ଡରାଉଛି ଓମିକ୍ରନ୍‌ : ଭୁବନେଶ୍ୱରକୁ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍

କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ବର: ଓଡ଼ିଶାରେ ଦୁଇ ଜଣ ପୁରୁଷ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କ ହୋଇଛନ୍ତି ରାଜ୍ୟ ସରକାର। ଆଉ ଏହାରି ଭିତରେ ଭୁବନେଶ୍ୱରକୁ ପୁଣି ଫେରିଛି କଣ୍ଟେନମେଣ୍ଟ ଜୋନ୍। ଭୁବନେଶ୍ୱରର ବମିଖାଲ୍ ଅଞ୍ଚଳର ଜୟଦୁର୍ଗାନଗରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ଏକାଧିକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପଦକ୍ଷେପ ଗ୍ରହଣ କରିଛି ବିଏମିସି। ସେହିପରି ଭୁବନେଶ୍ୱର ଭିଏସଏସ ନଗର ଅଞ୍ଚଳରେ ମଧ୍ୟ ଏକାଧିକ ପଜିଟିଭ୍ ଚିହ୍ନଟ ପରେ ୱାର୍ଡ ନମ୍ବର ୧୧କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଓଡ଼ିଶାରେ ଆଜି ପ୍ରଥମ ଥର ପାଇଁ ଓମିକ୍ରନ୍‌ ଚିହ୍ନଟ ହୋଇଛି। ବିଦେଶ ଫେରନ୍ତା ୨ଜଣ ପୁରୁଷଙ୍କ ଠାରେ ଓମିକ୍ରନ୍‌ ଭୂତାଣୁ ଥିବା ନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି। ଜଣେ ନାଇଜେରିଆରୁ ଏବଂ ଅନ୍ୟ ଜଣେ କାତାରରୁ ଓଡ଼ିଶା ଫେରିଥିଲେ। ଜିନମ ସ୍ୱିକେନ୍ସିଂ ପରେ ଓମିକ୍ରନ ଭୁତାଣୁ ଚିହ୍ନଟ ହୋଇଥିବା ଜଣାପଡିଥିଲା। ୭ଜଣଙ୍କ ନମୂନା ଜିନମ ସିକ୍ୱେନ୍ସିଂ ପାଇଁ ଆଇଏଲଏସକୁ ପଠାଯାଇଥିଲା। ଏମାନଙ୍କ ମଧ୍ୟରୁ ୪ଜଣଙ୍କ ନମୂନା ନେଗେଟିଭ ଆସିଥିବା ବେଳେ ୩ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଥିଲା। ଆଜି ରିପୋର୍ଟ ଆସିଥିବା ବେଳେ ୨ଜଣଙ୍କ ଠାରେ ଓମିକ୍ରନ୍ ଭୁତାଣୁ ଚିହ୍ନଟ ହୋଇଥିବା କୁହାଯାଇଛି।

Share Now:

Kalinga News Beuro

Next Post

କାମନା ମାଣ୍ଡାଙ୍ଗୀ ହତ୍ୟା ମାମଲା : ଅଭିଯୁକ୍ତ ନିର୍ଦୋଷରେ ଖଲାସ

Tue Dec 21 , 2021
ରାୟଗଡ଼ା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଭୋଇମଡ଼ା ଗ୍ରାମରେ ଘଟିଥିବା ହତ୍ୟାକାଣ୍ଡ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି ଜିଲ୍ଲା ଦୌରାଜଜ୍ ବିକ୍ରମ କେଶରୀ ପଟ୍ଟନାୟକ। ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତ କାମେଶ୍ବର ମାଣ୍ଡାଙ୍ଗୀଙ୍କୁ ନିର୍ଦୋଷରେ ଖଲାସ୍ କରିଛନ୍ତି। ପୂର୍ବରୁ ଗିରଫ ହୋଇ କାମେଶ୍ବର ଜେଲ୍ ଯାଇଥିବା ବେଳେ ମାମଲାର ଶୁଣାଣି ବେଳେ ଜାମିନରେ ଆସିଥିଲେ। ଆଜି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ […]
କାମନା ମାଣ୍ଡାଙ୍ଗୀ ହତ୍ୟା ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial