ରାଜଧାନୀର ଗୌତମନଗରରେ ସାପ ଆତଙ୍କ

ଗୌତମନଗରରେ ସାପ ଆତଙ୍କ

ଭୁବନେଶ୍ୱର: ବିଏମ୍‌ସି ପୁରୁଣା କାର୍ଯ୍ୟାଳୟ ସମ୍ମୁଖ ଗୌତମନଗରରେ ଏବେ ସାପ ଆତଙ୍କ ଖେଳିଯାଇଛି। ଏହି ଅଞ୍ଚଳରେ ଭଲ ଭାବେ ସଫେଇ କାର୍ଯ୍ୟ ହେଉନଥିବାରୁ ରାସ୍ତାଘାଟ ସବୁଆଡ଼େ ସାପ ବୁଲୁଥିବା ଦେଖିବାକୁ ମିଳୁଛି। ଏମିତିକି ଘର ଭିତରେ ସାପ ପଶିଯାଉଛି। ଲଗାତାର ଏକାଧିକ ଲୋକଙ୍କ ଘରୁ ସାପ ବାହାରିବା ପରେ ଲୋକଙ୍କ ଭିତରେ ଛନକା ପଶିଛି। ଗୌତମନଗର ଉନ୍ନୟନ ପରିଷଦର ସଦସ୍ୟ ଅମ୍ବିକା ସାହୁଙ୍କ ଘରୁ ଆଜି ଏକ ନାଗସାପ ଉଦ୍ଧାର କରାଯାଇଛି। ଦିନ ପ୍ରାୟ ୧୦ଟା ବେଳେ ତାଙ୍କ ପତ୍ନୀ ରିତା ସାହୁ ଘରେ ଏକୁଟିଆ ଥିଲେ। ଡାଇନିଂରୁ ବେଡ୍‌ ରୁମ୍‌କୁ ଯିବା ବାଟରେ ସାପଟି ତାଙ୍କ ଗୋଡ଼କୁ ଚୋଟ ମାରିବାକୁ ଚେଷ୍ଟା କରିଥିଲା। ସୌଭାଗ୍ୟବଶତଃ ସାପ ଚୋଟ ଶ୍ରୀମତୀ ସାହୁଙ୍କ ଗୋଡ଼ରେ ବାଜି ନଥିଲା। ସେ ପଛକୁ ଡେଇଁପଡ଼ି ପାଟି କରିଥିଲେ। ଏହାପରେ ସ୍ନେକ୍‌ ହେଲପ୍‌ ଲାଇନ୍‌କୁ ଫୋନ୍‌ କରିବାରୁ ସେମାନେ ଆସି ସାପକୁ କାବୁ କରି ନେଇଥିଲେ।
ଏନେଇ ଶ୍ରୀ ସାହୁ କହିଛନ୍ତି ‌କେବଳ ଆମ ଘର ନୁହେଁ ସପ୍ତାହ ମଧ୍ୟ‌ରେ ପ୍ରାୟ ୧୦ ଜଣଙ୍କ ଘରେ ସାପ ପଶିଲାଣି। ଦୁଇ ଦିନ ତଳେ ପ୍ରଶାନ୍ତ ମଲିଆଙ୍କ ଘରେ ସାପ ପଶିବାରୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ଗୌତମନଗରରେ ଶତାଧିକ ଘର ରହିଥିବା ବେଳେ ଏହି ଅଞ୍ଚଳ ପ୍ରତି ବିଏମ୍‌ସି ଦୃଷ୍ଟି ଦେଉନାହିଁ। ମୁଖ୍ୟତଃ ଆବର୍ଜନା ଥିବା‌ ସ୍ଥାନକୁ ଭଲ ଭାବେ ସଫା କରାଯାଉନାହିଁ। ଅନାବନା ଗଛକୁ କଟା ଯାଉନାହିଁ। ରାସ୍ତା କଡ଼ ବଣୁଆ ହୋଇ ରହିଛି। ଅନ୍ୟ ଅଞ୍ଚଳ ଭଳି ଅପରିଷ୍କାର ହୋଇଥିବା ସ୍ଥାନରେ ପେଭର ବ୍ଲକ୍‌ ବିଛା ଯାଉନାହିଁ। ୱାଟ୍‌କୋ ମଧ୍ୟ ସ୍ବେରେଜ୍‌ ଟାଙ୍କି ସଫା କରୁନାହିଁ। ଫଳରେ ମଇଳା ପାଣି ପଛୁଆ ଓଲଟା‌ ଘର ଭିତରେ ପଶୁଛି। ୱାଟ୍‌କୋ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସେମାନେ ଶୁଣୁ ନାହାନ୍ତି। ଯାହା‌ର ପରିଣତି ସ୍ଥାନୀୟ ଲୋକ ଭୋଗୁଛନ୍ତି। ତେଣୁ ଏହି ସମସ୍ୟା ଉପରେ ତୁରନ୍ତ ଧ୍ୟାନ ଦେବାକୁ ଦାବି ହୋଇଛି।

Share Now:

Kalinga News Beuro

Next Post

ମହାକାଶ ଗବେଷଣାରେ ଭାରତଠାରୁ ବହୁତ ପଛରେ ପାକିସ୍ତାନ

Sat Aug 26 , 2023
୬୨ ବର୍ଷରେ ପଠାଇଛି ମାତ୍ର ୫ଟି ଉପଗ୍ରହ ନୂଆଦିଲ୍ଲୀ: ଭାରତର ଚନ୍ଦ୍ର ମିଶନ ଚନ୍ଦ୍ରାୟନ ୩ ର ସଫଳତାକୁ ନେଇ ସାରା ବିଶ୍ୱରେ ଆଲୋଚନା ଚାଲିଛି। ବିଶେଷ କରି ପଡୋଶୀ ଦେଶ ପାକିସ୍ତାନରେ ଭାରତର ମହାକାଶ ଗବେଷଣାକୁ ନେଇ ଜୋରଦାର ଆଲୋଚନା କରାଯାଉଛି। ପାକିସ୍ତାନରେ ଭାରତର ଏହି ମିଶନ ବିଷୟରେ ସମସ୍ତେ ନିଜ ଦେଶକୁ ପରିହାସ କରୁଛନ୍ତି। ସାଧାରଣ ଲୋକ ହୁଅନ୍ତୁ କିମ୍ବା ଗଣମାଧ୍ୟମ ହେଉ, ସମସ୍ତେ ପାକିସ୍ତାନ ସରକାରଙ୍କ […]
ଭାରତଠାରୁ ବହୁତ ପଛରେ ପଡିଛି ପାକିସ୍ତାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial