ୍ମଋତୁର ଅନୁଭୂତି: ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୫.୬ ଡିଗ୍ରି ରେକର୍ଡ

ଭୁବନେଶ୍ୱର: ବସନ୍ତ ଋତୁରେ ଗ୍ରୀଷ୍ମଋତୁର ଅନୁଭୂତି। ବସନ୍ତ ଋତୁର ପବନ ପ୍ରବାହିତ ହେବା ବଦଳରେ ଟାଣଖରାର ପ୍ରଭାବ ରହୁଛି। ଆଜି ରାଜଧାନୀ ଭୁବନେଶ୍ୱରରେ ଗ୍ରୀଷ୍ମଋତୁର ଖରା ଅନୁଭୂତ ହୋଇଛି। ଦିନ ୨ଟା ୩୦ ସୁଦ୍ଧା ଦିନ ତାପମାତ୍ରା ୩୫.୬ ଡ଼ିଗ୍ରି ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଏହି ସୂଚନା ଦିଆଯାଇଛି।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସୋମବାର ଦିନ ୨ଟା ୩୦ ସୁଧା ୩୨.୮ ଡ଼ିଗ୍ରି ରେକର୍ଡ ହୋଇଥିବା ବେଳେ ଆଜି ୩୫.୬ ଡ଼ିଗ୍ରି ରେକର୍ଡ ହୋଇଛି। ତଥା ଆଜି ଦିନର ସର୍ବୋଚ୍ଚ ଦିନ ତାପମାତ୍ରା ୩୬ ରୁ ୩୭ ଡ଼ିଗ୍ରି ପାଖାପାଖି ରେକର୍ଡ ହେବାର ସମ୍ଭାବନା ରହିଛି। ଦୁଇ ଦିନ ପରେ କେନ୍ଦୁଝର, ମୟୂରଭଂଜ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ।

Share Now:

Kalinga News Beuro

Next Post

ଭୁବନେଶ୍ୱରରେ ମାଟ୍ରିକ୍‌ ପରୀକ୍ଷା: ୪୭ କେନ୍ଦ୍ରରେ ୧୨ହଜାର ପରୀକ୍ଷାର୍ଥୀ

Tue Feb 20 , 2024
ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍‌, ମଧ୍ୟମା ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ମଙ୍ଗଳବାର ଠାରୁ ଆ‌ରମ୍ଭ ହେଉଛି। ଏଥିପାଇଁ ଭୁବନେଶ୍ୱର ସମେତ ସମସ୍ତ ବ୍ଲକ ପାଇଁ ଖୋର୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜିଲ୍ଲାର ସମସ୍ତ ପରୀକ୍ଷା କେନ୍ଦ୍ରକୁ ଜଣେ ଲେଖାଏଁ ସ୍ବତନ୍ତ୍ର ଅବ୍‌ଜରଭର୍ ଦିଆଯାଇଛି। ଏଥର ଭୁବନେଶ୍ୱରରେ କୌଣସି ବି ପରୀକ୍ଷା କେନ୍ଦ୍ରକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial