ଦୁଇ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିବା ସତ୍ତ୍ୱେ ଉଗ୍ରତାରା ମନ୍ଦିରରୁ ଚୋରି

ଉଗ୍ରତାରା ମନ୍ଦିରରୁ ଚୋରି

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ସ୍ଥିତ ଉଗ୍ରତାରା ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି। ବିଳମ୍ବିତ ରାତିରେ ମାଆଙ୍କ ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ମନ୍ଦିରର ପୂଜକ। ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଚୋରି ହୋଇଥିବା କୁହାଯାଉଛି। ଏନେଇ ପୁଲିସର ତଦନ୍ତ ଜାରି ରହିଛି।
ମନ୍ଦିର ପୂଜକଙ୍କ ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ରୋଷ ଘରର ଗ୍ରିଲ୍ ଭାଙ୍ଗି ମନ୍ଦିରକୁ ପଶି ଲୁଟ କରିଛନ୍ତି। ମନ୍ଦିରରେ ଦୁଇଜଣ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିଲେ। ହେଲେ ସେଦୁହେଁ ଶୋଇପଡ଼ିଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ମନ୍ଦିରରୁ ଚୋରି କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି।

Share Now:

Kalinga News Beuro

Next Post

ନରବଳୀକୁ ନେଇ ତନାଘନା ଥାନାରେ ୪ ଅଟକ

Sun Jul 30 , 2023
ଆଠମଲ୍ଲିକ: ନାବାଳକ ସଞ୍ଜିତକୁ ନରବଳି ଅଭିଯୋଗରେ ୪ଜଣଙ୍କୁ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ କିଆକଟା ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଥିବାର ଖବର ମିଳିଛି। ଟୁସର ଗାଁର ରୀତାଞ୍ଜଳି ବାଘ ଓ ତାଙ୍କ ୩ ପୁଅକୁ ଅଟକ ରଖିଛି ପୁଲିସ। ସୂଚନା ଅନୁଯାୟୀ, ସଞ୍ଜିତ କିଛିଦିନ ହେଲା ଅସୁସ୍ଥ ଥିଲା। ଦେହ ସବୁବେଳେ ଖରାପ ହେଉଥିବାରୁ ସଞ୍ଜିତକୁ ତାଙ୍କ ମାଆ ବାସନ୍ତୀ ବିଶ୍ୱାଳ ଗତ ୨୨ ତାରିଖରେ ଟୁସର ଗାଁର […]
ନାବାଳକ ନରବଳି ଅଭିଯୋଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial