ବ୍ରହ୍ମପୁରରେ ଅଭାବନୀୟ ଘଟଣା : ଘରେ ନିଆଁଲାଗି ୩ ମୃତ

ବ୍ରହ୍ମପୁର : ଘରେ ନିଆଁ ଲାଗି ଗୋଟିଏ ପରିବାରର ୩ ମୃତ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଗୋଷଣୀନୂଆଗାଁ ପାଣିଗ୍ରାହୀ ପେଣ୍ଠସାହିରେ। ସୂଚନାନୁସାରେ ସର୍ଟ ସର୍କିଟରୁ ଘରେ ନିଆଁ ଲାଗିଯିବାରୁ ବ୍ରହ୍ମପୁର କୋ-ଅପରେଟିଭ୍‌ ସୋସାଇଟି ବ୍ୟାଙ୍କର ସଭାପତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଅଗ୍ନିକାଣ୍ଡରେ ସଭାପତି ଅଲେଖ ଚୌଧୁରୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ସମେତ ୩ ଜଣ ମୃତ୍ୟୁବରଣ କରିଛନ୍ତି। ଏମାନଙ୍କୁ ମୁମୁର୍ଷ ଅବସ୍ଥାରେ ଉଦ୍ଧାର କରାଯାଇ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ନିଆଁ ଲାଗିିଥିବା ଘରେ ଶ୍ୱାସରୁଦ୍ଧ ହୋଇଯାଇଥିଲେ ଏମାନେ।

Share Now:

Kalinga News Beuro

Next Post

ଚୀନର ମୁକାବିଲା ପାଇଁ ସୀମାରେ ଶକ୍ତିଶାଳୀ ଚିନୁକ ହେଲିକାପ୍ଟର ମୁତୟନ କଲା ଭାରତ

Fri May 29 , 2020
ନୂଆଦିଲ୍ଲୀ : ସୀମାରେ ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ଉତ୍ତେଜନା ପରିସ୍ଥିତି କିଛିଟା ପ୍ରଶମିତ ହୋଇଥିଲେ ମଧ୍ୟ ଚୀନ ସେନାର ଗତିବିଧି ଉପରେ ତୀକ୍ଷଣ ନଜର ରଖିଛି ଭାରତୀୟ ସେନା। ଏଥିପାଇଁ ସୀମାରେ ସେନାପକ୍ଷରୁ ଶକ୍ତି ବୃଦ୍ଧି କରାଯାଉଛି। ସୀମାକୁ ଭାରତୀୟ ଯବାନ ଓ ଓଜନିଆ ସାମରିକ ଉପକରଣ ପରିବହନ ପାଇଁ ଆମେରିକା ନିର୍ମିତ ଶକ୍ତିଶାଳୀ ଚିନୁକ ହେଲିକାପ୍ଟର ନିୟୋଜିତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଆସାମରେ ଥିବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial