ଇଣ୍ଡିଆରୁ ଭାରତ ହେଲେ ଖର୍ଚ୍ଚ କେତେ ହେବ ?

ଇଣ୍ଡିଆରୁ ଭାରତ ହେଲେ ଖର୍ଚ୍ଚ

ନୂଆଦିଲ୍ଲୀ : ଆମ ଦେଶର ନାଁ ଇଣ୍ଡିଆ ପରିବର୍ତ୍ତେ ଭାରତ ହେବ ବୋଲି ଚର୍ଚ୍ଚା ହେଉଛି। ଏହାକୁ ନେଇ ବଡ଼ ବିବାଦ ବି ଦେଖାଦେଇଛି। କିନ୍ତୁ ଯଦି ସରକାର ସତରେ ନାଁ ବଦଳାନ୍ତି ତେବେ ଦେଶର ରାଜକୋଷରୁ କେତେ ବ୍ୟୟ ହେବ ? ତ୍ୟେକ ପରିବର୍ତ୍ତନ ସହିତ କିଛି ନା କିଛି ଖର୍ଚ୍ଚ ବହନ କରିଥାଏ। ଜଣେ ବ୍ୟକ୍ତିର ନିଜ ନାଁ, ଅଥବା ଏକ ଅନୁଷ୍ଠାନର ନାଁ କିମ୍ବା ସହରର ନାମ ପରିବର୍ତ୍ତନ ବିନା ମୂଲ୍ୟରେ ହୁଏ ନାହିଁ। ତେବେ ଗୋଟିଏ ଦେଶର ନାଁ ବଦଳାଇଲେ କେତେ ଖର୍ଚ୍ଚ ହେବ ?ଦେଶର ନାମ ପରିବର୍ତ୍ତନ ହେଲେ ସମସ୍ତ ଦସ୍ତାବିଜ, ଅଫିସିଆଲ ୱେବସାଇଟ୍, ଦେଶର ବିଭିନ୍ନ ଅନୁଷ୍ଠାନ ଓ ଅନ୍ୟାନ୍ୟ ବଡ଼ ଧରଣର ପରିବର୍ତ୍ତନ କରିବାକୁ ପଡ଼ିବ। ସମସ୍ତଙ୍କର ନିଜସ୍ୱ ଭିନ୍ନ ଭିନ୍ନ ଖର୍ଚ୍ଚ ରହିବ। ଏସବୁକୁ ମିଶାଇଲେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେବା ଅନୁମାନ କରାଯାଏ।
ଏହା ପୂର୍ବରୁ କେତେକ ଦେଶ ନିଜ ନାଁ ପରିବର୍ତ୍ତନ କରିଛନ୍ତି। ଆଉଟଲୁକର ଏକ ରିପୋର୍ଟ ଅନୁସାରେ ଗୋଟିଏ ଦେଶର ନାମ ପରିବର୍ତ୍ତନ କଲେ ଯେତେ ଖର୍ଚ୍ଚ ହେବ ତାହାର ଏକ ସୁତ୍ର ବାହାର କରିଛନ୍ତି ଦକ୍ଷିଣ ଆଫ୍ରିକାର ଓକିଲ ଡେରେନ ଓଲିଭିୟର। ତାଙ୍କ ଫର୍ମୁଲା ଅନୁସାରେ ଆମ ଦେଶର ନାଁ ବଦଳିଲେ ପ୍ରାୟ ୧୪ ହଜାର ୩୦୪ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ଭାରତର ଖାଦ୍ୟ ସୁରକ୍ଷା ବଜେଟ ସହ ସମାନ। ଗତ ଆର୍ଥିକ ବର୍ଷରେ ଭାରତର ରାଜସ୍ବକୁ ହିସାବକୁ ନେଇ ଏହି ଫଳାଫଳ ବାହାର କରାଯାଇଛି।

Share Now:

Kalinga News Beuro

Next Post

ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ତଥା ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ଜନ୍ମଦିବସରେ ପରଲୋକ

Wed Sep 6 , 2023
ଭୁବନେଶ୍ୱର: ଶ୍ରୀମନ୍ଦିର ପୂର୍ବତନ ପ୍ରଶାସକ ତଥା ଜଗନ୍ନାଥ ସଂସ୍କୃତିର ଗବେଷକ ରବୀନ୍ଦ୍ର ନାରାୟଣ ମିଶ୍ର ଆଉ ନାହାନ୍ତି। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ୮୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କର ମୃତ୍ୟୁ ନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି। ସଂଯୋଗବଶତଃ, ନିଜ ଜନ୍ମଦିବସରେ ହିଁ ଆରପାରିକୁ ବାହୁଡ଼ି ଯାଇଛନ୍ତି ଶ୍ରୀ ମିଶ୍ର। ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ, ‘ଆକାଶ ଦୀପ’ର ବିଶିଷ୍ଟ କଥାକାର ତଥା […]
ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ଦେହାନ୍ତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial