୨୭ରେ ଭାରତ ବନ୍ଦ: ଚାଷ ଆଇନ୍‌ ପ୍ରତ୍ୟାହାର ନହେଲେ ୨୦୨୪ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଜାରି ରହିବ ଆନ୍ଦୋଳନ

୨୭ରେ ଭାରତ ବନ୍ଦ

ମୁଜାଫରନଗର: ଆଗାମୀ ସେପ୍ଟେଟର ୨୭ରେ ଭରତ ବନ୍ଦ କରିବା ପାଇଁ ଆଜି ଅପରାହ୍ଣରେ ମୁଜାଫରନଗରରେ ଆୟୋଜିତ କିଶାନ ମହାପଞ୍ଚାୟତରେ ନିଷ୍ପତ୍ତି ନିଆଯାଇଛି। ଚାଷ ଆଇନ ବିରୁଦ୍ଧରେ ଚାଲିଥିବା ଆନ୍ଦୋଳନକୁ ଆହୁରି ଆକ୍ରମଣାତ୍ମକ ଓ କ୍ରିୟାଶୀଳ କରିବା ଲକ୍ଷ୍ୟରେ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ଚାଷୀ ନେତାମାନେ କହିଛନ୍ତି। କୃଷକ ନେତାମାନେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଯଦି ସରକାର ସେମାନଙ୍କ ଦାବିକୁ ଗ୍ରହଣ ନକରନ୍ତି ତେବେ ସେମାନେ ୨୦୨୨ ମସିହାରେ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଶାସକ ବିଜେପି ବିରୋଧରେ ପ୍ରଚାର କରିବେ। ଏପରିକି ୨୦୨୪ ଲୋକସଭା ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନ ଜାରି ରଖିବାକୁ ଧମକ ଦେଇଛନ୍ତି। ଉଲେଖଯୋଗ୍ୟ, ଆଜି ମୁଜାଫରନଗର ଠାରେ କିଶାନ ମହାପଞ୍ଚାୟତର ଆୟୋଜନ କରାଯାଇଥିଲା। ଏଥିରେ କୃଷକ ଏକତାର ଶକ୍ତି ପ୍ରଦର୍ଶନ କରିବା ପାଇଁ ୧୫ ଟି ରାଜ୍ୟର ୩୦୦ରୁ ଅଧିକ କୃଷକ ସଂଗଠନର ହଜାର ହଜାର ନେତା ଓ କର୍ମୀ କିଶାନ ମୋର୍ଚ୍ଚା ଅଧୀନରେ ଅଂଶଗ୍ରହଣ କର ସେମାନଙ୍କର ସଂକଳ୍ପକୁ ଦୋହରାଇବା ସହ ବିରୋଧ ଜାରି ରଖିବାକୁ ଶପଥ ନେଇଥିଲେ। ଏହି ଅବସରରେ ତିନିଟି ବିବାଦୀୟ ଚାଷ ଆଇନକୁ ବିରୋଧ କରି କୃଷକମାନେ ସର୍ବସମ୍ମତି କ୍ରମେ ସେପ୍ଟେଟର ୨୭ରେ ସମ୍ପୂର୍ଣ୍ଣ ଭାରତ ବନ୍ଦ ପାଇଁ ଆହ୍ଵାନ ଦେଇଥିଲେ। କୃଷକ ନେତାମାନେ କହିଛନ୍ତି ଯେ ମହାପଞ୍ଚାୟତ ଏହା ମଧ୍ୟ ପ୍ରମାଣ କରିବ ଯେ ଏହି ଆନ୍ଦୋଳନରେ ‘ସମସ୍ତ ଜାତି, ଧର୍ମ, ରାଜ୍ୟ, ଶ୍ରେଣୀ, କ୍ଷୁଦ୍ର ବ୍ୟବସାୟୀ ଏବଂ ସମାଜର ସମସ୍ତ ବର୍ଗର’ ସମର୍ଥନ ରହିଛି। କୃଷକ ନେତାମାନେ ଏହା ସ୍ପଷ୍ଟ କରିଛନ୍ତି ଯେ ଯଦି ସରକାର ସେମାନଙ୍କ ଦାବିକୁ ଗ୍ରହଣ ନକରନ୍ତି ତେବେ ସେମାନେ ୨୦୨୨ ମସିହାରେ ହେବାକୁ ଥିବା ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଶାସକ ବିଜେପି ବିରୋଧରେ ପ୍ରଚାର କରିବେ। ଏପରିକି ୨୦୨୪ ଲୋକସଭା ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନ ଜାରି ରଖବେ ବୋଲି ବିକେୟୁ ମୁଖପାତ୍ର ରାକେଶ ଟିକାୟତ ଗଣମାଧ୍ୟମକୁ କହିଛନ୍ତି।

Share Now:

Kalinga News Beuro

Next Post

ଅଙ୍ଗରକ୍ଷୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା : ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ସମନ କଲା ସିଆଇଡି

Sun Sep 5 , 2021
କୋଲକାତା: ବିଜେପି ନେତା, ନନ୍ଦିଗ୍ରାମ ବିଧାୟକ ତଥା ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀଦଳର ନେତା ଥିବା ଶୁଭେନ୍ଦୁ ଅଧିକାରୀ ତାଙ୍କର ଅଙ୍ଗରକ୍ଷୀଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଫସି ଯାଇଛନ୍ତି। ଏହି ଘଟଣାରେ ତଦନ୍ତର ସମୁଖୀନ ହେବାପାଇଁ ମାମଲାର ତଦନ୍ତ କରୁଥିବା ପଶ୍ଚିମବଙ୍ଗ ସିଆଇଡି ବିରୋଧୀଦଳର ନେତା ଶୁଭେନ୍ଦୁ ଆଧିକାରୀଙ୍କୁ ସମନ ଜାରି କରିଛନ୍ତି। ଆସନ୍ତା ସୋମବାର ଦିନ ଭବାନୀ ଭବନ ଠାରେ ଥିବା ସିଆଇଡି ମୁଖ୍ୟାଳୟରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର […]
ବିଜେପି ନେତା ଶୁଭେନ୍ଦୁ ଅଧିକାରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial