ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ବଦଳୁଛି ପାଣିପାଗ

ଭୁବନେଶ୍ୱର: ଗତ ୨ରୁ ୩ ଦିନ ହେବ ପାଗରେ ପରିବର୍ତ୍ତନ ଆସିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେଉଛି। ରାଜଧାନୀ ଭୁବନେଶ୍ୱର, କଟକ ଓ ପୁରୀ ସମେତ ଅନ୍ୟାନ୍ୟ ଅଞ୍ଚଳରେ କାଳବୈଶାଖୀ ବର୍ଷା ହୋଇଛି। ରାଜଧାନୀରେ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ବର୍ଷା ହେବା ଫଳରେ ବିଭିନ୍ନ ସ୍ଥାନରେ ପାଣି ଜମା ହୋଇରହିଛି। ସେହିପରି କଟକରେ ବି ଦୀର୍ଘ ସମୟ ପର୍ଯ୍ୟନ୍ତ ବର୍ଷା ହେଇଥିଲା। ପୁରୀରେ ପ୍ରବଳ ବର୍ଷା କାରଣରୁ ରଥ ନିର୍ମାଣ କାମ ବାଧାପ୍ରାପ୍ତ ହୋଇଛି।

କାଳବୈଶାଖୀ ବର୍ଷା ପରେ ଗତ କିଛି ଦିନ ଧରି ଲାଗିରହିଥିବା ଗରମ ଓ ଗୁଳୁଗୁଳିରୁ କିଛି ମାତ୍ରାରେ ତ୍ରାହି ମିଳିଛି। ସେପଟେ ଉପକୂଳ ଜିଲ୍ଲା ଗୁଡ଼ିକରେ ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Share Now:

Kalinga News Beuro

Leave a Reply

Next Post

ନିଜ ମାଟିରେ ଛତିଶଗଡ଼ ସରକାର ‘ଗୃହଶତ୍ରୁ’, ଜୀବିକା ହରାଇଛନ୍ତି ହଜାର ହଜାର ମତ୍ସ୍ୟଜୀବୀ

Mon May 14 , 2018
ମହାନଦୀ ଉପରମୁଣ୍ଡରେ ବ୍ୟାରେଜ୍‌ ନିର୍ମାଣ ଘଟଣା  ଝାରସୁଗୁଡ଼ା/ବ୍ରଜରାଜନଗର : ଉପରମୁଣ୍ଡରେ ବ୍ୟାରେଜ୍‌ ନିର୍ମାଣ ଘଟଣା ଖୋଦ୍‌ ଛତିଶଗଡ଼ ସରକାର ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ବ୍ୟାରେଜ୍‌ ଯୋଗୁଁ ହଜାରହଜାର ମତ୍ସ୍ୟଜୀବୀ ଏବେ ଜୀବିକା ହରାଇ ସାରିଛନ୍ତି। ଯେଉଁଥିପାଇଁ ସେମାନେ ସରକାରଙ୍କୁ ବିରୋଧ କରିବା ସହିତ ‘ଗୃହଶତ୍ରୁ’ ବୋଲି କହୁଛନ୍ତି। ଆମର ହସ୍ତଗତ ହୋଇଥିବା ଏକ ତଥ୍ୟ ଅନୁସାରେ କଲ୍‌ମାରେ ବ୍ୟାରେଜ୍‌ ନିର୍ମାଣ କରି ଛତିଶଗଡ଼ ସରକାର ଅଟକାଇଥିବା ପାଣିକୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial