ମହାକାଶ ଗବେଷଣାରେ ଭାରତଠାରୁ ବହୁତ ପଛରେ ପାକିସ୍ତାନ

ଭାରତଠାରୁ ବହୁତ ପଛରେ ପଡିଛି ପାକିସ୍ତାନ

୬୨ ବର୍ଷରେ ପଠାଇଛି ମାତ୍ର ୫ଟି ଉପଗ୍ରହ

ନୂଆଦିଲ୍ଲୀ: ଭାରତର ଚନ୍ଦ୍ର ମିଶନ ଚନ୍ଦ୍ରାୟନ ୩ ର ସଫଳତାକୁ ନେଇ ସାରା ବିଶ୍ୱରେ ଆଲୋଚନା ଚାଲିଛି। ବିଶେଷ କରି ପଡୋଶୀ ଦେଶ ପାକିସ୍ତାନରେ ଭାରତର ମହାକାଶ ଗବେଷଣାକୁ ନେଇ ଜୋରଦାର ଆଲୋଚନା କରାଯାଉଛି। ପାକିସ୍ତାନରେ ଭାରତର ଏହି ମିଶନ ବିଷୟରେ ସମସ୍ତେ ନିଜ ଦେଶକୁ ପରିହାସ କରୁଛନ୍ତି। ସାଧାରଣ ଲୋକ ହୁଅନ୍ତୁ କିମ୍ବା ଗଣମାଧ୍ୟମ ହେଉ, ସମସ୍ତେ ପାକିସ୍ତାନ ସରକାରଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ବାସ୍ତବରେ ଏବେ ଗୋଟିଏ ପ୍ରଶ୍ନ ଉଠିଛି ଯେ ଭାରତର ଇସ୍ରୋ ପୂର୍ବରୁ ପାକିସ୍ତାନରେ ସ୍ପେସ୍ ଏଜେନ୍ସି ପ୍ରତିଷ୍ଠା କରାଯାଇଥିଲେ ବି ଭାରତ ତୁଳନାରେ ଏହା କାହିଁକି ପଛରେ ପଡିଛି ? ପାକିସ୍ତାନର ସ୍ପେସ୍ ଏଜେନ୍ସି ସୁପାର୍କ ଭାରତର ସ୍ପେସ୍ ଏଜେନ୍ସି ଇସ୍ରୋ ପୂର୍ବରୁ ମଧ୍ୟ ପ୍ରତିଷ୍ଠିତ ହୋଇଥିଲା।
ସ୍ପେସ୍ ଆଣ୍ଡ ଅପର୍ ଆଟମୋସଫର ରିସର୍ଚ୍ଚ ଅର୍ଗାନାଇଜେସନ୍ ୧୬ ସେପ୍ଟେମ୍ବର ୧୯୬୧ ରେ ପ୍ରତିଷ୍ଠିତ ହୋଇଥିବାବେଳେ ୧୯୬୯ରେ ଇସ୍ରୋ ପ୍ରତିଷ୍ଠିତ ହୋଇଥିଲା। ସୁପାର୍କ ୧୯୬୨ ମସିହାରେ ଇସ୍ରୋ ପୂର୍ବରୁ ମଧ୍ୟ ମହାକାଶକୁ ଏକ ରକେଟ୍ ଉତକ୍ଷେପଣ କରିଥିଲା। ଏହା ପରେ, ଇସ୍ରୋ ଯେତିକି ଆଗକୁ ଆଗକୁ ବଢିଚାଲିଥିଲା ସୁପାର୍କ ସେତେ ପଛରେ ପଡିଯାଇଥିଲା। ପାକିସ୍ତାନ ଏହାର ୬୨ ବର୍ଷର ମହାକାଶ ଏଜେନ୍ସି ଇତିହାସରେ କେବଳ ୫ଟି ଉପଗ୍ରହ ଉତକ୍ଷେପଣ କରିଛି। ପ୍ରଥମ ଉପଗ୍ରହ ୧୯ ଜୁଲାଇ ୧୯୯୦ ରେ ଉତକ୍ଷେପଣ କରିଥିଲା। ଏହି ଉପଗ୍ରହ କେବଳ ୬ ମାସ ହିଁ କାର୍ଯ୍ୟକ୍ଷମ ହୋଇଥିଲା। ଏହା ପରେ, ୧୦ ଡିସେମ୍ବର ୨୦୦୧ରେ ଦ୍ୱିତୀୟ ଉପଗ୍ରହ ଉତକ୍ଷେପଣ କରାଯାଇଥିଲା। ତୃତୀୟ ଉପଗ୍ରହ ଚାଇନାର ସହାୟତାରେ ୧୧ ଅଗଷ୍ଟ ୨୦୧୧ ରେ ଲଞ୍ଚ କରାଯାଇଥିଲା। ଚତୁର୍ଥ ଉପଗ୍ରହ ୨୧ ନଭେମ୍ବର ୨୦୧୩ ରେ ଉତକ୍ଷେପଣ କରାଯାଇଥିଲା। ଚୀନ୍ ସହାୟତାରେ ପାକିସ୍ତାନ ୯ ଜୁଲାଇ ୨୦୧୮ରେ ଶେଷ ଏବଂ ପଞ୍ଚମ ଉପଗ୍ରହ ଉତକ୍ଷେପଣ କରିଥିଲା। ଏହା ପରେ ପାକିସ୍ତାନ କୌଣସି ଉପଗ୍ରହ ଉତକ୍ଷେପଣ କରିନାହିଁ।

Share Now:

Kalinga News Beuro

Next Post

ପହଞ୍ଚିଲାନି ଆମ୍ବୁଲାନ୍ସ : ଖଟରେ ବୁ​ହାହେଲେ ରୋଗୀ

Sun Aug 27 , 2023
ଜମନକିରା : ୧୦୮ ନମ୍ବରକୁ ବାରମ୍ବାର ଫୋନ୍‌ କରି ନୟାନ୍ତ ହେଲେ। ଘରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ରୋଗୀକୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସ ପହଞ୍ଚିଲାନି। ଶେଷରେ ଖଟରେ ରୋଗୀକୁ ୨ କିଲୋମିଟର ରାସ୍ତା ବୋହି ନେବାକୁ ବାଧ୍ୟ ହେଲେ ପରିବାର ଲୋକେ। ଡାକ୍ତରଖାନାରେ ଅସୁସ୍ଥ ଗୁରୁତର ରୋଗୀର ସ୍ୱାସ୍ଥ୍ୟ ପରୀକ୍ଷା ନିରୀକ୍ଷା ପରେ କେବଳ ଇଞ୍ଜେକସନ ଦେଇ ବୁର୍ଲା ଭିମସାରକୁ ରେଫର୍ କରିଦେଲେ। କିନ୍ତୁ ଗରିବ ରୋଗୀର […]
ଖଟରେ ବୁ​ହାହେଲେ ରୋଗୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial