ନରବଳୀକୁ ନେଇ ତନାଘନା ଥାନାରେ ୪ ଅଟକ

ନାବାଳକ ନରବଳି ଅଭିଯୋଗ

ଆଠମଲ୍ଲିକ: ନାବାଳକ ସଞ୍ଜିତକୁ ନରବଳି ଅଭିଯୋଗରେ ୪ଜଣଙ୍କୁ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ କିଆକଟା ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଥିବାର ଖବର ମିଳିଛି। ଟୁସର ଗାଁର ରୀତାଞ୍ଜଳି ବାଘ ଓ ତାଙ୍କ ୩ ପୁଅକୁ ଅଟକ ରଖିଛି ପୁଲିସ। ସୂଚନା ଅନୁଯାୟୀ, ସଞ୍ଜିତ କିଛିଦିନ ହେଲା ଅସୁସ୍ଥ ଥିଲା। ଦେହ ସବୁବେଳେ ଖରାପ ହେଉଥିବାରୁ ସଞ୍ଜିତକୁ ତାଙ୍କ ମାଆ ବାସନ୍ତୀ ବିଶ୍ୱାଳ ଗତ ୨୨ ତାରିଖରେ ଟୁସର ଗାଁର ରୀତାଞ୍ଜଳି ବାଘଙ୍କ ପାଖକୁ ନେଇଥିଲେ। ରୀତାଞ୍ଜଳି ମଙ୍ଗଳା ଠାକୁରାଣୀଙ୍କୁ ପୂଜା କରୁଛନ୍ତି। ମା ମଙ୍ଗଳାଙ୍କ ପାଖରେ ଅଧିଆ ପଡ଼ିଲେ ଦେହ ସୁସ୍ଥ ହୋଇଯିବ ବୋଲି ସେ କହିଥିଲେ। ପରେ ମଙ୍ଗଳା କୋଠିରେ ସଞ୍ଜିତ ରାତିରେ ଅଧିଆ ପଡ଼ିଥିଲେ। ତାଙ୍କ ମା ଅନ୍ୟ ଏକ କୋଠରିରେ ଶୋଇଥିଲେ। ହେଲେ ସକାଳୁ ଉଠି ବାସନ୍ତୀ ଦେଖିବା ବେଳକୁ ତାଙ୍କ ପୁଅ କୋଠିରେ ନ ଥିଲେ। ଏଥିନେଇ ରୀତାଞ୍ଜଳିଙ୍କୁ ଜଣାଇବା ପରେ ଗାଁ ଠାକୁର ପୁଅକୁ ଲୁଚାଇ ରଖିଥିବା ସେ କହିଥିଲେ। ତେଣୁ ଗାଁକୁ ଯାଇ ପୂଜା କରିବାକୁ ପରାମର୍ଶ ଦେଇଥିଲେ। ଏପଟେ ଗାଁରେ ପୂଜା କରିବା ସହ ବିଭିନ୍ନ ସ୍ଥାନରେ ପୁଅକୁ ଖୋଜାଖୋଜି କରିଥିଲେ। ଏହା ସତ୍ତ୍ୱେ ସଞ୍ଜିତ ନ ମିଳିବାରୁ ମା ବାସନ୍ତୀ କିଆକଟା ଥାନାରେ ପୁଅ ନିଖୋଜ ନେଇ ଗତ ୨୪ ତାରିଖରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ତାଙ୍କୁ ଉଦ୍ଧାର କରିବା ନେଇ ବିଶେଷ ଆଗ୍ରହ ପ୍ରକାଶ କରି ନଥିଲା। ପରେ ଏଥିନେଇ ଅନୁଗୁଳ ଏସପିଙ୍କ ପାଖରେ ମଧ୍ୟ ଫେରାଦ୍ ହୋଇଥିଲେ।
ଥାନାରେ ଏତଲା ଦେବାର ୫ ଦିନ ପରେ ମଧ୍ୟ ପୁଲିସ ନିଖୋଜ ନାବାଳକର ସନ୍ଧାନ ପାଇ ନଥିଲା ବେଳେ ଆଜି ଜଙ୍ଗଲରୁ ତାଙ୍କ ଖଣ୍ଡିତ ମୃତଦେହ ଉଦ୍ଧାର ହେବା ପରେ ଏହାକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରି ନାହାନ୍ତି। ତାଙ୍କୁ ବଳି ଦିଆଯାଇଥିବା ସନ୍ଦେହ କରିଛନ୍ତି। ଗୁପ୍ତଧନ ପାଇବା ଲୋଭରେ ଠାକୁରାଣୀଙ୍କ ପୂଜା କରୁଥିବା ରୀତାଞ୍ଜଳି ଏଭଳି କାଣ୍ଡ ଭିଆଇଥିବା ଲୋକମାନେ ଅଭିଯୋଗ କରି ରାସ୍ତାରୋକ କରିଥିଲେ। ଏହି ଘଟଣା ପଛରେ ଏକ ବଡ଼ ରାକେଟ୍ କାମ କରୁଥିବା ସେମାନେ କହିଛନ୍ତି। ଏହାକୁ ନେଇ ଟୁସର, କିଆକଟା ଓ ବାସୁଦେବପୁର ପଞ୍ଚାୟତର ହଜାର ହଜାର ଲୋକ ଏକାଠି ହୋଇ ବାରେଣି ଛକରେ ରାସ୍ତା ଅବରୋଧ କରିଥିଲେ। ସେହିପରି ଏକ ପୁଲିସ ଭ୍ୟାନକୁ ଉତ୍ତ୍ୟକ୍ତ ଲୋକ ଜାଳି ଦେଇଥିଲେ।

Share Now:

Kalinga News Beuro

Next Post

ୟୁକ୍ରେନ୍‌ ଡ୍ରୋନ୍‌ ଆକ୍ରମଣରେ ୨ଟି କୋଠା ନଷ୍ଟ : ବନ୍ଦ ହେଲା ମସ୍କୋ ବିମାନ ବନ୍ଦର

Sun Jul 30 , 2023
ମସ୍କୋ: ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨ଟି କୋଠା ନଷ୍ଟ ହୋଇଯିବାରୁ ଗତରାତିରେ ମସ୍କୋସ୍ଥିତ ଏକ ଆନ୍ତର୍ଜାତିକ ବିମାନ ବନ୍ଦରକୁ ସ୍ୱଳ୍ପ ସମୟ ପାଇଁ ବନ୍ଦ ରଖାଯାଇଥିବା କଥା ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ପ୍ରତିରକ୍ଷା ମନ୍ତ୍ରାଳୟ କହିବା ଅନୁସାରେ, ମସ୍କୋ ଆକାଶରେ ଉଡୁଥିବା ୟୁକ୍ରେନ୍‌ର ୩ଟି ଡ୍ରୋନ୍‌କୁ ଗୁଳି ମାରି ଖସାଇ ଦିଆଯାଇଛି। ସେଥିରୁ ଗୋଟିଏ ଡ୍ରୋନ୍‌ ସହରର ଉପକଣ୍ଠରେ ପଡ଼ିଥିବା ବେଳେ ଆଉ ୨ଟି ଡ୍ରୋନ୍‌ ବୈଦ୍ୟୁତିକ ଅସ୍ତ୍ରଦ୍ୱାରା […]
ୟୁକ୍ରେନ୍‌ ଡ୍ରୋନ୍‌ ଆକ୍ରମଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial