ଚଳନ୍ତା ଅଟୋରେ ସବୁଜ ବଗିଚା : ଅଟୋ ଡ୍ରାଇଭରଙ୍କ ନିଆରା ଉଦ୍ୟମ

ଅଟୋ ଡ୍ରାଇଭରଙ୍କ ନିଆରା ଉଦ୍ୟମ

ନୂଆଦିଲ୍ଲୀ: ଆପଣ ଅନେକ ଥର ଅଟୋରେ ବସିଥିବେ। ଗ୍ରୀଷ୍ମ ଋତୁ ଆରମ୍ଭ ହେବା ମାତ୍ରେ ଲୋକମାନେ ପ୍ରାୟତଃ ଅଟୋ କିମ୍ବା କ୍ୟାବ ସାହାଯ୍ୟରେ କଲେଜ କିମ୍ବା ଅଫିସ୍ ଯାଆନ୍ତି। ଏପରି ପରିସ୍ଥିତିରେ, ଯାତ୍ରୀଙ୍କୁ ପ୍ରଚଣ୍ଡ ତାତିରୁ ମୁକ୍ତି ଦେବାକୁ ଏବେ ଜଣେ ଅଟୋ ଡ୍ରାଇଭର ଏଭଳି କିଛି କରିଛନ୍ତି ଯାହାକୁ ସମସ୍ତେ ପ୍ରଶଂସା କରୁଛନ୍ତି। ଦିଲ୍ଲୀର ଅଟୋ ଡ୍ରାଇଭର ମହେନ୍ଦ୍ର ୨୫ ବର୍ଷ ଧରି ଦିଲ୍ଲୀରେ ଅଟୋ ଚଳାଉଛନ୍ତି। ଆଉ ନିଜ ଯାତ୍ରୀଙ୍କୁ ଗରମରୁ ମୁକ୍ତି ଦେବାକୁ ଏବେ ନିଜ ଅଟୋ ଛାତ ଉପରେ ଏକ ବଗିଚା କରିଛନ୍ତି। କୁହାଯାଏ ଯେ ଅସୁବିଧା ଏକ ନୂତନ ରାସ୍ତା ଖୋଜିବାରେ ସାହାଯ୍ୟ କରିଥାଏ। ଏଭଳି ପରିସ୍ଥିତିରେ ପ୍ରବଳ ଗରମ ହେତୁ ଯେତେବେଳେ ମହେନ୍ଦ୍ର ଗଛ ତଳେ ବିଶ୍ରାମ ନେଉଥିଲେ, ସେତେବେଳେ ତାଙ୍କ ମୁଣ୍ଡକୁ ଏହି ବୁଦ୍ଧି ଜୁଟିଥିଲା। ଏହା ପରେ ସେ ନିଜ ଅଟୋରେ ଛୋଟ ଗଛ ଲଗାଇଲେ। ପରେ ପରେ ଅଟୋ ଛାତକୁ ଏକ ମିନି ବଗିଚାରେ ପରିଣତ କରିଦେଇଛନ୍ତି। ମହେନ୍ଦ୍ର କୁମାରଙ୍କ କହିବା ଅନୁଯାୟୀ, ପ୍ରାୟ ଦୁଇ ବର୍ଷ ପୂର୍ବେ ଗ୍ରୀଷ୍ମ ଋତୁରେ ଏହି ଚିନ୍ତାଧାରା ତାଙ୍କ ମୁଣ୍ଡକୁ ଆସିଥିଲା। ସେ ଭାବିଲେ ଯେ ଯଦି ଅଟୋ ଛାତ ଉପରେ କିଛି ଚାରା ରୋପଣ କରିପାରିବି, ତେବେ ଏହା ଅଟୋକୁ ଥଣ୍ଡା ରଖିବ। ମହେନ୍ଦ୍ର ତାଙ୍କ ଅଟୋ ବଗିଚାରେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୨୩ ପ୍ରକାରର ଉଦ୍ଭିଦ ଲଗାଇଛନ୍ତି। ଏହି ବଗିଚାରେ କିଛି ଫୁଲ ଗଛ ମଧ୍ୟ ଲଗାଇଛନ୍ତି। ଫୁଲର ସୁଗନ୍ଧ ମଧ୍ୟ ଅନେକ ଯାତ୍ରୀଙ୍କୁ ଆକର୍ଷିତ କରିଥାଏ। ସେ କହିଛନ୍ତି ଯେ ପୂର୍ବ ବର୍ଷ ତୁଳନାରେ ଏଥର ଦିଲ୍ଲୀରେ ଅଧିକ ତାତି ଅନୁଭୂତ ହେଉଛି। ଆଉ ତାଙ୍କ ମିନି ବଗିଚା ଯୋଗୁଁ ସେ ଏବଂ ତାଙ୍କ ଯାତ୍ରୀମାନେ ଉତ୍ତାପ ଅନୁଭବ କରୁନାହାଁନ୍ତି।

Share Now:

Kalinga News Beuro

Next Post

ରାଜଧାନୀ ହେବ ଅତ୍ୟାଧୁନିକ ଲ୍ୟାବ୍‌ ହବ୍‌

Tue May 3 , 2022
ଅନ୍ଧାରୁଆରେ ପ୍ରତିଷ୍ଠା ହେବ ଏନ୍‌ସିଡିସିର ଲ୍ୟାବ୍‌, ଜମି ଚିହ୍ନଟ ଭୁବନେଶ୍ବର : ଆଉ କିଛି ବର୍ଷ ପରେ ଓଡ଼ିଶା ଅତ୍ୟାଧୁନିକ ଲ୍ୟାବ୍‌ର ହବ୍‌ ପାଲଟିଯିବ। ପୂର୍ବରୁ ଆର୍‌ଏମ୍‌ଆର୍‌ସି ଥିବା ବେଳେ ନିକଟରେ କ୍ୟାପିଟାଲ ହସ୍ପିଟାଲରେ ରାଜ୍ୟସ୍ତରୀୟ ଲ୍ୟାବ୍ ପାଇଁ ସରକାରୀ ଅନୁମୋଦନ ମିଳିଛି। ଆଗକୁ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ବା ଏନ୍‌ସିଡିସିର ଏକ ଶାଖା ଲ୍ୟାବ୍ ଭୁବନେଶ୍ବରରେ ପ୍ରତିଷ୍ଠା ହେବାକୁ ଯାଉଛି। ଏଥିପାଇଁ ଅନ୍ଧାରୁଆରେ ଜାଗା ଚିହ୍ନଟ କାର୍ଯ୍ୟ […]
ରାଜଧାନୀ ହେବ ଅତ୍ୟାଧୁନିକ ଲ୍ୟାବ୍‌ ହବ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial