ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ତଥା ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ଜନ୍ମଦିବସରେ ପରଲୋକ

ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ଦେହାନ୍ତ

ଭୁବନେଶ୍ୱର: ଶ୍ରୀମନ୍ଦିର ପୂର୍ବତନ ପ୍ରଶାସକ ତଥା ଜଗନ୍ନାଥ ସଂସ୍କୃତିର ଗବେଷକ ରବୀନ୍ଦ୍ର ନାରାୟଣ ମିଶ୍ର ଆଉ ନାହାନ୍ତି। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ୮୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କର ମୃତ୍ୟୁ ନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି। ସଂଯୋଗବଶତଃ, ନିଜ ଜନ୍ମଦିବସରେ ହିଁ ଆରପାରିକୁ ବାହୁଡ଼ି ଯାଇଛନ୍ତି ଶ୍ରୀ ମିଶ୍ର। ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ, ‘ଆକାଶ ଦୀପ’ର ବିଶିଷ୍ଟ କଥାକାର ତଥା ଲୋକପ୍ରିୟ ସ୍ତମ୍ଭ ‘କଥାଟିଏ କହୁଁ’ର ଲେଖକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ବିୟୋଗରେ ରାଜ୍ୟର ଧର୍ମ-ସଂସ୍କୃତି ପରିସରରେ ଶୋକ ଛାୟା ଖେଳିଯାଇଛି।
ସୂଚନାଯୋଗ୍ୟ, ଶ୍ରୀମନ୍ଦିରର ପ୍ରାକ୍ତନ ପ୍ରଶାସକ ରହିଥିବା ଶ୍ରୀ ମିଶ୍ରଙ୍କର ମହାପ୍ରଭୁଙ୍କ ନୀତିକାନ୍ତି ଓ ମନ୍ଦିରରେ ପ୍ରଚଳିତ ପ୍ରଥାପରମ୍ପରା ଉପରେ ଅଗାଧ ଜ୍ଞାନ ଥିଲା। ସେ ଶ୍ରୀଜଗନ୍ନାଥଙ୍କୁ ନେଇ ତାଙ୍କର ଅନନ୍ୟ ଅନୁଭୂତି ଓ ସେବାର୍ଜିତ ଅଭିଜ୍ଞତା ଆଧାରିତ ବହୁ ରଚନା ପ୍ରସ୍ତୁତ କରିଛନ୍ତି। ମହାପ୍ରଭୁଙ୍କ ରଘୁନାଥ ବେଶ ଦେଖିବା ପାଇଁ ସ୍ୱର୍ଗତ ମିଶ୍ର ନିରବଚ୍ଛିନ୍ନ ଉଦ୍ୟମ କରିଥିଲେ। ଶ୍ରୀ ମିଶ୍ରଙ୍କ ଘର ଜଟଣୀ ନିକଟସ୍ଥ କୁଦିଆରୀ ଗ୍ରାମରେ ଓ ସେ କୁଦିଆରୀ ହାଇସ୍କୁଲର ପ୍ରଥମ ପ୍ରଧାନ ଶିକ୍ଷକ ଥିଲେ। ଅବସର ପରେ ସେ ଭୁବନେଶ୍ୱରର ଭିଏସ୍‌ଏସ୍‌ ନଗରରେ ରହୁଥିଲେ।

Share Now:

Kalinga News Beuro

Next Post

ପାରିବାରିକ କଳିର ଭୟଙ୍କର ରୂପ : ୩ ବର୍ଷୀୟ କୁନି ଝିଅର ତଣ୍ଟି କାଟିଲା ନିଶାଗ୍ରସ୍ତ ବାପା

Wed Sep 6 , 2023
ବାଲିଅନ୍ତା: ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା କଳି ଉଗ୍ରରୂପ ନେଇଛି। ଉଭୟଙ୍କ କଳିର ଚାପ ନିଷ୍ପାପ ଶିଶୁକନ୍ୟା ଉପରେ ପଡ଼ିଛି। ନିଶାଗସ୍ତ ବାପା ୩ ବର୍ଷ ବୟସର କୁନିଝିଅର ତଣ୍ଟି କାଟିଛି। ଗୁରୁତର ଅବସ୍ଥାରେ ଶିଶୁକନ୍ୟାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ନିକଟରେ ଆଜି ଅପରାହ୍ନରେ ଏହି ଅଭାବନୀୟ ଘଟଣା ଘଟିଛି।ସୂଚନା ଅନୁସାରେ ବାଲିଅନ୍ତା ଥାନା ଅନ୍ତର୍ଗତ ବାଳକାଟି ଫାଣ୍ଡି ଅଧୀନ ସାଇଫନ ଛକ […]
୩ ବର୍ଷୀୟ ଝିଅର ତଣ୍ଟି କାଟିଲା ନିଶାଗ୍ରସ୍ତ ବାପା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial