ଭୁବନେଶ୍ୱରରୁ ଚୋରି ଯାତ୍ରୀବାହୀ ବସ୍‌ ବ୍ରହ୍ମପୁରରୁ ଠାବ: ପୁଲିସର ତଦନ୍ତ ଜାରି

ଭୁବନେଶ୍ୱରରୁ ଚୋରି ଯାତ୍ରୀବାହୀ ବସ୍‌ ବ୍ରହ୍ମପୁରରୁ ଠାବ

ଭୁବନେଶ୍ୱର: ଭୁବନେଶ୍ୱରରୁ ଚୋରି ହୋଇଥିବା ଏକ ଯାତ୍ରୀବାହୀ ବସ୍‌ ଆଜି ବ୍ରହ୍ମପୁର ବଡ଼ ବଜାର ଥାନା ଇଲାକାରୁ ଠାବ ହୋଇଛି। ପୁଲିସ ବସ୍‌କୁ ଜବତ କରିଛି। ଏ ଦିଗରେ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ହାଉସିଂବୋର୍ଡ କଲୋନିରେ ରହୁଥିବା କିଶୋର ଚନ୍ଦ୍ର ଦାସଙ୍କ ଦାସ ଆଣ୍ଡ୍‌ ଦାସ(ଓଆର୍‌୦୨ଏଏଚ୍‌ ୯୪୯୧) ନାମକ ଏକ ଯାତ୍ରୀବାହୀ ବସ୍‌ ରହିଛି। ବସ୍‌ଟି ପ୍ରତିଦିନ ରୁଚିକା ମାର୍କେଟସ୍ଥିତ ଏକ ପେଟ୍ରୋଲ ପମ୍ପ ବାହାରେ ପାର୍କିଂ କରାଯାଇଥାଏ। ୧୩ତାରିଖ ଅପରାହ୍ନରେ ବସ୍‌ ସେଠାରେ ପାର୍କ କରାଯାଇଥିଲା। ୧୪ତାରିଖ ସକାଳେ ଦେଖିବା ବେଳେ ବସ୍‌ଟି ସେଠାରେ ନଥିଲା। ଏ ନେଇ ଶ୍ରୀ ଦାସ ଖଣ୍ଡଗିରି ଥାନାରେ ବସ୍‌ ଚୋରି ହୋଇଥିବା ନେଇ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆଜି ସକାଳେ ଏହି ନମ୍ବର୍‌ ବସ୍‌ଟି ବ୍ରହ୍ମପୁର ବଡ଼ ବଜାର ଥାନା ଫାଷ୍ଟଗେଟ୍‌ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ବସ୍‌ଟି ଗତରାତିରୁ ସେଠାରେ ଛିଡ଼ାଥିବା ଶୁଣିବାକୁ ମିଳୁଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସ୍‌କୁ ଜବତ କରିଛି। ଖଣ୍ଡଗିରି ପୁଲିସ ଆସିବା ପରେ ତାଙ୍କୁ ବସ୍‌ ହସ୍ତାନ୍ତର କରାଯିବ। ତେବେ କେମିତି ଓ କିଏ ଏହି ବସ୍‌ ଚୋରି କରି ବ୍ରହ୍ମପୁର ଆଣିଛି ସେ ଦିଗରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

Share Now:

Kalinga News Beuro

Next Post

ଚାକିରି ନାଁରେ ଠକେଇ: ଘରୋଇ କଂପାନିର ୩ କର୍ମଚାରୀ ଅଟକ

Sun Nov 15 , 2020
ଗୃହବନ୍ଦୀରେ ଥିବା ୫୦ ଯୁବକ ଉଦ୍ଧାର ଢେଙ୍କାନାଳ: କୃଷି ବିଭାଗରେ ଚାକିରି କରାଇଦେବାକୁ କହି ଏକ ଘରୋଇ କଂପାନି ଅନେକ ଯୁବକ ଓ ଯୁବତୀଙ୍କୁ ଠକିଥିବା ଅଭିଯୋଗ ହୋଇଛି। ଗ୍ଲେଜ୍‌ ଇଣ୍ଡିଆ ନାମକ ଏକ ସଂସ୍ଥା ବିଭିନ୍ନ ଜିଲ୍ଲର ବହୁ ଯୁବକ ଯୁବତୀଙ୍କ ଠାରୁ ହଜାର ହଜାର ଟଙ୍କା ନେଇ ଠକି ନେଇ ଗୃହବନ୍ଦୀ ଭାବେ ରଖିଥିଲା ବୋଲି ଜଣାଯାଇଛି। ସ୍ଥାନୀୟ ଅଞ୍ଚଳର କେତେକ ଯୁବକ ଗତକାଲି ରାତିରେ ସେମାନଙ୍କୁ […]
ଚାକିରି ଦେବା ନାଁରେ ଠକେଇ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial