ସଙ୍ଗରୋଧ କେନ୍ଦ୍ରରେ ଅସଦାଚରଣ ଅଭିଯୋଗ ଆଣିଲେ ଯୁବତୀ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସଙ୍ଗରୋଧ କେନ୍ଦ୍ରରେ ଯୁବତୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ପୀଡ଼ିତା ଯୁବତୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଏଥିସହିତ ଅଭିଯୁକ୍ତକୁ ହେପାଜତକୁ ନେଇ ପଚରାଉଚରା କରୁଥିବା ଜଣାପଡ଼ିଛି। ଅଟକ ଯୁବକଙ୍କ ଘର ଦାରିଙ୍ଗବାଡ଼ି ବ୍ଲକ୍‌ ହାତିମୁଣ୍ଡା ପଞ୍ଚାୟତ ଅଞ୍ଚଳରେ ବୋଲି ସୂଚନା ମିଳିଛି। ସୂଚନା ମୁତାବକ ଦାରିଙ୍ଗବାଡିସ୍ଥିତ ଡ. ବି.ଆର୍‌ ଆମ୍ବେଦକର କଲେଜରେ ଥିବା ଦୁଇଶହ ଶଯ୍ୟା ବିଶିଷ୍ଟ ସଙ୍ଗରୋଧ କେନ୍ଦ୍ରରେ ଜଣେ ଶିଶୁ ସମେତ ୨୯ ଜଣ ପ୍ରବାସୀ ରହୁଛନ୍ତି। ସେମାନଙ୍କ ମଧ୍ୟରେ ୯ ମହିଳା ଓ ୧୯ ପୁରୁଷ ପୃଥକ ଭାବେ ରହୁଥିଲେ। ସମସ୍ତେ ନିକଟରେ ତାମିଲନାଡୁ, ବେଙ୍ଗାଲୁରୁ ଓ ମହାରାଷ୍ଟ୍ରରୁ ଫେରିଥିଲେ। ତେବେ ରବିବାର ରାତି ପ୍ରାୟ ୨ଟା ବେଳେ ଏଠାରେ ରହିଥିବା ରାଇକିଆ ଥାନା ଅଞ୍ଚଳର ପୀଡ଼ିତା ଯୁବତୀ ଜଣକ ବାହାରକୁ ପରିସ୍ରା କରିବାକୁ ଉଠିଥିବା ସମୟରେ ଯୁବକ ତାଙ୍କୁ ଏକୁଟିଆ ପାଇ ଅସଦାଚରଣ କରିଥିଲେ। ତେବେ ଯୁବତୀ ଜଣକ ପାଟି କରିବାରୁ ଯୁବକ ଜଣକ ସେଠାରୁ ପଳାଇଥିଲେ। ସକାଳୁ ପୀଡିତା ଯୁବତୀ ସରପଞ୍ଚଙ୍କୁ ଏ ନେଇ ଅବଗତ କରିବା ସହ ଥାନାରେ ଏତଲା ଦେଇଥିଲେ। ତେବେ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ବର୍ତ୍ତମାନ ଯାଏ ମାମଲା ରୁଜୁ ହୋଇନଥିବା ଏବଂ ଏହାର ଅଧିକ ତଦନ୍ତ ଚାଲିଥିବା କହି ସମ୍ପୂର୍ଣ୍ଣ ସୂଚନା ଦେଇନାହାନ୍ତି।

Share Now:

Kalinga News Beuro

Next Post

୫ ବର୍ଷ ଜେଲଦଣ୍ଡ ଭୋଗିପାରନ୍ତି ତାବଲିଗି ଜମାତର ୯୬୦ ବିଦେଶୀ ସଦସ୍ୟ

Tue May 26 , 2020
ନୂଆଦିଲ୍ଲୀ : ଭାରତକୁ ପର୍ଯ୍ୟଟନ ଭିସାରେ ଆସି ଧର୍ମପ୍ରଚାର କାର୍ଯରେ ଲିପ୍ତ ଥିବା ଅଭିଯୋଗରେ ପ୍ରାୟ ୯୬୦ ତାବଲିଗି ଜମାତ ସଦସ୍ୟମାନଙ୍କ ବିରୁଦ୍ଧରେ ଆଇନଗତ ମାମଲା ଚାଲିବ। ସେମାନଙ୍କୁ ୫ ବର୍ଷ ଜେଲ ଯିବାକୁ ପଡ଼ିପାରେ ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି। ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ନିଜର ଷ୍ଟାଟସ ରିପୋର୍ଟ ଦାଖଲ କରି ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି ଯେ ପ୍ରାୟ ୬୭ଟି ଦେଶରୁ ଆସିଥିବା ଏହି ବିଦେଶୀମାନେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial