୫ ବର୍ଷ ଜେଲଦଣ୍ଡ ଭୋଗିପାରନ୍ତି ତାବଲିଗି ଜମାତର ୯୬୦ ବିଦେଶୀ ସଦସ୍ୟ

ନୂଆଦିଲ୍ଲୀ : ଭାରତକୁ ପର୍ଯ୍ୟଟନ ଭିସାରେ ଆସି ଧର୍ମପ୍ରଚାର କାର୍ଯରେ ଲିପ୍ତ ଥିବା ଅଭିଯୋଗରେ ପ୍ରାୟ ୯୬୦ ତାବଲିଗି ଜମାତ ସଦସ୍ୟମାନଙ୍କ ବିରୁଦ୍ଧରେ ଆଇନଗତ ମାମଲା ଚାଲିବ। ସେମାନଙ୍କୁ ୫ ବର୍ଷ ଜେଲ ଯିବାକୁ ପଡ଼ିପାରେ ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି। ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ନିଜର ଷ୍ଟାଟସ ରିପୋର୍ଟ ଦାଖଲ କରି ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି ଯେ ପ୍ରାୟ ୬୭ଟି ଦେଶରୁ ଆସିଥିବା ଏହି ବିଦେଶୀମାନେ ପର୍ଯ୍ୟଟନ ଭିସାରେ ଭାରତକୁ ଆସିଥିଲେ ମଧ୍ୟ ଧର୍ମ ପ୍ରଚାର କାମରେ ଲିପ୍ତ ଥିଲେ। ଏହା ଭାରତୀୟ ଭିସା ଆଇନ ଓ ଭାରତୀୟ ବିଦେଶୀ ୧୯୪୬ର ଧାରା ୧୪ର ଉଲ୍ଲଙ୍ଘନ। ଏଥିପାଇଁ ସେମାନଙ୍କୁ ୫ ବର୍ଷ ଜେଲ ଦଣ୍ଡ ଦିଆଯାଇପାରିବ। ଭାରତୀୟ ଭିସା ଆଇନ ଅନୁସାରେ ଭାରତକୁ ପର୍ଯ୍ୟଟନ ଭିସାରେ ଆସୁଥିବା ଲୋକମାନେ ବିଭିନ୍ନ ସ୍ଥାନ ବୁଲିପାରିବେ, ବନ୍ଧୁପରିଜନଙ୍କୁ ଭେଟିପାରିବେ, ସ୍ୱଳ୍ପ ମିଆଦୀ ଚିକିତ୍ସା କରିପାରିବେ, ଯୋଗ ଓ ଆୟୁର୍ବେଦ ଚିକିତ୍ସା କରିପାରିବେ।କିନ୍ତୁ ସେମାନେ ଧର୍ମପ୍ରଚାର, ସରକାର ବିରୋଧୀ ଆନ୍ଦୋଳନ ଆଦି କାମ କରିପାରିବେ ନାହିଁ। ଏହି ବିଦେଶୀମାନଙ୍କ ଜେରା ପରେ ପୁଲିସ ଜାଣିବାକୁ ପାଇଛି ଯେ ସେମାନେ ମାର୍ଚ୍ଚ ୨୦ ପରେ ମଧ୍ୟ ମର୍କାଜରେ ରହିଥିଲେ। ମୌଲାନା ସାଦଙ୍କ ସମ୍ମତିରେ ସେମାନେ ମର୍କାଜରେ ରହିଥିବା ସେମାନେ ସ୍ୱୀକାର କରିଛନ୍ତି ବୋଲି ପୁଲିସ ସୁତ୍ରରୁ ଜଣାପଡ଼ିଛି। ଗତକାଲି ଦିଲ୍ଲୀ ପୁଲିସର କ୍ରାଇମ ବ୍ରାଞ୍ଚ୍‌ ମର୍କାଜ ପ୍ରମୁଖ ମୌଲାନା ସାଦଙ୍କ ୫ ସହଯୋଗୀଙ୍କ ପାସପୋର୍ଟକୁ ରଦ୍ଦ କରିଥିଲା। ଏହି ୫ ଜଣ ହେଉଛନ୍ତି ମୁଫତି ସେହଜାଦ, ଜିସାନ,ମୁରସାଲିନ ସୈଫି,ମହମ୍ମଦ ସଲମାନ ଓ ୟୁନୁସ।

Share Now:

Kalinga News Beuro

Next Post

ଚିନ୍ତା ବଢ଼ାଇଲେ ପଙ୍ଗପାଳ:ମଧ୍ୟପ୍ରଦେଶ-ବିହାର ସୀମା ପର୍ଯ୍ୟନ୍ତ ମାଡ଼ି ଆସିଲେଣି,ଓଡିଶା ଆଉ ଅଳ୍ପ ଦୂର

Tue May 26 , 2020
ନୂଆଦିଲ୍ଲୀ/ ଭୋପାଳ : ସଂପ୍ରତି ସମଗ୍ର ଦେଶ ନୋଭେଲ କରୋନା ଭାଇରସ୍‌ ସହ ଯୁଝୁ ଥିବାବେଳେ ଏବେ ଦେଶ ସମ୍ମୁଖରେ ନୂଆ ସମସ୍ୟା ଓ ଆତଙ୍କ ହୋଇ ଦେଖାଦେଇଛି ପଙ୍ଗପାଳ ଦଙ୍ଗଲ। ଗତ ଦୁଇଦିନ ତଳେ ପାକିସ୍ତାନ ସୀମାପଟୁ ରାଜସ୍ଥାନର ଝାନସୀ ବାଟ ଦେଇ ଏହି ପଙ୍ଗପାଳ ଦଙ୍ଗଲ ଦେଶ ମଧ୍ୟକୁ ପ୍ରବେଶ କରିବା ପରେ ଆଜି ସୁଦ୍ଧା ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜୁରାଟ ଓ ହରିଆଣାକୁ ନିଜ କବ୍‌ଜାକୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial