ବଢ଼ିଲା ବିଏସ୍‌କେୱାଇ-ନବୀନ କାର୍ଡ ଆବେଦନ ଅବଧି

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ନବୀନ କାର୍ଡ ଆବେଦନ ଅବଧି ବଢ଼ିଛି। ଆସନ୍ତା ଫେବ୍ରୁଆରୀ ୮ତାରିଖ ଯାଏଁ ଆବେଦନର ଅବଧି ବଢ଼ିଛି। ରାଜ୍ୟ ସରକାର ଆଜି ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ଥର ଆବେଦନ ଅବଧୀ ବଢ଼ିଲା ପରେ ଜାନୁଆରୀ ୨୬ରେ ଏହାର ଅବଧି ସରିଥିଲା। ସବୁ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତଙ୍କ ନିର୍ଦ୍ଦେଶ ପରେ ଆଜି ଅପରାହ୍ନରୁ ଲାଗୁ ହୋଇଛି। ପଞ୍ଚାୟତସ୍ତରରେ ତ୍ୱରାନ୍ୱିତ କରିବାକୁ ସଚିବଙ୍କ ନିର୍ଦ୍ଦେଶ ହୋଇଛି। ଶ୍ରୀମତୀ ପଣ୍ଡିତ ଗ୍ରାମ୍ୟ ଓ ପଞ୍ଚାୟତ ସ୍ତରରେ ଲୋକଙ୍କୁ ଏସଂପର୍କରେ ସଚେତନ କରିବାକୁ କହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ର ସଂପ୍ରସାରଣ ଆରମ୍ଭ କରିଛନ୍ତି। ସରକାରୀ କର୍ମଚାରୀ ଓ କରଦାତାଙ୍କ ବ୍ୟତୀତ ଗ୍ରାମାଞ୍ଚଳର ଯେଉଁ ବ୍ୟକ୍ତିମାନେ ବିଏସ୍‌କେୱାଇ କାର୍ଡରେ ପଞ୍ଜୀକରଣ ହୋଇପାରିନାହାନ୍ତି ସେମାନଙ୍କ ପାଇଁ ବିଏସ୍‌କେୱାଇ-ନବୀନ କାର୍ଡର ଶୁଭାରମ୍ଭ ‌କରିଛନ୍ତି। ଏହିଭିତ୍ତିରେ ଚଳିତମାସ ୬ ତାରିଖରୁ ଏହି କାର୍ଡର ପଞ୍ଜୀକରଣ ଆରମ୍ଭ ହୋଇଥିଲା। ପଞ୍ଚାୟତସ୍ତରରେ ୧୬ ତାରିଖ ପର୍ଯ୍ୟନ୍ତ ଏହାର ପଞ୍ଜୀକରଣ ଜାରି ରହିଥିଲା। କିନ୍ତୁ ପରେ ଜାନୁଆରି ୨୬ ଯାଏଁ ଅବଧୀ ବଢ଼ାଯାଇଥିଲା।

Share Now:

Kalinga News Beuro

Next Post

ସର୍ବୋଚ୍ଚ ନ୍ୟାୟାଳୟ ଭାରତର ଜୀବନ୍ତ ଗଣତନ୍ତ୍ରକୁ ସୁଦୃଢ଼ କରିଛନ୍ତି : ପ୍ରଧାନମନ୍ତ୍ରୀ ମୋଦୀ

Sun Jan 28 , 2024
ଡିଜିଟାଲ୍ କୋର୍ଟ ୨.୦ ଏବଂ ସୁପ୍ରିମ୍‌କୋର୍ଟର ନୂଆ ୱେବସାଇଟ୍‌ର ଶୁଭାରମ୍ଭ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ସର୍ବୋଚ୍ଚ ନ୍ୟାୟାଳୟ ଅଡିଟୋରିୟମରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ହୀରକ ଜୟନ୍ତୀ ଉତ୍ସବକୁ ଉଦ୍‌ଘାଟନ କରିଛନ୍ତି। ସେ ନାଗରିକ-କୈନ୍ଦ୍ରିକ ସୂଚନା ଓ ପ୍ରଯୁକ୍ତି ସମ୍ବନ୍ଧୀୟ ପଦକ୍ଷେପ, ଯଥା : ଡିଜିଟାଲ୍ ସୁପ୍ରିମ୍ କୋର୍ଟ ରିପୋର୍ଟ (ଡିଜି ଏସ୍‌ସିଆର୍‌), ଡିଜିଟାଲ୍ କୋର୍ଟ ୨.୦ ଏବଂ ସୁପ୍ରିମ୍ କୋର୍ଟର ଏକ ନୂଆ ୱେବସାଇଟ୍‌ର ଶୁଭାରମ୍ଭ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial