ହୋଲିରେ ଅଘଟଣ : ପାଣିରେ ବୁଡ଼ିଗଲା ୧୦ ବର୍ଷର ନାବାଳକ

ସୋର: ରଙ୍ଗ ଖେଳିସାରିବା ପରେ ପୋଖରୀକୁ ଗାଧୋଇବାକୁ ଯାଇ ଜଣେ ୧୦ ବର୍ଷୀୟ ନାବାଳକ ପୋଖରୀରେ ବୁଡିଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ସୋର ପୌରାଞ୍ଚଳ ମଧୁସୂଦନପୁର ଗ୍ରାମର ମାନସ ପାତ୍ର ଦୀର୍ଘ ଦିନ ଧରି ପରିବାର ସହ ସୋର ଥାନା ଦହିସଡା ଗ୍ରାମରେ ରହୁଛନ୍ତି।
ଆଜି ତାଙ୍କର ଏକମାତ୍ର ପୁଅ ଆୟୁଷ ପାତ୍ର (୧୦) ସାଙ୍ଗମାନଙ୍କ ସହ ରଙ୍ଗ ଖେଳି ସାରିବା ପରେ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଯାଇଥିଲେ। ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

Share Now:

Kalinga News Beuro

Next Post

ହୋଲିରେ ଅଘଟଣ : ରାସ୍ତାକଡ଼ରେ ଥିବା ଗଛରେ ବାଇକ ପିଟି ଜୀବନ ହରାଇଲେ ୨ ଜଣ

Tue Mar 26 , 2024
ରୁପ୍ରା : ହୋଲିରେ ଅଘଟଣ ଘଟିଛି। ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛକୁ ଧକ୍କା ଦେଇ ଜୀବନ ହରାଇଛନ୍ତି ଜଣ ଯୁବକ ଓ ଅନ୍ୟ ଜଣେ ନାବାଳକ। ମୃତ ୨ ବ୍ୟକ୍ତି ହେଲେ କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅନ୍ତର୍ଗତ ପଲମ୍ ଫାଣ୍ଡି ଅଧିନ ଆଲିମ୍ ଗ୍ରାମର ଦୁଇଜଣ ବ୍ୟକ୍ତି ଦେବରାଜ ଭୋଇ (୨୨) ଓ ଅଭୟ ଦୋରା (୧୫), ମିଳିଥିବା ସୂଚନା ଅନୁସାରେ ଦେବରାଜ ଓ ଅଭୟ ଏକ ବାଇକ୍‌ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial