ମହଙ୍ଗା ପଡ଼ିଲା ଆୟ ବର୍ହିଭୂତ ସମ୍ପତ୍ତି ଠୁଳ : ୨ ଆକାଉଣ୍ଟାଣ୍ଟ‌ ଗିରଫ

ଆକାଉଣ୍ଟାଣ୍ଟ‌ ଗିରଫ

ବ୍ରହ୍ମପୁର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଦୁଇ ଜୁନିୟର ଆକାଉଣ୍ଟାଣ୍ଟଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଆକାଉଣ୍ଟାଣ୍ଟ ଦ୍ବୟ ହେ‌ଲେ ଖୋର୍ଦ୍ଧାଜିଲ୍ଲା ବାଲୁଗାଁ ସ୍ଥିତ ଚିଲିକା ବନ୍ୟପ୍ରାଣୀ ମଣ୍ଡଳ ଡିଏଫ୍‌ଓଙ୍କ କାର୍ଯ୍ୟାଳୟର ଜୁନିଅର୍‌ ଆକାଉଣ୍ଟାଣ୍ଟ୍‌ ନବୀନ ଚନ୍ଦ୍ର ବିଷୋୟୀ ଏବଂ ବ୍ରହ୍ମପୁର ଡିଏଫ୍‌ଓ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ସୂର୍ଯ୍ୟନାରାୟଣ ତ୍ରିପାଠୀ। ଶ୍ରୀ ବିଷୋୟୀଙ୍କ ଆୟ ବର୍ହିଭୂତ ସମ୍ପତ୍ତିର ପରିମାଣ ୯୨ଲକ୍ଷ ୫୩ ହଜାର ୨୭୯ଟଙ୍କା ହୋଇଥିବା ଶ୍ରୀ ତ୍ରିପାଠୀଙ୍କ ଆୟ ବର୍ହିଭୂତ ସମ୍ପତ୍ତିର ପରିମାଣ ୪୦ଲକ୍ଷ ୭୭ହଜାର ୩୯୦ ବୋଲି ବ୍ରହ୍ମପୁର ଡିଭିଜନ ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ବିଷୋୟୀ ଚିଲିକା ବନ୍ୟପ୍ରାଣୀ ମଣ୍ଡଳରେ ୧୯୭୯ ମସିହାରେ କନିଷ୍ଠ କିରାଣୀ ଭାବେ ଚାକିରିରେ ଯୋଗ ଦେଇଥିଲେ। ବର୍ତ୍ତମାନ କନିଷ୍ଠ ଆକଉଣ୍ଟାଣ୍ଟ୍‌ ଭାବେ କାର୍ଯ୍ୟରତ। ଗତକାଲି ୩ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିଲା ବ୍ରହ୍ମପୁର ନୀଳାଞ୍ଚଳ ନଗର ତୃତୀୟ ଲେନ୍‌ ନୀଳାଚଳରେ ଥିବା ତାଙ୍କ ୩ ମହଲା ବାସଭବନ, ଅଫିସ୍‌ ଚାମ୍ବର ଓ ଚିଲିକାରେ ଥିବା ତାଙ୍କ ଫରେଷ୍ଟ ରେଷ୍ଟ୍‌ ହାଉସ୍‌ରେ ଭିଜିଲାନ୍ସ ଚଢ଼ଉ କରିଥିଲା। ତାଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧କୋଟି ୬ଲକ୍ଷ ୩୬ହଜାର ୨୫୦ଟଙ୍କା। ତାଙ୍କର ଆୟ ୭୪ଲକ୍ଷ ୬୩ହଜାର ୬୭୭ଟଙ୍କା ହୋଇଥିବା ବେଳେ ବ୍ୟୟ ୬୦ଲକ୍ଷ ୬୦ହଜାର ୭୦୬ ଟଙ୍କା। ତାଙ୍କ ଆୟ ବର୍ହିଃଭୂତ ସମ୍ପତ୍ତି ପରିମାଣ ୯୨ଲକ୍ଷ ୫୩ହଜାର ୨୭୯ଟଙ୍କା। ସେହିପରି ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ବ୍ରହ୍ମପୁର ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ଜୁନିଅର୍‌ ଆକାଉଣ୍ଟାଣ୍ଟ୍‌ ସୂର୍ଯ୍ୟନାରାୟଣ ତ୍ରିପାଠୀଙ୍କ କମାପଲ୍ଲୀ ନୃସିଂହ ମନ୍ଦିର ସାହି ସ୍ଥିତ ଘର, ଲାଞ୍ଜିପଲ୍ଲୀ ବାଇପାସ୍‌ ବାବାଜୀ ଢାବା ନିକଟରେ ଥିବା ଆସିଆନା ଆପାର୍ଟମେଣ୍ଟ୍‌ର ଫ୍ଲାଟ୍‌ ନମ୍ବର-୨୦୨ ଏବଂ ଡିଏଫ୍‌ଓ କାର୍ଯ୍ୟାଳୟ ପରିସରରେ ଥିବା ତାଙ୍କର ଅଫିସ୍‌ ଚାମ୍ବର୍‌ରେ ଗତକାଲି ଚଢ଼ଉ କରିଥିଲା। ଗତ ୧୯୯୩ରେ ବନ ବିଭାଗରେ କନିଷ୍ଠ କିରାଣି ଭାବେ ଯୋଗଦାନ କରି ବର୍ତ୍ତମାନ ଜୁନିୟର୍‌ ଆକାଉଣ୍ଟାଣ୍ଟ୍‌ ଭାବେ କାର୍ଯ୍ୟ କରୁଛନ୍ତି। ଆକାଉଣ୍ଟାଣ୍ଟ୍‌ ତ୍ରିପାଠୀ ଓ ତାଙ୍କ ପରିବାରବର୍ଗଙ୍କ ନାମରେ ମୋଟ ୫୯ଲକ୍ଷ ୭୦ ହଜାର ୯୯୩ ଟଙ୍କାର ସ୍ଥାବର, ଅସ୍ଥାବର ସମ୍ପତ୍ତି ଠାବ ହୋଇଛି। ତାଙ୍କର ଆୟ ୪୦ଲକ୍ଷ ୭ହଜାର ୨୮୭ଟଙ୍କା ରହିଥିବା ବ୍ୟୟ ରହିଛି ୨୧ଲକ୍ଷ ୧୩ହଜାର ୭୪୪ ଟଙ୍କା। ଆକାଉଣ୍ଟାଣ୍ଟ୍‌ ତ୍ରିପାଠୀଙ୍କ ଆୟ ବର୍ହିଭୂତ ସମ୍ପତ୍ତିର ପରିମାଣ ୪୦ଲକ୍ଷ ୭୭ହଜାର ୩୯୦ ଟଙ୍କା ବୋଲି ଭିଜିଲାନ୍ସ କହିଛି।

Share Now:

Kalinga News Beuro

Next Post

ଆନନ୍ଦପୁରରେ ୨୪ ମେଗାୱାଟର କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପ ଲୋକାର୍ପିତ

Sat Nov 7 , 2020
ଜିଲ୍ଲା ଖଣିଜ ପାଣ୍ଠିର ଟଙ୍କା କେବଳ ଲୋକଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯିବ: ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ଜିଲ୍ଲା ଖଣିଜ ପାଣ୍ଠିର ଟଙ୍କା ହେଉଛି ଲୋକଙ୍କ ଟଙ୍କା। ଏହାର ସବୁ ଟଙ୍କା କେବଳ ଲୋକଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଭିଡିଓ କନ୍‌ଫରେନସିଂ ଜରିଆରେ ଆନନ୍ଦପୁରର ସିଂହନାଳୀରେ ୨୪ ମେଗାୱାଟ ବିଶିଷ୍ଟ ବୈତରଣୀ କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପର ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ […]
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ-New1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial