ରାଜ୍ୟସ୍ତରୀୟ ପରେଡ ପାଇଁ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଶେଷ ହେଲା ଫୁଲ ଡ୍ରେସ ରିହରସଲ

ଶେଷ ହେଲା ଫୁଲ ଡ୍ରେସ ରିହରସଲ

ଭୁବନେଶ୍ବର: ଦିନକ ପରେ ଦେଶ ପାଳିବ ସ୍ୱାଧୀନତା ଦିବସ। ରାଜ୍ୟସ୍ତରୀୟ ପରେଡ ପାଇଁ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଶେଷ ହୋଇଛି ଫୁଲ ଡ୍ରେସ ରିହରସଲ। ପୁଲିସ ମହାନିର୍ଦ୍ଦେଶକ ଫୁଲ ଡ୍ରେସ ରିହରସଲରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଚଳିତ ବର୍ଷ ପ୍ୟାରେଡରେ ୩ ଟି କଣ୍ଟିନଜେଣ୍ଟ ଭାଗ ନେବେ। ଏହା ସହ ବ୍ରାସ ବ୍ୟାଣ୍ଡ ମଧ୍ୟ ପରେଡରେ ସାମିଲ ହେବେ। ୩ ଟି କଣ୍ଟିଜେଣ୍ଟରେ ଓଡ୍ରାଫ, ଓଏସଏପି ଓ ଏସଏସବି ସାମିଲ ହେବେ। କେସିଙ୍ଗା ଏସଡିପିଓ ଅଭିନବ ଶୋନକର ପରେଡକୁ ଲିଡ କରୁଛନ୍ତି। କରୋନା କଟକଣାକୁ ନଜରରେ ରଖି ଛତ୍ରଛାତ୍ରୀମାନେ ଭାଗ ନେବେ ନାହିଁ। ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା ରହିବ। ପୁରା ଗ୍ରାଉଣ୍ଡ ସିସିଟିଭି ବଳୟରେ ରହିବ। ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନଜରରେ ରଖି ପରେଡ ଗ୍ରାଉଣ୍ଡରେ ୧୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ପ୍ରଦର୍ଶନୀ ପଡ଼ିଆ ଭିତରେ ୨ ସ୍ତରୀୟ ଓ ବାହାରେ ୩ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ ବୋଲି ସୂଚନା ଦେଲେ ପୁଲିସ କମିସନର। ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବେ।

Share Now:

Kalinga News Beuro

Next Post

ପ୍ରବଳରୁ ଅତିପ୍ରବଳ ବର୍ଷିବ : ଜାରିହେଲା ୧୧ ଜିଲ୍ଲାକୁ ‘ରେଡ୍‌’ ଓ ୧୯ ଜିଲ୍ଲାକୁ ‘ଅରେଞ୍ଜ’ ଓ୍ଵାର୍ଣ୍ଣିଂ

Sun Aug 14 , 2022
ଭୁବନେଶ୍ୱର: ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଗତକାଲି (ଶନିବାର)ର ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସାମାନ୍ୟ ପଶ୍ଚିମ- ଉତ୍ତର-ପଶ୍ଚିମ ଦିଗକୁ ଗତି କରିଛି। ଏବଂ ଏକ ଅବପାଦରେ କେନ୍ଦ୍ରୀଭୂତ ହୋଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗର ଆଖପାଖ ଉପକୂଳବର୍ତ୍ତୀ ଅଞ୍ଚଳ ଉତ୍ତର ଓଡ଼ିଶା ଆଖପାଖ ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ପଶ୍ଚିମବଙ୍ଗା ଦିଘା ଠାରୁ ପ୍ରାୟ ୧୦ କିଲୋମିଟର ଦକ୍ଷିଣ ପୂର୍ବରେ ଏବଂ ପୂର୍ବ-ଉତ୍ତର-ପୂର୍ବରେ ବାଲେଶ୍ୱର ନିକଟରେ […]
ପ୍ରବଳରୁ ଅତିପ୍ରବଳ ବର୍ଷିବ-2

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial